Excuse Me Odisha

ଯାହା କହିବୁ ସତ କହିବୁ

କେଉଁ କର୍ମ କଲେ ମନୁଷ୍ୟକୁ କୁକୁର ଜନ୍ମ ନେବାକୁ ପଡିଥାଏ..ଆସନ୍ତୁ ଜାଣିବା…

ସେୟାର୍ କରନ୍ତୁ

ବନ୍ଧୁଗଣ କୁକୁର ଜନ୍ମ କାହିଁକି ମିଳିଥାଏ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମ ଗ୍ରନ୍ଥରେ ଜୀବନ ସହିତ ମନୁଷ୍ୟକୁ ମୃତ୍ୟୁ ପରେ ମିଳିବାକୁ ଥିବା ଅବସ୍ଥା ବିସ୍ତାର ଭାବରେ ମିଳିଥାଏ। ଏମିତି ମାନାଯାଏ କି ମନୁଷ୍ୟର ମୃତ୍ୟୁ ପରେ ତାକୁ କର୍ମ ହିସାବରେ ହିଁ ତାକୁ ପର ଜନିରେ ଜନ୍ମ ମିଳିଥାଏ। କିଛି ଧାର୍ମିକ ଗ୍ରନ୍ଥରେ ଏହାବି ବର୍ଣ୍ଣିତ ଅଛି କି ଯେଉଁ ମନୁଷ୍ୟ ନିଜ ଜୀବନ କାଳରେ ବହୁତ ଅଧିକ ପାପ କରିଥାଏ ତ ତାକୁ ଗୋଟିଏ ଜନିରେ ଜନ୍ମ ମିଳିନଥାଏ ବରଂ ତାକୁ ଏମିତି ଜନି ମିଳିଥାଏ

ଯେଉଁଥିରେ ସେ ନିଜର ଦୁଃଖ ଅନ୍ୟ କାହାକୁ କହି ପାରିବ ନାହିଁ କି କାହା ସହିତ ସେୟାର କରିପାରିବ ନାହିଁ ତା ସହିତ ନିଜର ମଳ ମୂତ୍ରକୁ ଚାଟିଥାନ୍ତି। ଚାରି ଆଡ଼େ ମାଡ଼ ଖାଇଥାନ୍ତି। ଲୋକମାନେ ତାକୁ ମାରି ପାଟି ଘଉଡ଼ାଇ ଦେଇଥାନ୍ତି ଯେମିତିକି କୁକୁର ଜନିର ପ୍ରାଣୀ। ଆଜି ଆମେ ଏହି ପୋଷ୍ଟରେ କିଛି ଏମିତି କାହାଣୀ ନେଇ ଆସିଛୁ ଯେଉଁଥିରେ ଗୋଟେ ଆଘାତ କୁକୁର ଭଗବାନ ଶ୍ରୀରାମଙ୍କ ପାଖରେ ନିଜର ଦୁଃଖ କହି ତାଙ୍କୁ ନ୍ୟାୟ ମାଗିଥିଲା।

ବନ୍ଧୁଗଣ ଗୋଟେ ସମୟ ଏମିତି ଥିଲା କି ଯେତେବେଳେ ଭଗବାନ ଶ୍ରୀରାମ ନିଜର ସଭାରେ ବସିଥିଲେ। ତ ସେତେବେଳେ କୁକୁରର କାନ୍ଦର ଶବ୍ଦ ଶୁଣିଲେ ତା ପରେ ଦ୍ୱାରପାଳକୁ କହି ସେ କୁକୁରକୁ ସେଠାରୁ ଘଉଡ଼ାଇ ଦେଲେ। ସଭାର ଦ୍ୱିତୀୟ ଦିନ ଆସୁଛି କିନ୍ତୁ ପୁଣି ସେହି କୁକୁର ସେହି ସ୍ଥାନ ଉପରେ ଆସି କାନ୍ଦିବାକୁ ଲାଗିଲା ଆଉ ଦ୍ୱାରପାଳ ପୁଣି ତାକୁ ମାରି ଘଉଡ଼ାଇ ଦେଲା। ସଭାର ତୃତୀୟ ଦିନ ବି ସେହି କୁକୁର ସେହି ସ୍ଥାନ ଉପରେ ଆସି ପୁଣି କାନ୍ଦିବାକୁ ଲାଗିଲା। ତ ଏହିଥର ଭଗବାନ ଶ୍ରୀରାମ ସେହି କୁକୁରକୁ ସେଠାରୁ ଘଉଡ଼ାଇଲେ ନାହିଁ ବରଂ କୁକୁରର କାନ୍ଦିବାର କାରଣ ଜାଣିବାକୁ ଚାହିଁଲେ। ଆଉ ଭଗବାନ ଶ୍ରୀରାମ ସେହି କୁକୁରକୁ ସଭାକୁ ଆଣିବା ପାଇଁ ଦ୍ୱାରପାଳକୁ କହିଲେ।

ଆଉ ସେ କୁକୁର ଦ୍ୱାରପାଳକୁ ଜବାବ ଦେଉଛି କି ହେ ମହାନୁଭବ ମୋତେ ଏକ ପାପ ଜନିର ଜନ୍ମ ମିଳିଛି। ଏଥିପାଇଁ ଦେବାଳୟ କିମ୍ବା ଯଜ୍ଞ କିମ୍ବା କୌଣସି ପବିତ୍ର ସ୍ଥାନକୁ ତୁଳସୀର ବଗିଚା ଏବଂ ରାଜଭବନ ଆଉ ବହୁତ ସାରା ଏମିତି ପବିତ୍ର ତୀର୍ଥ ସ୍ଥାନ ଉପରେ ମୁଁ ଯିବାର ଯଜ୍ଞ ନୁହେଁ ତ ତୁମେ ଯାଇ ଭଗବାନ ଶ୍ରୀରାମଙ୍କୁ କହିଦିଅ କି ସେ ସ୍ୱୟଂ ନିଜେ ମତେ ସାକ୍ଷତ କରିବା ପାଇଁ ଏଠାକୁ ଆସନ୍ତୁ। ସେ ଦ୍ୱାରପାଳ କୁକୁରର ସବୁ କଥାକୁ ଯାଇ ଭଗବାନ ଶ୍ରୀରାମଙ୍କୁ ଯାଇ କହିଲା। ଏହା ଶୁଣି ଭଗବାନ ଶ୍ରୀରାମ ସ୍ଵୟଂ ନିଜେ ଯାଇ ପହଁଚି ଗଲେ ଆଉ ତାକୁ କାନ୍ଦିବାର କାରଣ ପଚାରିଲେ ତ କୁକୁର କହିଲା ହେ ପ୍ରଭୁ ଆପଣ ମୋ ପାଇଁ ବଡ଼ କଷ୍ଟ ନେଇଛନ୍ତି ଯାହା ତୁମେ ମୋ ପାଇଁ ଏଠାକୁ ଆସିଛ।

ଭଗବାନ ମୁଁ କୌଣସି ଅପରାଧ କରିନାହିଁ କିନ୍ତୁ ଗୋଟେ ସନ୍ୟାସୀ ମୋତେ ପଥରରେ ମାରିଛି ଯେଉଁ କାରଣରୁ ମୋର ଗୋଡ଼ ଭାଙ୍ଗିଯାଇଛି ଆଉ ମତେ ବହୁତ କଷ୍ଟ ହେଉଛି। ଏଥିପାଇଁ ମୁଁ ଦୁଃଖୀ ହୋଇ ଆପଣଙ୍କ ଶରଣକୁ ଆସିଛି। ସେ କୁକୁରର କଥାକୁ ଶୁଣି ଭଗବାନ ଶ୍ରୀରାମ ସେହି ସନ୍ୟାସୀକୁ ସେଠାକୁ ଡାକିଲେ ଆଉ ଭଗବାନ ଶ୍ରୀରାମ ସେହି ସନ୍ୟାସୀଙ୍କୁ ପଚାରିଲେ କୁହନ୍ତୁ ସ୍ୱାମୀ ଆପଣ କେଉଁ ଅପରାଧ କାରଣରୁ ସେ କୁକୁରର ଗୋଡ଼ ଭାଙ୍ଗି ଦେଇଛନ୍ତି ଏ କୁକୁରର କଣ ଅପରାଧ ଥିଲା। ସନ୍ୟାସୀ ଉତ୍ତରରେ କହୁଛି ହେ ରାଜନ ମୁଁ ଭିକ୍ଷା ପାଇଁ ମାର୍ଗରେ ଯାଉଥିଲି ସେତେବେଳେ ସିଏ ମୋର ଗାମୁଛା ଛୁଇଁ ଦେଇଥିଲା।

ମୋର ପଢିବାର ସମୟ ଥିଲା ଆଉ ମୁଁ ଖୁଧା ଥିଲି। ସେହି ଅପରାଧ କାରଣରୁ ମୋତେ କ୍ରୋଧ ଆସିଯାଇଥିଲା ଆଉ ୟାକୁ ସେଠାରୁ ଘଉଡ଼ାଇ ବା ପାଇଁ ମୁଁ ଗୋଟେ ପଥର ଉଠାଇ ମାରିଦେଲି ପଥର ଯାଇ ତାର ଗୋଡ଼ରେ ବାଜିଗଲା। ଯେଉଁ କାରଣରୁ ତାର ଗୋଡ଼ ଭାଙ୍ଗିଗଲା। ସନ୍ୟାସୀର କଥା ଶୁଣି ଭଗବାନ ଶ୍ରୀରାମ କହିଲେ ସ୍ୱାମୀ ଜୀ ଆପଣଙ୍କୁ ଜଣା ଅଛି ଏ ଏକ ଜ୍ଞାନହୀନ ପଶୁ ଅଟେ। ତାକୁ ଏମିତି କରିବାର ବୁଦ୍ଧି ନାହିଁ। ଯଦି ଏ କୁକୁର ଆପଣଙ୍କୁ ଛୁଇଁ ଦେଇଥିଲା ତ ଏଥିରେ ମୁଁ ଏହି କୁକୁରର କୌଣସି ଅପରାଧ ବୁଝୁ ନାହିଁ। ଏ ତ ତାର ସ୍ୱାଭାବିକ ପ୍ରବୃତ୍ତି ଅଟେ। ଏଥିପାଇଁ ଆପଣ ଏହାର ଅପରାଧି ଅଟନ୍ତି। ଭଗବାନ ଶ୍ରୀରାମ କୁକୁରକୁ କୁହନ୍ତି କି ଏ ସନ୍ୟାସୀ ତୁମର ଅପରାଧୀ ଅଟେ। ତୁମେ ଯାହା ଚାହିଁବ ତାଙ୍କୁ ଯେକୌଣସି ବି ଦଣ୍ଡ ଦେଇପାରିବ।

ଭଗବାନ ଶ୍ରୀରାମଙ୍କ ଏହି କଥା ଶୁଣି କୁକୁର କହୁଛି କି ହେ ପ୍ରଭୁ ଶ୍ରୀରାମ ଏ ସନ୍ୟାସୀକୁ କୌଣସି ଶିବାଳୟର ମାଲିକ ବନାଇଦିଆଯାଏ ତ ଭଗବାନ ଶ୍ରୀରାମ ତାର କଥା ଶୁଣିଲେ ଆଉ ସେହି ସନ୍ୟାସୀଙ୍କୁ ସୁନ୍ଦର ବସ୍ତ୍ର ପିନ୍ଧାଇ ଗୋଟେ ପାଲିଙ୍କିରେ ବସାଇ ଗୋଟେ ଶିବ ମନ୍ଦିରର ମାଲିକ ବନେଇ ଦେଲେ। ସେହି ସମୟରେ ଅଜ୍ଞାତ ସନ୍ୟାସୀ ନିଜର ଭାଗ୍ୟ ଚମକିଗଲା ଭାବିନେଇଥିଲା ଆଉ ଭଗବାନ ଶ୍ରୀରାମ ଚନ୍ଦ୍ର ବି ନିଜର ସଭାକୁ ଚାଲି ଗଲେ। ଏମିତି ଦେଖି ଅଯୋଧ୍ୟା ବାସୀ ପ୍ରଭୁ ଶ୍ରୀରାମଙ୍କୁ ପଚାରିଲେ ହେ ପ୍ରଭୁ ଏ କୁକୁର ଏହି ସନ୍ୟାସୀକୁ ଏହି ପ୍ରକାରର ଦଣ୍ଡ କାହିଁକି ଦେଲା। ଯେତେବେଳେ କି ସେ ସନ୍ୟାସୀ କୁକୁରର ଗୋଡ଼ ଭାଙ୍ଗି ଦେଇଥିଲା। ତାକୁ ଦଣ୍ଡ ଦେବା ପରିବର୍ତେ ତାକୁ ଶିବାଳୟର ମାଲିକ ବନେଇ ଦିଆଗଲା।

ଅଯୋଧ୍ୟା ବାସୀଙ୍କର ଏହି କଥା ଶୁଣି ଭଗବାନ ଶ୍ରୀରାମ କହିଲେ ଏହି ପ୍ରଶ୍ନର ଉତ୍ତର ଆପଣ ସେହି କୁକୁର ଠାରୁ ଜାଣନ୍ତୁ ସେ ଏମିତି କାହିଁକି କଲା। ସବୁ ଲୋକେ ସେହି କୁକୁରକୁ ପଚାରିଲେ କି ଆପଣ ସେହି ସନ୍ୟାସୀ ସହିତ ଏମିତି କାହିଁକି କଲ। ତାକୁ ଦଣ୍ଡ ଦେବା ପରିବର୍ତେ ତାକୁ ମାଲିକ ବନେଇ ଦେଲ। ସେତେବେଳେ ସେହି କୁକୁର ସମସ୍ତଙ୍କୁ କହୁଛି କି ଭାଇ ଲୋକ ଟିକେ ଧ୍ୟାନ ଦେଇ ଶୁଣନ୍ତୁ।

କ୍ଷେତରେ ଉତ୍ପନ ଅଙ୍କୁରକୁ ରଖୁଥିବା ଲୋକ ଶିବାଳୟ ଦାନ ଗ୍ରାମ ଏହି ସ୍ଥାନର ଅଧିପତି ଅନାଥ ସ୍ତ୍ରୀ ଏବଂ ବାଳକଙ୍କ ଧନକୁ ହରଣ କରୁଥିବା ଲୋକ ଗାଳି ଗୁଲଜ କରୁଥିବା ଲୋକ ଅନ୍ୟାୟ କରୁଥିବା ରାଜାଙ୍କ ଘରେ ପହଁଚି ଏବଂ ସମସ୍ତଙ୍କୁ ଘଉଡାଉ ଥିବା ଏବଂ ଅନ୍ୟର ସମ୍ପତ୍ତିକୁ ହଡ଼ପ କରୁଥିବା ଲୋକ ପ୍ରାୟଶ୍ଚିତ ପାଇଁ ଧନକୁ ଦେଉଥିବା ବ୍ରାହ୍ମଣ ଭୋଜନ ପାଇଁ ଏକଜୁଟ କରୁଥିବା ଜିନିଷ ଚୋରି କରୁଥିବା ଲୋକ ଏବଂ ବେଇମାନି କରି ଅଧିକ ଧନ ରୋଜଗାର କରୁଥିବା ଲୋକ ମରି ଆସନ୍ତା ଜନ୍ମରେ କୁକୁରର ଜନିରେ ହିଁ ଯାଇଥାଏ।

ଏହା ଏକ ସତ୍ୟ କଥା ଅଟେ। ଏଥିରେ କୌଣସି ଆଶ୍ଚର୍ଯ୍ୟ କରିଦେବା ଭଳି କଥା ନାହିଁ। କୁକୁର ବି କହିଲା ମୁଁ ବି କୁକୁରର ଜନ୍ମ ଏଥିପାଇଁ ପାଇଛି। କାହିଁକିନା ମୁଁ ପଛ ଜନ୍ମରେ ମଟକା ମହଲ ଥିଲା ମୁଁ ସେହି ସନ୍ୟାସୀକୁ ତାର ଦଣ୍ଡ ଦେବା ପାଇଁ ହିଁ ତାକୁ ଏହି ପଦ ଦେଇଛି। ସେହି ସନ୍ୟାସୀ ଯେଉଁ ପାପ କରିଛି ତାକୁ ପରବର୍ତୀ ଜନ୍ମରେ କୁକୁରର ଜନି ମିଳିବ। କର୍ମର ଚକ୍ର ବହୁତ ବଳବାନ ଅଟେ। ସେ କୁକୁର ସନ୍ୟାସୀ ହୋଇଗଲା। ଆଉ ସନ୍ୟାସୀ କୁକୁର ହୋଇଗଲା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *