Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ତିନି ଗୋଟି କାର୍ଯ୍ୟ। ନଚେତ ପରିବାର ଉପରେ ଆସିଥାଏ ସଙ୍କଟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ମଙ୍ଗଳାବର ଦିନକୁ ପ୍ରଭୁ ଶ୍ରୀ ହନୁମାନଙ୍କୁ ସମର୍ପିତ ଅଟେ। ଏହି ଦିନରେ ପ୍ରଭୁ ହନୁମାନଙ୍କର ବିଶେଷ ରୂପରେ ଉପାସନା କରାଯାଏ। ତେଣୁ ଏହିଦିନ କିଛି ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ଵାରା ଆପଣଙ୍କ ଉପରେ ବିପଦ ଆସିପାରେ। ତେବେ ସୁଖଶାନ୍ତିରେ ରହିବାକୁ ଚାହୁଁଥିଲେ କିଛି ନିୟମ ଗୁଡ଼ିକର ପାଳନ କରନ୍ତୁ। ଏହାଦ୍ବାରା ଆପଣଙ୍କର ମଙ୍ଗଳ ହେବ। ଆସନ୍ତୁ କଣ ସେହି ନିୟମ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ମଙ୍ଗଳବାର ଦିନ କ୍ଷୀର ଜାତୀୟ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। ଏହାସହିତ ମିଠା କିଣିବା ଉଚିତ ନୁହେଁ ।କ୍ଷୀରକୁ ଚନ୍ଦ୍ରର କାରକ ବୋଲି କୁହାଯାଏ। ଚନ୍ଦ୍ର ଓ ମଙ୍ଗଳ ଗ୍ରହ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ଏହିଦିନ କ୍ଷୀର ଦ୍ଵାରା ପ୍ରସ୍ତୁତ କୌଣସି ଜିନିଷର ବ୍ୟବହାର କରନ୍ତୁ ନାହିଁ।

– କହିବାକୁ ଗଲେ ମଙ୍ଗଳବାର ଦିନ କୌଣସି ବିବାହିତ ଦମ୍ପତ୍ତି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ନଚେତ ଆପଣଙ୍କୁ ପ୍ରଭୁ ହନୁମାନଙ୍କର କ୍ରୋଧର ସାମ୍ନା କରିବାକୁ ପଡିବ। କୁହାଯାଏ କି ଏହିଦିନରେ ସମ୍ପର୍କ ରଖିବା ଦ୍ଵାରା ସନ୍ତାନ କିନ୍ନର ହୋଇଥାନ୍ତି। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

– କୁହାଯାଏ କି ମଙ୍ଗଳବାର ଦିନ ମହିଳାମାନେ ନିଜ ପାଇଁ ଶୃଙ୍ଗାର ଜିନିଷ କିଣିବା ଉଚିତ ନୁହେଁ। ସୋମବାର ଓ ଶୁକ୍ରବାର ଦିନ ଶୃଙ୍ଗାର ପାଇଁ ଜିନିଷ କିଣିବା ଶୁଭ ବୋଲି ମାନା ଯାଇଛି। ଏହାସହିତ ମଙ୍ଗଳବାର ଦିନ କଳା କପଡା ମଧ୍ୟ ପରିଧାନ କରିବା ଉଚିତ ନୁହେଁ।ମଙ୍ଗଳବାର ଦିନ ଯଦି ଆପଣ ନାଲି ପୋଷାକ ପରିଧାନ କରୁଛନ୍ତି, ତାହେଲେ ଆପଣଙ୍କର ମଙ୍ଗଳ ଦୋଷ ଦୂର ହୋଇ ଯାଇଥାଏ।ଏହାସହିତ ଆପଣଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ରହିଥାଏ।

– ମଙ୍ଗଳବାର ଓ ଶନିବାର ଦିନ ଲୁହା ଜିନିଷ କିଣନ୍ତୁ ନାହିଁ। ଯେପରି ଷ୍ଟିଲ ବାସନ, ଧାରୁଆ ଜିନିଷ,ଛୁରୀ, କଇଁଚି ଭଳି ଜିନିଷ ମଙ୍ଗଳବାର ଦିନ ଘରକୁ ଆଣିବା ଉଚିତ ନୁହେଁ। ମଙ୍ଗଳବାର ଦିନ କେବେ ମଧ୍ୟ ନଖ, ଚୁଟି କାଟିବା ଉଚିତ ନୁହେଁ।ଏଭଳି କରିବା ଦ୍ଵାରା ପ୍ରଭୁ ହନୁମାନ ଆପଣଙ୍କ ଉପରେ କ୍ରୋଧିତ ହୋଇ ଯାଇଥାନ୍ତି।

– ଯେଉଁ ଲୋକମାନେ ମଙ୍ଗଳବାର ଦିନ ମଦ୍ୟ, ମାଂସ ସେବନ କରିଥାନ୍ତି, ସେମାନଙ୍କ ଉପରେ ପ୍ରଭୁ ହନୁମାନ କ୍ରୋଧିତ ହୋଇ ଯାଇଥାନ୍ତି। ସେଥିପାଇଁ ଆପଣ ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *