Excuse Me Odisha

ଯାହା କହିବୁ ସତ କହିବୁ

ପଲଙ୍କ ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୫ ଟି ଜିନିଷ,ନହେଲେ ହୋଇଯିବେ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଲଙ୍କ ତଳେ ଭୁଲରେ ରଖନ୍ତୁ ନାହିଁ ଏହି ୫ ଟି ଜିନିଷ ନହେଲେ ହୋଇଯିବେ ବର୍ବାଦ

ବହୁତ ଲୋକ କହିଥାନ୍ତି ଆମ ଘରେ ପଇସା ରହୁନାହିଁ। ପଇସା ଆସୁଛି କିନ୍ତୁ ରହୁନାହିଁ। ଆପଣଙ୍କ ସହିତ ଏମିତି ହେଉଛି ପଇସା ତ ଆସୁଛି କିନ୍ତୁ ରହୁ ନାହିଁ। ସେଥିପାଇଁ ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟକ୍ତି ଯେଉଁ ପଲଙ୍କରେ ଶୋଇଥାଏ। ତାହା ଖାସ ସ୍ଥାନ ହୋଇଥାଏ। ଏହା ସ୍ୱାସ୍ଥ୍ୟ ଏବଂ ମନ ଉପରେ ସିଧା ପ୍ରଭାବ ପକେଇ ଥାଏ। ଯେଉଁ ବ୍ୟକ୍ତି ପଲଙ୍କ ତଳେ ଏହିସବୁ ଜିନିଷକୁ ଭୁଲରେ ବି ରଖିଥାନ୍ତି ସେମାନେ ବର୍ବାଦ ହୋଇଯାନ୍ତି। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ପଲଙ୍କ ତଳେ କେଉଁ ଜିନିଷ ରଖିବେ ନାହଁ।

ବାସ୍ତୁଶାସ୍ତ୍ର ଅନୁସାରେ ପଲଙ୍କ ତଳେ କୌଣସି ଇଲକ୍ଟ୍ରୋନିକ ଜିନିଷ ରଖିବେ ନାହିଁ। ଏହା ଦ୍ବାରା ଆମ ଘରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ପୁରୁଣା ଫଟା କପଡା ପୋଟଳି କରିକି ପଲଙ୍କ ତଳେ ରଖନ୍ତୁ ନାହିଁ। ଏହା ବାସ୍ତୁ ଅନୁସାରେ ଠିକ ନୁହେଁ। ଏହା ଦ୍ବାରା ନକରାତ୍ମକ ଉର୍ଜା ବଢିଥାଏ। ସୁଖ ଶାନ୍ତି ନଷ୍ଟ ହୋଇଯାଇଥାଏ। ଯେଉଁମାନଙ୍କ ଘରେ ବାସ୍ତୁ ଠିକ ରହେ ସେମାନଙ୍କ ଘରକୁ ଲକ୍ଷ୍ମୀ ସୁଖ ଶାନ୍ତି ଆସିଥାଏ। କୌଣସି ପ୍ରକାରର ରୋଗ ଦୁଃଖ କ୍ଳେଶ ଦୋଷ ଆସିନଥାଏ। ଏହା ସହିତ ବାସ୍ତୁଶାସ୍ତ୍ର ଅନୁସାରେ ଯେ କେହି ପଲଙ୍କ ତଳେ କଳଙ୍କି ଲାଗିଥିବା କୌଣସି ଲୁହା ଜିନିଷ ରଖିଥିଲେ ଘରେ ଆର୍ଥିକ ସମସ୍ୟା ଆସିଥାଏ।

ପଲଙ୍କ ତଳେ ପ୍ଲାଷ୍ଟିକ ଜିନିଷ ରଖିଲେ ବି ବାସ୍ତୁଦୋଷ ହୋଇଥାଏ।

ପଲଙ୍କ ତଳେ ଝାଡୁ ବି ରଖନ୍ତୁ ନାହିଁ। ଏହା ଅଶୁଭ ଅଟେ। ଏହା ମନ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଘରେ କେହି ନାଁ କେହି ଜଣେ ରୋଗରେ ପଡ଼ିଥାନ୍ତି।

ପଲଙ୍କ ତଳେ ଗହଣା ଦର୍ପଣଜୋତା ଚପଲ ଆଦି ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକତା ବଢିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *