Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି କ୍ଷୀର ଓ ମନି ପ୍ଲାଣ୍ଟକୁ ନେଇ କରନ୍ତୁ ଏହି ଉପାୟ। ଦେଖିବେ ଆପଣଙ୍କର ଧନଭଣ୍ଡାର ପରିପୂର୍ଣ୍ଣ ହୋଇଯିବ।

ସେୟାର୍ କରନ୍ତୁ

କୁହାଯାଏ କି ଘରେ ମନି ପ୍ଲାଣ୍ଟ ଗଛ ଲଗାଇଲେ କେବେବି ଧନର ଅଭାବ ହୋଇ ନଥାଏ। କିନ୍ତୁ ଅନେକ ସମୟରେ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇବା ପରେ ମଧ୍ୟ ସେମାନଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇ ନଥାଏ। ଯଦି ଆପଣଙ୍କ ଘରେ ମଧ୍ୟ ମନି ପ୍ଲାଣ୍ଟ ରହିଛି, କିନ୍ତୁ ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆଜି ଆମେ ଆପଣ ମାନଙ୍କୁ କ୍ଷୀର ଓ ମନି ପ୍ଲାଣ୍ଟକୁ ନେଇ ଏକ ଖାସ୍ ଉପାୟ ବିଷୟରେ କହିବାକୁ ଯାଉଛୁ।

କ୍ଷୀର ଓ ମନି ପ୍ଲାଣ୍ଟର ସମ୍ବନ୍ଧ :-

ମନି ପ୍ଲାଣ୍ଟକୁ ଲୋକେ ଘରର ସୁଖ ସମୃଦ୍ଧି ବୃଦ୍ଧି ହେବା ପାଇଁ ଲଗାଇ ଥାଆନ୍ତି। ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ। କ୍ଷୀରରୁ ପ୍ରସ୍ତୁତ ପ୍ରତ୍ୟେକ ମିଠା ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଏଥିପାଇଁ ଯଦି ଆପଣ କ୍ଷୀର ସହିତ ମନି ପ୍ଲାଣ୍ଟକୁ ନେଇ ଉପାୟ କରିବେ ତାହେଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଏହାସହିତ ଆପଣଙ୍କୁ ଯେବେ ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହେବାକୁ ପଡିବ ନାହିଁ।

ମନସ୍କାମନା ପୂରଣ କରି ଥାଏ ଏହି ଉପାୟ :-

କ୍ଷୀର ଓ ମନି ପ୍ଲାଣ୍ଟକୁ ନେଇ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ମନରେ ରହିଥିବା ସମସ୍ତ ଅଭିଳାଷା ପୂରଣ ହୋଇଯିବ। ଏଥିପାଇଁ ଆପଣଙ୍କୁ ସକାଳୁ ଉଠି ସ୍ନାନ ସାରି ମନି ପ୍ଲାଣ୍ଟ ମୂଳରେ କଞ୍ଚା କ୍ଷୀର ଢାଳିବା ଉଚିତ। ମନି ପ୍ଲାଣ୍ଟ ମୂଳରେ କ୍ଷୀର ଢାଳିବା ସମୟରେ ନିଜର ମନର ଇଚ୍ଛାକୁ ପ୍ରକାଶ କରିବା ଉଚିତ। ଦେଖିବେ ଖିଁ ଶୀଘ୍ର ଆପଣଙ୍କର ମନସ୍କାମନା ପୂରଣ ହେବ।

ଧନସଂପତ୍ତି ବୃଦ୍ଧି କରିବାର ଉପାୟ :-

ଯଦି ଆପଣ ଖୁବ୍ ଶୀଘ୍ର ଧନବାନ ହେବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କ୍ଷୀର ଓ ମନି ପ୍ଲାଣ୍ଟକୁ ନେଇ ଖାସ୍ ଉପାୟ କରିବା ଆବଶ୍ୟକ। ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ମନି ପ୍ଲାଣ୍ଟ ମୂଳରେ କ୍ଷୀର ମିଶ୍ରିତ ଜଳ ମଧ୍ୟ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ କେବେବି ଆର୍ଥିକ ଅଭାବ ଦେଖା ଦେବ ନାହିଁ। ଏହାସହିତ ଧନସଂପତ୍ତି ବୃଦ୍ଧି ହେବ।

ଅଟକି ରହିଥିବା ଟଙ୍କା ଫେରସ୍ତ ପାଇଁବା ପାଇଁ :-

ଯଦି ଆପଣ ଋଣ ଦେଇଥିବା ଟଙ୍କା ଫେରସ୍ତ ପାଉ ନାହାନ୍ତି, ତାହେଲେ ଏହି ଉପାୟ କରନ୍ତୁ। ସୋମବାର ଦିନ ଏକ ଧଳା କାଗଜ ନିଅନ୍ତୁ ଏବଂ ସେଥିରେ ଆପଣ ଋଣ ଦେଇଥିବା ବ୍ୟକ୍ତିର ନାମ ଲେଖି ଦିଅନ୍ତୁ। ତାପରେ ଏହି କାଗଜକୁ ଭାଙ୍ଗ କରି ସେଥିରେ କିଛି କ୍ଷୀର ସିଞ୍ଚନ କରି ଦିଅନ୍ତୁ।ତାପରେ ଏହାକୁ ମନି ପ୍ଲାଣ୍ଟ ମୂଳରେ ପୋତି ଦିଅନ୍ତୁ।ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

ଚୋରି କରି ମନି ପ୍ଲାଣ୍ଟ ଲଗାନ୍ତୁ ନାହିଁ :-

ଅଧିକାଂଶ ଲୋକେ ନିଜ ମନରେ ଏଭଳି ଧାରଣା ରଖିଥାନ୍ତି କି ମନି ପ୍ଲାଣ୍ଟ ଚୋରି କରି ଆଣି ଲଗାଇବା ଠିକ୍ ଅଟେ। ଚୋରି ଜିନିଷ କେବେବି ପାଖରେ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥାଏ। ତେଣୁ କେବେବି ଚୋରି କରି ମନି ପ୍ଲାଣ୍ଟ ଲଗାନ୍ତୁ ନାହିଁ। ଏହାସହିତ କେବେବି କାଚରେ ମନି ପ୍ଲାଣ୍ଟ ଲଗାନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *