Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୁର୍ବରୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ କୁହନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ମନୁଷ୍ୟର ପ୍ରତ୍ୟେକ ଅଙ୍ଗ ବହୁତ ଗୁରୁତ୍ବପୁର୍ଣ ଅଟେ। ବ୍ୟକ୍ତିର ମସ୍ତିଷ୍କ ଯୋଗୁଁ ଆମ ଶରୀର ପ୍ରତ୍ୟେକ କାର୍ଯ୍ୟ କରିଥାଏ। ସିଧା ଶବ୍ଦରେ କହିବାକୁ ଗଲେ ମସ୍ତିଷ୍କ ଆମ ଜୀବନର ଏକ ବିଶେଷ ଅଂଶ ଅଟେ। ମନୁଷ୍ୟ ଶାରୀରିକ ଓ ମାନସିକ ରୂପରେ ଆଜି ଆମେ ଆପଣଙ୍କୁ ଏପରି ଏକ କୌଶଳ କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣଙ୍କ ମସ୍ତିଷ୍କ ସର୍ବଦା ସତେଜ ରହିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆମେ ଆଜିର ବିଜ୍ଞାନ ଯୁଗରେ ପଦାର୍ପଣ କରିଛୁ।କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜର ଶରୀର ପ୍ରତି କଦାପି ଧ୍ୟାନ ଦେଉ ନାହାନ୍ତି। ଯାହାଦ୍ଵାରା ଲୋକେ ଅନେକ ରୋଗରେ ପୀଡିତ ହେଉଛନ୍ତି। ତେଣୁ କେହି ମଧ୍ୟ କିଛି ସେକେଣ୍ଡ ନୀରବରେ ବସି ନିଜ ବିଷୟରେ ଚିନ୍ତା କରିବା ପାଇଁ ସମୟ ବାହାର କରି ନଥାନ୍ତି। ତେଣୁ ବ୍ୟକ୍ତିର ମସ୍ତିଷ୍କ ଶାନ୍ତି ରହେ ନାହିଁ। କିଏ ଟଙ୍କା ରୋଜଗାର ପାଇଁ ବ୍ୟସ୍ତ ରହିଥାନ୍ତି। ପୁଣି କିଏ ଦୁଇମୁଠା ଖାଇବା ପାଇଁ ବ୍ୟସ୍ତ ହୋଇଥାନ୍ତି, ଆଉ କିଏ ପ୍ରେମକୁ ନେଇ ଚିନ୍ତିତ ରହିଥାନ୍ତି।

ତେଣୁ ପ୍ରଥମେ ଗୋଟିଏ ସ୍ଥାନରେ ଶାନ୍ତିରେ ବସନ୍ତୁ ଓ ନିଜ ହୃଦୟର କଥା ଶୁଣିବାକୁ ପ୍ରୟାସ କରନ୍ତୁ। ଆପଣଙ୍କୁ ଅତ୍ୟନ୍ତ ଗଭୀରତାରୁ ଅନୁଭବ କରିବା ଆବଶ୍ୟକ। ଏହିପରି ଭାବରେ ଆପଣ ୧୦ମିନିଟ ପର୍ଯ୍ୟନ୍ତ କରନ୍ତୁ। ଯଦି ଆପଣ ଏଭଳି ରାତି ସମୟରେ କରିବେ ତାହେଲେ ଆପଣଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ରାତିରେ ଆପଣଙ୍କ ମନ ସର୍ବଦା ନିର୍ମଳ ରହିଥାଏ

ତେଣୁ ଏହି ସମୟରେ ଆପଣ ଆରାମରେ ନିଜ ମସ୍ତିଷ୍କକୁ ଶାନ୍ତ କରିପାରିବେ। ଏହି ଉପାୟ ଦ୍ୱାରା ଆପଣ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ସହଜରେ କରି ପାରିବେ। ଏହାଛଡା ଆପଣ ଶୋଇବା ପୂର୍ବରୁ ସବୁବେଳେ ସକରାତ୍ମକ ଚିନ୍ତା ଧାରା ରଖି ଶୁଅନ୍ତୁ। ଏଭଳି କରିବା ଦ୍ଵାରା ଆପଣ ସକାଳୁ ଉଠିବା ମାତ୍ରେ ଏକ ନୂତନ ମନୋଭାବ ନେଇ ଉଠିବେ।

ଯଦି ଆପଣ କୌଣସି ଭୁଲ କରିଛନ୍ତି ବା କାହା ପ୍ରତି ଭୁଲ କରିଛନ୍ତି, ତାହେଲେ ସର୍ବଦା ନିଜ ଭୁଲକୁ ସ୍ବୀକାର କରି ନିଅନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ ହୃଦୟରୁ ଏକ ବୋଝ ଦୂର ହୋଇଯିବା ଭଳି ଆପଣଙ୍କୁ ଅନୁଭବ ହେବ।କାରଣ ଆମେ ଶୋଇବା ପୂର୍ବରୁ ଆମେ ଯାହା ଭାବିଥାଉ ତାହା ହିଁ ଆମ ମୁଣ୍ଡ ଭିତରେ ରହିଥାଏ। ଏହି ନକାରାତ୍ମକ ଚିନ୍ତା ଭାବନା ଆମ ମନ ଓ ମସ୍ତିଷ୍କକୁ ଦୂର ଦୂଷିତ କରି ଦେଇଥାଏ। ତେଣୁ ସର୍ଵଦା ଶୋଇବା ପୂର୍ବରୁ ସକରାତ୍ମକ ଭାବନା ରଖିବା ଆବଶ୍ୟକ। ଆପଣ ଶୋଇବା ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟକୁ କିମ୍ବା ଆପଣ ନିଜ ଜୀବନରେ କରିଥିବା ଭଲ କାର୍ଯ୍ୟକୁ ଚିନ୍ତା କରନ୍ତୁ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *