Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ୪ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ,ନହେଲେ ସବୁଦିନ ପାଇଁ ଦରିଦ୍ର ହୋଇରହିବେ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଏହି ୪ ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ। ସବୁଦିନ ପାଇଁ ଦରିଦ୍ର ହୋଇରହିବେ।

ବନ୍ଧୁଗଣ ସନାନ୍ତନ ଧର୍ମରେ ଦାନର ବହୁତ ମହତ୍ୱ ରହିଛି। ପିଲା ଦିନରୁ ହିଁ ଆମକୁ କୁହାଯାଇଥାଏ କି କାହାକୁ ସାହାର୍ଯ୍ୟ କରିବା, ଅଭାବୀ ଲୋକଙ୍କୁ ଦାନ କରିବା କିମ୍ବା କୌଣସି ବ୍ୟକ୍ତି କିଛି ମାଗନ୍ତି ତେବେ ସେହି ବ୍ୟକ୍ତିକୁ କେବେ ମନା କରିବା ଉଚିତ ନୁହେଁ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ଆପଣଙ୍କ ଘରୁ କେବେ କାହାରିକୁ ଦେବା ଉଚିତ ନୁହେଁ।କାରଣ ଏହି ଜିନିଷ ଦେଲେ ଆପଣ ନିଜେ ଏବଂ ନିଜ ଘରର ସୁଖ ଏବଂ ସମୃଦ୍ଧି ଅନ୍ୟ କାହାକୁ ଦେବାକୁ ଯାଉଛନ୍ତି।

ବିଷ୍ଣୁପୁରାଣରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି। ଯାହାକୁ ଆମେ ଭୁଲରେ ବି ମଧ୍ୟ ଅନ୍ୟ ମାନଙ୍କୁ ଦେବା ଉଚିତ ନୁହେଁ। କାରଣ ଏହି ଜିନିଷ ଗୁଡିକ ହେଲା ସତ ମା ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତୁ। ଏବଂ ଆମେ ସମସ୍ତେ ଜାଣୁ ଆମ ଜୀବନରେ ମା ଲକ୍ଷ୍ମୀଙ୍କ ଉପସ୍ଥିତି କେତେ ଆବଶ୍ୟକ ଅଟେ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟକ ଘରେ ସୁଖ ବୈଭବ ଶାନ୍ତିର ଆଗମନ ହୋଇଥାଏ। ଯଦି ମା ଲକ୍ଷ୍ମୀ କୌଣସି କାରଣରୁ ଅସନ୍ତୋଷ ହୁଅନ୍ତି ତାହେଲେ ତାର ଦୁଷ୍ଟ ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ଦେଖାଦେଇଥାଏ।

ଯଦି ଆପଣ ମାନେ ଚାହାନ୍ତି ଯେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ଘରେ ଉପସ୍ଥିତ ରୁହନ୍ତୁ ଏବଂ ଆପଣଙ୍କ ଘରେ ଧନ,ବୈଭବର କେବେ ଅଭାବ ନରହୁ ତାହେଲେ ଆପଣଙ୍କ ଘରର ଏହି ଜିନିଷ କେବେବି କାହାରିକୁ ଦାନାରେ ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ଜିନିଷ ଗୁଡିକ କୋଣ କୋଣ।

ପତ୍ନୀଙ୍କ ଅଳଙ୍କାର। ମା ଲକ୍ଷ୍ମୀଙ୍କୁ ଅଳଙ୍କାରର ଦେବୀ ବୋଲି ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ଆମେ ଅଳଙ୍କାର କିଣିଥାଉ। ସର୍ବ ପ୍ରଥମେ ଆମେ ମା ଲକ୍ଷ୍ମୀଙ୍କ ପୂଜା ପରେ ଏହାକୁ ପିଦ୍ଧିଥାଉ। ଆପଣଙ୍କ ସ୍ତ୍ରୀଙ୍କ ଅଳଙ୍କାର ଆପଣଙ୍କ ସମୃଦ୍ଧିକୁ ପ୍ରତିଫଳିତ କରିଥାଏ। ଏଥିପାଇଁ ଭୁଲରେ ବି ମଧ୍ୟ ଆପଣ ସ୍ତ୍ରୀଙ୍କର ଅଳଙ୍କାର ଅନ୍ୟ କାହାକୁ ଋଣରେ ବା ଦାନରେ ଦୀଅନ୍ତୁ ନାହିଁ। ଖାସ କରି ବିବିହାତା ମହିଳାମାନେ ନିଜର ମଙ୍ଗଳସୂତ୍ର, ପାଉଁଜି, ଏମିତି ଜିନିଷକୁ ଭୁଲରେ ବି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏଥି ଦ୍ୱାରା ଘରର ଉନ୍ନତର ବାଧା ଆସେ। ଆଉ ଘରର ସମୃଦ୍ଧି ଚାଲିଯାଏ। ଏବଂ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଏଥିପାଇଁ ଘରର ଅଳଙ୍କାର ଏବଂ ସୌଭାଗ୍ୟ ନିଜ ପାଖରେ ହିଁ ରଖନ୍ତୁ। ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

ଝାଡୁ। ଏହା ଘରର ଲକ୍ଷ୍ମୀ ହୋଇଥାଏ। ଆପଣ ଅନେକ ଥର ଶୁଣିଥିବେ ଯେ ଘରର ଝାଡୁ କେବେହେଲେ ଅନ୍ୟ କାହାକୁ ଦିଆଯିବା ଉଚିତ ନୁହେଁ। କାରଣ ଝାଡୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପରିଗଣିତ ହୁଏ। ଝାଡୁ ସ୍ଵଛତା ଏବଂ ସମୃଦ୍ଧତାର ସଂକେତ ଅଟେ। ଏହା ଘରୁ ନାକାରାତ୍ମକ ଶକ୍ତିକୁ ଘରୁ ବାହାରକୁ ବାହାର କରିଦେଇଥାଏ। ଏଣୁ ଆପଣଙ୍କ ଘରର ଝାଡୁ କେବେ କାହାରିକୁ ଦେବେ ନାହିଁ।ଏହି କାରଣରୁ ଆପଣଙ୍କ ଘରର ସୁଖ ଶାନ୍ତି ଝାଡୁ ସହିତ ଚାଲିଯାଏ। ଝାଡୁର ମହତ୍ତ୍ୱ ସବୁଠାରୁ ଅଧିକ ହୋଇଥାଏ।

ରସୁଣ ପିଆଜ। ଏଥିରେ ରାହୁ କେତୁଙ୍କର ବାସ ହୋଇଥାଏ। ଯଦି ରାହୁ କେତୁ ଏକ୍ଟିଭ ହୋଇଯିବେ ତ ଜୀବନରେ ସମସ୍ୟା ଆସିଯିବ। ଜୀବନରେ ବାଧା ଆସିବାକୁ ଲାଗିବ। ସେଥିପାଇଁ କାହାରିକୁ ବି ରସୁଣ ପିଆଜ ଦେବା ଠାରୁ ଦୂରେଇ ରୁହନ୍ତୁ।

ଲୁଣ। କାହାରିକୁ ହାତରେ ଦିଅନ୍ତୁ ନାହିଁ। ଲୁଣର ଦାନ କରାଯାଏ କିନ୍ତୁ ଯଦି ଆପଣଙ୍କ ଚନ୍ଦ୍ରମା ଭଲ ହୋଇଯାଏ ତ ମନକୁ ଦୂଷିତ ହେବାକୁ ଦିଅନ୍ତୁ ନାହିଁ।

ଦହି। କେବେବି କାହାରିକୁ ଦେବେ ନାହିଁ। ଆପଣ ନିଜ ଘରୁ ଦିନରେ କିମ୍ବା ରାତିରେ ଦହି ଦେବେ ନାହିଁ। ଭଲରେ କହି ଦିଅନ୍ତୁ ଯେ ନାହିଁ। ଏହାକୁ ସାକ୍ଷତ ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ସୁଖ ସମୃଦ୍ଧିର ବାସ ହୋଇଥାଏ।

କ୍ଷୀର। ସନ୍ଧ୍ୟା ସମୟରେ କ୍ଷୀର,ଦହି,ନଡ଼ିଆ, ଚାଉଳ, ଅଟା ଭଳି ଧଳା ଜିନିଷ କାହାକୁବି ଦିଆଯିବା ଉଚିତ ନୁହେଁ। ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଧଳା ଜିନିଷ ଉପରେ ଖରାପ ଦୃଷ୍ଟି ଶକ୍ତି ଜଲଦି ଲାଗିଯାଏ। ଏଥିପାଇଁ ସୂର୍ଯ୍ୟସ୍ତ ହେବା ପରେ ଆପଣଙ୍କ ଘରର ଏହି ଜିନିଷ କଦାପି କାହାରିକୁ ଦିଅନ୍ତୁ ନାହିଁ। ଯଦି ଜରୁରୀ ଅଟେ ତ କିଣିଦେଇ ପାରିବେ। ଆପଣଙ୍କ ରୋଷେଇ ଘରୁ ଆଣି କଦାପି ଦିଅନ୍ତୁ ନାହିଁ।

ଆପଣଙ୍କ ଘରର ରୁଟି ବେଲଣା କାହାରିକୁ ଦିଅନ୍ତୁ ନାହିଁ। ଯଦି ଆପଣ ଘରର ଏହି ଜିନିଷ ଅନ୍ୟ କାହାକୁ ବ୍ୟବହାର କରିବା ପାଇଁ ଦେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ମଧ୍ୟ ସେମାନଙ୍କ ସହିତ ଚାଲିଯାଏ। ଏବଂ ମା ଲକ୍ଷ୍ମୀଙ୍କୁ ଏହା ଅପ୍ରିୟ ଅଟେ। ଯଦି ଆପଣ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦୟାକରି ବଜାରରୁ କିଣି ଦେଇ ପାରିବେ କିନ୍ତୁ ଆପଣଙ୍କ ରୋଷେଇ ଘରର ରୁଟି ବେଲଣା ଓ ବାଡ଼ି କେବେବି କାହାରକୁ ଦିଅନ୍ତୁ ନାହିଁ।

ଟଙ୍କା। ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ସନ୍ଧ୍ୟାରେ କିମ୍ବା ରାତିରେ କେବେବି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *