Excuse Me Odisha

ଯାହା କହିବୁ ସତ କହିବୁ

ଏହି ଅଙ୍ଗ ଉପରେ ଝିଟିପିଟି ପଡ଼ିବା ଦ୍ଵାରା ଅଚାନକ ଧନଲାଭ ହୋଇଥାଏ। ଜାଣନ୍ତୁ ଝିଟିପିଟି ସହିତ ଜଡିତ କିଛି ଜରୁରୀ ରହସ୍ୟମୟ ସଂକେତ ବିଷୟରେ ।

ସେୟାର୍ କରନ୍ତୁ

ଝିଟିପିଟି ପ୍ରାୟତଃ ସମସ୍ତଙ୍କ ଘରେ ରହିଥାଏ। ସାଧାରଣତଃ ଘରର କାନ୍ଥ, କବାଟ ଆଦିରେ ଦେଖା ଯାଇଥାନ୍ତି। ବେଳେବେଳେ ଝିଟିପିଟି ଏପଟ ସେପଟ ଦୌଡୁ ଥାଆନ୍ତି ତ ଆଉ କେତେବେଳେ ତଳକୁ ଖସି ଆମ ଉପରେ ପଡ଼ିଥାଏ। ଶାସ୍ତ୍ରରେ ଝିଟିପିଟିକୁ ନେଇ ଅନେକ ଶୁଭ ଓ ଅଶୁଭ କଥା ବର୍ଣ୍ଣନା କରାଯାଇଛି। ଝିଟିପିଟି ଯୋଗୁଁ ଆମକୁ ବହୁତ ସଂକେତ ମଧ୍ୟ ମିଳିଥାଏ। ଯାହାଦ୍ଵାରା ଆମ ଜୀବନରେ ଆସୁଥିବା ସମୟ ଶୁଭ ନା ଅଶୁଭ ସେହି ବିଷୟରେ ଜାଣି ପାରି ଥାଉ।

ଝିଟିପିଟି ସହିତ ଜଡିତ କିଛି ମାନ୍ୟତା :-

– ଯଦି ଆପଣ ଝିଟିପିଟିକୁ ପରସ୍ପର ସହିତ ଲଢୁଥିବାର ଦେଖନ୍ତି, ତାହେଲେ ଏହା ଅଶୁଭ ମାନା ଯାଇଥାଏ। ପରିବାରରେ ବିବାଦ ହେବାର ସଂକେତ ମିଳିଥାଏ। ବିବାହିତ ଦମ୍ପତିଙ୍କ ମଧ୍ୟରେ କଳି ଓ ଝଗଡ଼ା ହେବାର ସମ୍ଭାବନା ରହିଥାଏ।

– ଯଦି ଆପଣଙ୍କୁ ଭୋଜନ କରିବା ସମୟରେ ଝିଟିପିଟି ଶବ୍ଦ ଶୁଣା ଯାଏ, ତାହେଲେ ଏହା ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ହେଉଛି ଆପଣଙ୍କୁ ଶୁଭ ସମାଚାର ମିଳିପାରେ।

– ଯଦି ଝିଟିପିଟି ଝଗଡ଼ା ଲାଗି ଆପଣଙ୍କ ଉପରେ ପଡିଗଲେ ଏହା ଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହୋଇପାରେ। ଏହାସହିତ ଧନ ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇଯିବ।

– ଯଦି ଝିଟିପିଟି ଆପଣଙ୍କ ଚୁଟି ଉପରେ ପଡ଼ିଯାଏ, ତାହେଲେ ଏହା ଅଶୁଭ ମାନା ଯାଇଥାଏ।ଆପଣଙ୍କ ସହିତ କିଛି ଖରାପ ହେବାର ସଂକେତ ମିଳିଥାଏ।ଏଥିପାଇଁ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ।

– ଯଦି ଝିଟିପିଟି ଆପଣଙ୍କ ବେକ ଉପରେ ପଡେ, ତାହେଲେ ଏହା ଶୁଭ ମାନା କାଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆପଣଙ୍କର ସମ୍ପର୍କୀୟଙ୍କ ଠାରୁ ଉପହାର ପାଇବେ। ଆପଣଙ୍କ ପାଇଁ ଆସିଥିବା ସମୟ ଅନୁକୂଳ ରହିବ।

– ଯଦି ଝିଟିପିଟି ଆପଣଙ୍କର ଡାହାଣ ଗାଲରେ ପଡ଼ିଯାଏ, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ।ଏହାର ଅର୍ଥ ଆପଣଙ୍କର ସୁଖ ସମୃଦ୍ଧିରେ ବୃଦ୍ଧି ହେବାର ଯୋଗ ରହିଛି। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତ ହେବ।

– ଯଦି ଆପଣଙ୍କ ପିଠି ଉପରେ ଝିଟିପିଟି ପଡ଼ିଯାଏ, ତାହେଲେ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି।କାରଣ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ପ୍ରୟାସ କରି ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *