Excuse Me Odisha

ଯାହା କହିବୁ ସତ କହିବୁ

ଏହି ନାମ ବିଶିଷ୍ଟ ଲୋକମାନେ ହୋଇଥାନ୍ତି ଧନବାନ, ଏମାନଙ୍କୁ ସଫଳତା ହାସଲ କରିବା ପାଇଁ କେହି ମଧ୍ୟ ରୋକି ପାରନ୍ତି ନାହିଁ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶି ଗୁଡ଼ିକର ଆଧାରରେ କୌଣସି ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ସେହିପରି ଭାବରେ ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ତେଣୁ ଆଜି ଆମେ ଆପଣ ମାନଙ୍କୁ ଅଳ୍ପ ବୟସରୁ ଖୁବ୍ ଶୀଘ୍ର ଧନବାନ ହେଉଥିବା ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

B ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କ ନାମ B ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଆର୍ଥିକ ରୂପରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଧନବାନ ହୋଇ ଯାଇଥାନ୍ତି। ବ୍ୟାପାର ଓ ଚାକିରି କ୍ଷେତ୍ରରେ ଏମାନେ ଉତ୍ତମ ପ୍ରଦର୍ଶନ କରିଥାନ୍ତି। ଏହାସହିତ ଏମାନେ ଯେତେ ଖର୍ଚ୍ଚ କରନ୍ତି, ସେତେ ପରିମାଣରେ ଆୟ ମଧ୍ୟ କରିଥାନ୍ତି। ପରିବାର ଲୋକଙ୍କ ପାଇଁ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

D ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର D ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ ଲରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି, ତାହା ସମ୍ପନ୍ନ କରିବା ପାଇଁ କଠିନ ପ୍ରୟାସ ମଧ୍ୟ କରିଥାନ୍ତି। ଏମାନେ ବହୁତ ଚତୁର ହୋଇଥାନ୍ତି। ଏମାନେ ଖୁବ୍ ଅଳ୍ପ ବୟସରୁ ଗମ୍ଭୀର ସ୍ୱଭାବର ହୋଇ ଯାଇଥାନ୍ତି। ଏହି ଲୋକମାନେ ଗଭୀର ଆତ୍ମବିଶ୍ଵାସୀ ହେବା ସହିତ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

H ନାମ ଥିବା ଝିଅମାନେ :-

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର H ରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ଭାଗ୍ୟ ବଳରେ ଧନୀ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ସବୁଥିରେ ସଫଳତା ହାସଲ କରିଥାନ୍ତି।ସଠିକ ସମୟରେ ଏମାନେ କଠିନ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାନ୍ତି। ଏମାନେ ନିଜ ଜୀବନକୁ ସୁଖ ସୁବିଧାରେ ଭୋଗ କରିବାକୁ ଇଛା ରଖିଥାନ୍ତି।ଏହାସହିତ ଏହି ନାମ ବିଶିଷ୍ଟ ଲୋକଙ୍କର ତୀକ୍ଷ୍ଣ ବୁଦ୍ଧି ଥିବାରୁ ଏମାନେ ଅଳ୍ପ ବୟସରୁ ଧନୀ ବ୍ୟକ୍ତି ମଧ୍ୟରେ ଗଣା ହୋଇଥାନ୍ତି। ଲୋକେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି।

L ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ପରିଶ୍ରମୀ ଓ ଚତୁର ସ୍ୱଭାବର ହୋଇଥାନ୍ତି।ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏମାନଙ୍କୁ ଜୀବନରେ ସବୁ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ। ଏମାନେ କଠିନ ପରିଶ୍ରମକୁ କେବେବି ଭୟ କରନ୍ତି ନାହିଁ।ଅଳ୍ପ ବୟସରୁ ଏମାନେ ଅନେକ କିଛି ଶିଖି ଯାଇ ଥାଆନ୍ତି। ସବୁ କାର୍ଯ୍ୟକୁ ଏମାନେ ସଠିକ ଢଙ୍ଗରେ ସମ୍ପନ୍ନ କରିଥାନ୍ତି।ଏହାସହିତ ଏମାନେ ନିଜ ଜୀବନକୁ ସୁଖଶାନ୍ତିରେ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *