Excuse Me Odisha

ଯାହା କହିବୁ ସତ କହିବୁ

ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମ ବିଶିଷ୍ଟ ସ୍ତ୍ରୀ ଲୋକମାନେ, ଶାଶୂଘରକୁ ବନେଇଥାନ୍ତି ସ୍ବର୍ଗ,ସ୍ୱାମୀ ହୋଇଯାନ୍ତି ଧନଵାନ !

ସେୟାର୍ କରନ୍ତୁ

ଅଧିକାଂଶ ଲୋକେ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସମସ୍ତେ ନିଜ ପାର୍ଟନର ମାନଙ୍କୁ ପରଖି ବାଛି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। କିଛି ବିଶେଷ ନାମ ଥିବା ଝିଅମାନେ ରହିଛନ୍ତି, ଯେଉଁମାନେ ବିବାହ ପରେ ଶାଶୂଘରକୁ ଯିବା ମାତ୍ରେ ପରିବାର ଲୋକଙ୍କର ଭାଗ୍ୟ ଚମକି ଯାଇଥାଏ।ଏହି ଝିଅମାନଙ୍କୁ ବିନୟ କରି ଏମାନଙ୍କ ପତି ବହୁତ ଭାଗ୍ୟବାନ ହୋଇ ଯାଇଥାନ୍ତି।

D ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର D ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହାସହିତ ଏମାନଙ୍କୁ ବିବାହ କରିବା ପରେ ପତିଙ୍କ କ୍ୟାରିୟରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।ବ୍ୟବସାୟରେ ଅନେକ ଲାଭ ମଧ୍ୟ ମିଳିଥାଏ। ଏହି ଝିଅମାନେ ନିଜ ସ୍ବାମୀ ତଥା ପରିବାର ଲୋକଙ୍କର ବହୁତ ଯତ୍ନ ନେଇଥାନ୍ତି। ଶାଶୂଘରେ ଏମାନଙ୍କ ଯୋଗୁଁ ସର୍ବଦା ହସଖୁସିର ମାହୋଲ ରହିଥାଏ।

G ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର G ରୁ ଆରମ୍ଭ ହୋଇଥାଏ, ସେମାନେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ଏମାନେ ଶାଶୂଘରକୁ ଆସିବା ପରେ ଘରେ କେବେ ମଧ୍ୟ ଅଭାବ ରହି ନଥାଏ। ପତିଙ୍କୁ ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିଥାଏ। ପରିବାର ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ। ବ୍ୟାପାରରେ ଲାଭ ମିଳିବ। ଏହି ଝିଅମାନେ ନିଜ ପତି ଓ ପରିବାର ଲୋକଙ୍କର ଯଥେଷ୍ଟ ଧ୍ୟାନ ରଖିଥାନ୍ତି। ଏମାନଙ୍କ ମଧ୍ୟ ସକାରାତ୍ମକ ଶକ୍ତି ରହିଥାଏ। ତେଣୁ ଏମାନେ ଘରକୁ ପ୍ରବେଶ କରିବା ମାତ୍ର ଘରର ନକରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

L ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଘରେ ରହିଲେ, ଘରେ ସୁଖଶାନ୍ତିର ମାହୋଲ ରହିବ। ଏମାନଙ୍କ ଯୋଗୁଁ ଏମାନଙ୍କ ସ୍ବାମୀ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରି ଥାଆନ୍ତି। ଏହି ଝିଅମାନେ ନିଜ ଜୀବନସାଥୀଙ୍କ ପ୍ରତି ସମର୍ପିତ ରହିଥାନ୍ତି। ଏମାନେ ଦେଖିବାକୁ ଖୁବ୍ ସୁନ୍ଦର ହେବା ସହିତ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏମାନଙ୍କ ଯୋଗୁଁ ପରିବାର ଲୋକଙ୍କ ଭାଗ୍ୟ ବଦଳି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *