Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୩୧ ପୂର୍ବରୁ ଏହି ୪ଟି ରାଶିର ଲୋକେ ହେବେ ଧନବାନ। ଶୁକ୍ର ଗ୍ରହର ପ୍ରଭାବରେ ମିଳିବ ସବୁ ସୁଖ ସୁବିଧା !

ସେୟାର୍ କରନ୍ତୁ

ଐଶ୍ୱର୍ଯ୍ୟ, ପ୍ରେମ, ସୌନ୍ଦର୍ଯ୍ୟର କାରକ ଗ୍ରହ ହେଉଛି ଶୁକ୍ର ଗ୍ରହ। ମାର୍ଚ୍ଚ ମାସ ୩୧ ତାରିଖରେ ଶୁକ୍ର ଗ୍ରହ ମକର ରାଶିର ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଦ୍ଵାରା ଏହାର ପ୍ରଭାବ ୪ ଗୋଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି।

– ଶୁକ୍ର ଗ୍ରହର ଗୋଚର ଦ୍ଵାରା କେବେବି ଅଭାବ ରହିବ ନାହିଁ।

– ୪ ଗୋଟି ରାଶିର ଲୋକେ ହେବେ ଧନବାନ।

– କ୍ୟାରିୟର ଓ ବ୍ୟବସାୟରେ ମିଳିବ ସଫଳତା।

ଆମ ସୌର ମଣ୍ଡଳରେ ଗ୍ରହ ଓ ନକ୍ଷତ୍ର ଗୁଡ଼ିକର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ, ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ର ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଐଶ୍ୱର୍ଯ୍ୟ, ପ୍ରେମ, ସୁଖସମୃଦ୍ଧି, ବୈବାହିକ ଜୀବନର କାରକ ଗ୍ରହ ହେଉଛି ଶୁକ୍ର ଗ୍ରହ।

ଯଦି ଶୁକ୍ର ଗ୍ରହ ଅଶୁଭ ସ୍ଥିତିରେ ରହିବ, ତାହେଲେ ବ୍ୟକ୍ତିକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଶୁକ୍ର ଗ୍ରହ ମକର ରାଶିରେ ଗୋଚର କରି ସାରିଛନ୍ତି ଏବଂ ଏହା ଫେବୃୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ।ତେବେ ଆସନ୍ତୁ ଜାଣିବା ଯେଉଁ ଚାରୋଟି ରାଶିର ଲୋକେ ଭାଗ୍ୟବାନ ହେବାକୁ ଯାଉଛନ୍ତି।

ମେଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ କ୍ୟାରିୟରରେ ଅନେକ ସଫଳତା ମିଳିବା ସହିତ ଜମିବାଡ଼ି କ୍ରୟ କରି ପାରନ୍ତି। ନୂଆ ଗାଡି ବା ଦାମୀ ବସ୍ତୁ କିଣି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ପ୍ରେମ ଜୀବନ ସୁଖମୟ ରହିବ।

ବୃଷ ରାଶି : –

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। କ୍ୟାରିୟରରେ ଆପଣ ଆଶାନୁରୂପ ସଫଳତା ହାସଲ କରିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ୩୧ ମାର୍ଚ୍ଚ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଏହି ସମୟରେ ଆର୍ଥିକ ଅବସ୍ଥା ସୁଦୃଢ ରହିବ। ଆପଣଙ୍କର ବୈବାହିକ ଜୀବନ ସୁଖମୟ ରହିବ। ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ସୁଖଦ ପରିବର୍ତ୍ତନ ହେବ।

ମୀନ ରାଶି :-

ମୀନ ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ସଫଳତା ଅର୍ଜନ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ପ୍ରେମ ଜୀବନ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *