Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ୫ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ଦିନ। ବୁଧ ଗ୍ରହର ଗୋଚର ଯୋଗୁଁ ବରଷିବ ଟଙ୍କା !

ସେୟାର୍ କରନ୍ତୁ

ଆଜି ବୁଧ ଗ୍ରହ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ୫ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର ଲୋକଙ୍କୁ ଅନେକ ଧନ ପ୍ରାପ୍ତି ହେବ। କ୍ୟାରିୟରରେ ସଫଳତା ହାସଲ କରିବେ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିବ।

– ଆଜି ବୁଧ ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି।

– କୁମ୍ଭ ରାଶିରେ କରିବେ ପ୍ରବେଶ।

– ୫ ଗୋଟି ରାଶିର ବଦଳିବ ଭାଗ୍ୟ।

ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧି, ତର୍କ, ସମ୍ବାଦ, ବ୍ୟାପାରର କାରକ ଗ୍ରହ ବୁଧ ଗ୍ରହକୁ ମାନା ଯାଇଛି। ବୁଧ ଗ୍ରହ ଆଜି ଅର୍ଥାତ ୨୦୨୨ ମାର୍ଚ୍ଚ ମାସ ୬ ତାରିଖରେ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିର ପ୍ରବେଶ କରିବାକୁ ଯାଉଛନ୍ତି। ଏହାଦ୍ବାରା ୫ ଗୋଟି ରାଶିର ଲୋକଙ୍କୁ ଅନେକ ସଫଳତା ପ୍ରାପ୍ତ ହେବ। ଏହି ରାଶିର ଲୋକଙ୍କୁ ଧନ ପ୍ରାପ୍ତି ହେବା ସହିତ କ୍ୟାରିୟରରେ ଆଶାନୁରୂପ ସଫଳତା ମିଳିବ।ଆସନ୍ତୁ ସେହି ବିଷୟରେ ଜାଣିବା।

ମେଷ ରାଶି :-

ଏହି ରାଶିର ଲୋକଙ୍କୁ ବୁଧ ଗ୍ରହର ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। କାରବାରରେ ଲାଭ ମିଳିବା ସହିତ ଆର୍ଥିକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପରିବାର ଲୋକେ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବୁଧର ଗୋଚର ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ଅନେକ ଲାଭ ମିଳିବାର ଯୋଗ ରହିଛି। ନୂତନ ଚାକିରି ମିଳିପାରେ। ବୈବାହିକ ଜୀବନ ସୁଖମୟ ରହିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବା ଯୋଗୁଁ ଆପଣ ଖୁସି ରହିବେ। ଯେଉଁ ଲୋକମାନେ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।

ବିଛା ରାଶି :-

ଏହି ରାଶିର ଲୋକଙ୍କୁ କ୍ୟାରିୟର ବହୁତ ବଡ଼ ସଫଳତା ମିଳିବ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି।କୌଣସି ସ୍ଥାନରେ ନିବେଶ କରୁଥିଲେ, ଭଲଭାବରେ ବିଚାର କରନ୍ତୁ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିଛି। ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

ଧନୁ ରାଶି :-

ଏହି ରାଶିର ଲୋକଙ୍କୁ ଅନେକ କ୍ଷେତ୍ରରୁ ଲାଭ ମିଳିବାର ଯୋଗ ରହିଛି। ଅଧିକ ଉପାର୍ଜନ ପାଇଁ ନୂତନ ମାର୍ଗ ମିଳିପାରେ। କ୍ୟାରିୟରରେ ଆପଣ କଠିନ ପରିଶ୍ରମ କରି ସଫଳତା ଅର୍ଜନ କରିବେ। ଆୟରେ ବୃଦ୍ଧି ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ମୀନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ହେବ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଆପଣଙ୍କର ପ୍ରେମ ବିବାହ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *