Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ ଏହି ଜିନିଷ,ମା ଲକ୍ଷ୍ମୀ ହୋଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୁଖ୍ୟ ଦ୍ଵାରର ଏରୁଣ୍ଡି ଏମିତି କେବେବି ହେବାକୁ ଦିଅନ୍ତୁ ନାହିଁ। ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଏରୁଣ୍ଡି ନଥିଲେ କଣ କରିବେ।

ବନ୍ଧୁଗଣ ଦୁନିଆର ସମସ୍ତ ମଣିଷ ଚାହିଁଥାଏ ବହୁତ ଉନ୍ନତି କରୁ ଏହା ସହିତ ଚାହିଁଥାଏ କି ଘରେ ସୁଖ ଶାନ୍ତି ବନି ରହୁ। କିନ୍ତୁ ଏହି କଥାବି ସତ ଅଟେ ଯେ ଏହିସବୁର ସାମଞ୍ଜସ୍ୟ ଭାଗ୍ୟ ସହିତ ବି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଯେଉଁଠି ଅଧିକ ସମୟ ବିତାଇ ଥାଆନ୍ତି ତାର ସିଧା ସମ୍ବଦ୍ଧ ଆର୍ଥିକ ସ୍ଥିତି ଉପରେ ପଡିଥାଏ। ଯେମିତିକି ଘରେ ହେଉଥିବା ଛୋଟ ମୋଟ ଭୁଲ ଯୋଗୁ ଆମକୁ ଗରିବୀ ଆଡ଼କୁ ନେଇଯାଏ। ଏହିସବୁର ବାସ୍ତୁଶାସ୍ତ୍ରର ମହତ୍ବପୂର୍ଣ ଭୂମିକା ଥାଏ। ବନ୍ଧୁଗଣ ବାସ୍ତୁଶାସ୍ତ୍ରର ନିୟମକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିବା

କୌଣସି ବି ଘର ସବୁବେଳେ ଶୁଭ ଫଳ ଦେଇଥାଏ। ସମସ୍ତଙ୍କ ଘରର ମୁଖ୍ୟ ଦ୍ୱାରରେ ଏକ ଏରୁଣ୍ଡି ବଂଦ୍ଧ ଥାଏ। ଯାହା ଘର ଭିତର ଏବଂ ବାହାର ପଟକୁ ବିଭାଜିତ କରିଥାଏ। କୌଣସି ବି ଘରର ସଂସ୍କୃତି ଆଦର ମାନ ଏବଂ ସମ୍ମାନକୁ ସେହି ଘରର ଏରୁଣ୍ଡି ବଂଦ୍ଧ ସହିତ ଜଡ଼ି ଦେଖାଯାଇଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଘରେ ପ୍ରସ୍ତୁତ ହୋଇଥିବା ଏରୁଣ୍ଡି ବନ୍ଧର କଣ ମହତ୍ୱ ରହିଛି। ଆଉ ଏହି ଏରୁଣ୍ଡି ବନ୍ଧରେ ବସି କଣ କାର୍ଯ୍ୟ କରିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଏରୁଣ୍ଡି ବନ୍ଧରେ କେଉଁ ଚିହ୍ନ ବନେଇବା ଉଚିତ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ତଳେ ଅଳ୍ପ ଟିକେ ଉଚ୍ଚ ହୋଇଥିବା କାଠରେ ପଟି କରାଯାଇଥାଏ ଯାହାକୁ ଏରୁଣ୍ଡି ବନ୍ଧ କୁହାଯାଏ। ଯେଉଁ ଘରର ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବନ୍ଧ ବନାଯାଇଥାଏ ଯାହା ଗୋଟେ ପ୍ରକାରର ଆମର ଘରର ସୀମା ରେଖା ହୋଇଥାଏ। ଅନେକ ଲୋକ ପଟିର ଦୁଇ ପାର୍ଶ୍ଵରେ ଲୁହାର କଣ୍ଟା ଘଡାର ନାଳ ଲଗେଇ ଥାନ୍ତି। ଯେଉଁଥିରେ ଘରର ନଜର ଦୋଷରୁ ଆଉ ନକରାତ୍ମକ ଶକ୍ତିରୁ ମୁକ୍ତି ରଖା ଯାଇପାରିବ। ଆଜିକାଲି ଅନେକ ଜାଗାରେ ଏରୁଣ୍ଡି ବନ୍ଧରେ କାଠ ବଦଳରେ ପଥରରେ ମଧ୍ୟ ତିଆରି କରୁଛନ୍ତି।

ଘରେ ଏରୁଣ୍ଡି ବନ୍ଧ ନିହାତି ରହିବା ଆବଶ୍ୟକ। ଧ୍ୟାନ ରଖିବେ ବନ୍ଧ ଯେମିତି ଫଟା ନହୋଇଥିବା ଦରକାର।

ଯଦି ଘରର ପ୍ରବେଶ ଦ୍ୱାରରେ ଏରୁଣ୍ଡି ବନ୍ଧ ନରହିବ ତ ଏହା ଘରର ସୀମା ରେଖାପୁରା ହୋଇ ପାରିନଥାଏ। ଏହା ଏକ ପ୍ରକାରର ବାସ୍ତୁଦୋଷ ଅଟେ। ଆଉ ଏମିତି ଦ୍ୱାରରେ ନକରାତ୍ମକ ଶକ୍ତି ସବୁ ଘର ଭିତରକୁ ସହଜରେ ପ୍ରବେଶ କରିପାରିଥାଏ। ଏଥିପାଇଁ ଘରେ ଏରୁଣ୍ଡି ବନ୍ଧ ରହିବା ବହୁତ ଆବଶ୍ୟକ ଅଟେ।

ବାସ୍ତୁଶାସ୍ତ୍ରରେ ଏରୁଣ୍ଡି ବନ୍ଧର ଅନେକ ମହତ୍ୱ କୁହାଯାଇଛି। ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଚୌକୋଣି ହେବା ଉଚିତ। କିନ୍ତୁ ଯଦି ସେଠାରେ ବନ୍ଧ ନଥିବ ତ ଏହାର ତଳେ କୌଣସି ଆଦର ନଥାଏ। ଯାହା ଦ୍ୱାରା ଏହା ସମ୍ପୂର୍ଣ୍ଣ ହୋଇନଥାଏ। ଆଉ ଏହାର ଆକାର ତ୍ରିକୋଣ ହୋଇଯାଏ। ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ହୋଇଥାଏ।

ମନେରଖନ୍ତୁ ଏରୁଣ୍ଡି ବନ୍ଧରେ ବସି ଭଜନ କରନ୍ତୁ ନାହିଁ କି ଅନ୍ୟ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଏ। ଘରେ ଦ୍ୱାରରେ ବସିଲେ ଦେବୀ ଦେବତାଙ୍କ ଆଗମନର ବାଧା ଆସିଥାଏ। ମା ଲକ୍ଷ୍ମୀ କିମ୍ବା ସକରାତ୍ମକ ଉର୍ଜାର ମାର୍ଗରେ ବାଧା ଆସିଥାଏ। ଏଥିପାଇଁ ଘରର ଏରୁଣ୍ଡି ବନ୍ଧରେ ବସିବା ଉଚିତ ନୁହେଁ।

ଏରୁଣ୍ଡି ବନ୍ଧରେ ପାଦ କେବେବି ପଡ଼ିବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏରୁଣ୍ଡି ବନ୍ଧରେ ଛିଡା ହୋଇ କାହାରିକୁ ନମସ୍କାର କରନ୍ତୁ ନାହିଁ।

ବନ୍ଧୁ ମାନଙ୍କର ବିଦାୟୀ କେବେବି ଏରୁଣ୍ଡି ବନ୍ଧରେ ଠିଆ ହୋଇ କରନ୍ତୁ ନାହିଁ। ସ୍ୱାଗତ ସବୁବେଳେ ଏରୁଣ୍ଡି ବନ୍ଧ ଭିତରେ ଏବଂ ବିଦାୟ ସର୍ବଦା ଏରୁଣ୍ଡି ବନ୍ଧର ବାହାରେ ଠିଆ ହୋଇ କରିବା ଉଚିତ।

ଘରର ସୁଖ ଶାନ୍ତି ବନେଇ ରଖିବା ପାଇଁ ଘରର ଏରୁଣ୍ଡି ବନ୍ଧ ସ୍ୱଚ୍ଛ ରହିବା ଦରକାର। ସମସ୍ତେ ଜାଣିଛନ୍ତି ଘରର ଆଖପାଖରେ ସକାରାତ୍ମକ ଏବଂ ନକରାତ୍ମକ ଏହି ଦୁଇଟି ଯାକ ଉର୍ଜାର ସନ୍ତୁଳନ ବନେଇ ରଖିବା ପାଇଁ ଏରୁଣ୍ଡି ବନ୍ଧ ରହିବା ଦରକାର। ଘରେ ଏରୁଣ୍ଡି ବନ୍ଧ ରହିବା ଘରର ସୁଖ ଶାନ୍ତି ବୃଦ୍ଧି କରିଥାଏ। ଆଉ ସେଠାରେ ରହୁଥିବା ଲୋକଙ୍କର ଉନ୍ନତି ହୋଇଥାଏ।

ବାସ୍ତୁ ଅନୁସାରେ ଘରର ବନ୍ଧ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀର ପ୍ରତୀକ ହୋଇଥାଏ। ଏରୁଣ୍ଡି ବନ୍ଧର ବାହାର ବାସ୍ତୁ ସୂର୍ଯ୍ୟଙ୍କ ଉର୍ଜାରେ ମଧ୍ୟମ ବାସ୍ତୁ ପୃଥିବୀ ଉର୍ଜାରେ ଏବଂ ଏରୁଣ୍ଡି ବନ୍ଧର ଭିତରର ବାସ୍ତୁ ଚନ୍ଦ୍ର ଉର୍ଜାରେ ପ୍ରଭାବିତ ହୋଇଥାଏ। ଆମର ଆଖପାଖରେ ସକରାତ୍ମକ ଏବଂ ନକରାତ୍ମକ ଉର୍ଜା ଥାଏ ଏହି ଦୁଇଟି ଉର୍ଜାର ସନ୍ତୁଳନ ବନାଇ ରଖିବା ସହିତ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ଦ୍ୱାରା ଘରକୁ ଆସୁଥିବା ଉର୍ଜାର ବି ସନ୍ତୁଳନ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବନ୍ଧ ରହିବା ଆବଶ୍ୟକ। ଏହିସବୁ ଉର୍ଜାରେ ସନ୍ତୁଳନ ହେବ ତ ଘରେ ସୁଖ ଶାନ୍ତି ବନି ରହିଥାଏ। ଆଉ ସେଠାରେ ରହୁଥିବା ଲୋକଙ୍କର ଉନ୍ନତି ହୋଇଥାଏ।

ବାସ୍ତୁ ଅନୁସାରେ ଘରର ସମସ୍ୟା ଯୋଗୁ ଘରର ମୁଖ୍ୟ ଦ୍ୱାର ସହିତ ଜଡ଼ିତ କିଛି ବାସ୍ତୁଦୋଷ ରହିଥାଏ କିନ୍ତୁ ଦ୍ୱାରରେ ବନ୍ଧ ଲଗେଇ ଏହି ବାସ୍ତୁଦୋଷକୁ ଦୂର କରାଯାଇ ପାରିବ।

ବାସ୍ତୁ ଅନୁସାରେ ଯେଉଁ ଘରର ଦ୍ୱାର ସ୍ୱଚ୍ଛ ସୁସଜିତ ସେହି ଘରକୁ ମା ଲକ୍ଷ୍ମୀଙ୍କ କୃପାରୁ କେବେବି ଆର୍ଥିକ ସମସ୍ୟା ଆସିନଥାଏ।

ଦ୍ୱାରରେ ସର୍ବଦା ରଙ୍ଗଲି ବନେଇ ରଖନ୍ତୁ। ଦୁଇ ପାର୍ଶ୍ଵରେ ସ୍ବାସ୍ତିକ ଶୁଭ ଲାଭ ଓଁ ଏବଂ ଶ୍ରୀମର ଚିହ୍ନ ନିଶ୍ଚୟ ବନାନ୍ତୁ। ଏହା ବହୁତ ଶୁଭ ଚିହ୍ନ ହୋଇଥାଏ। ଏହା ବ୍ୟତୀତ ମା ଲକ୍ଷ୍ମୀଙ୍କ ପାଦର ଚିହ୍ନ ବି ଦ୍ୱାରରେ ବନେଇବା ଶୁଭ ମାନାଯାଏ। ଏହି ଚିହ୍ନ ପ୍ରତିଦିନ ରଙ୍ଗଲିରେ ବନାନ୍ତୁ।

ଯଦି ଘରେ ବନ୍ଧ ନଥାଏ ତ ଏହାକୁ ବହୁତ ଅଶୁଭ ମାନାଯାଏ। ଘରେ ସର୍ବଦା ସମସ୍ୟା ଆସିଥାଏ। ନକରାତ୍ମକ ଶକ୍ତିକୁ କମ କରିବା ପାଇଁ ଘରେ ଏରୁଣ୍ଡି ବନ୍ଧ ନିଶ୍ଚୟ ନିର୍ମାଣ କରନ୍ତୁ। ଯଦି ବନ୍ଧ ବନେବା ସମ୍ଭବ ନୁହେଁ ତ ହଳଦିଆ ରଙ୍ଗର ରେଖା ବନେଇ ତାକୁ ଏରୁଣ୍ଡି ବନ୍ଧ ଭାବି ପୂଜା କରନ୍ତୁ। ଏହା ଦ୍ବାରା ବାସ୍ତୁଦୋଷ କମ ହୋଇଥାଏ।

ଦ୍ଵାରର ପୂଜା କେମିତି କରିବେ ଆସନ୍ତୁ ଜାଣିବା।

ଆମର ସଂସ୍କୃତିରେ ପ୍ରତିଦିନ ଦ୍ୱାରକୁ ପୂଜା କରିବାର ପରମ୍ପରା ଅଛି। ଦ୍ୱାର ଆମର ଘରର ଲକ୍ଷ୍ମଣ ରେଖା ନୁହେଁ ବରଂ ଏହା ଆମର ଘରର ଆଦର ଏବଂ ମାନ ସମ୍ମାନ ହୋଇଥାଏ। ଏହି ଦ୍ୱାରରେ ଚାଲି କରି ମା ଲକ୍ଷ୍ମୀ ଘର ଭିତରକୁ ପ୍ରବେଶ କରିଥାନ୍ତି। ଏଥିପାଇଁ ଦ୍ଵାରର ପୂଜାର ବହୁତ ମହତ୍ୱ ରହିଛି।

ଯଦି ପ୍ରତିଦିନ ସମ୍ଭବ ନୁହେଁ ତେବେ ପୂଜା ପର୍ବାଣୀରେ ଭଲ ଦିନରେ ଦ୍ଵାରର ପୂଜା କରାଯାଏ।

ଦ୍ଵାରକୁ ପାଣିରେ ଧୋଇ ରଙ୍ଗଲି ବନାଯାଏ। ଦ୍ୱାରରେ ହଳଦୀ କୁମକୁମ ଲଗେଇ ସକାଳୁ ଏବଂ ସନ୍ଧ୍ୟାରେ ଦୀପ ଜଳାଯାଏ। ପର୍ବ ପର୍ବାଣୀରେ ଦ୍ଵାରକୁ ଗେରୁରେ ଲେପା ଯାଇ ଫୁଲରେ ସଜା ଯାଇଥାଏ। ଘରର ସମସ୍ତ ସଦସ୍ୟ ଘରର ଦ୍ଵାରକୁ ନମସ୍କାର କରିଥାନ୍ତି ଆଉ ଆଶୀର୍ବାଦ ପାଇଥାନ୍ତି।

ଜୋତା ଚପଲ ନେଇ ଘରର ଏରୁଣ୍ଡି ବନ୍ଧକୁ ପ୍ରବେଶ କରିବା ଉଚିତ ନୁହେଁ। କି ବନ୍ଧୁ ମାନଙ୍କର ବି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖିବା ଉଚିତ ନୁହେଁ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଦେବୀ ଦେବତାଙ୍କ ଆଗମନର ବାଧା ଉତ୍ପନ ହୋଇଥାଏ। ଏହା ଦ୍ବାରା ଘରର ନକରାତ୍ମକ ଉର୍ଜାବି ଘରୁ ବାହାରିପାରିନଥାଏ। ତ ଏମିତି ଘରେ ସର୍ବଦା ନକରାତ୍ମକ ଉର୍ଜା ବନିରହିଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖିବା ଉଚିତ ନୁହେଁ। ଏହାକୁ ଆପଣ ସାଇଟରେ ବ୍ୟବସ୍ଥା କରି ସଜେଇ ରଖନ୍ତୁ।

ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁଦୋଷ ଅଛି ଆଉ ଘରେ ସଦସ୍ୟଙ୍କ ଉପରେ ପ୍ରଭାବ ପକାଇ ଥାଏ ତ ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ଘରର ଏରୁଣ୍ଡି ବନ୍ଧରେ ଏହି କାମ ନିଶ୍ଚୟ କରିନେବା ଉଚିତ। ଆପଣ ଗୋଟେ ତମ୍ବା ଘଟିରେ ସେଥିରେ ଜଳ ଭର୍ତି କରି ଅଳ୍ପ ଗଙ୍ଗା ଜଳ ପକେଇ ଦିଅନ୍ତୁ ଆଉ ଯେତେବେଳେ ସକାଳେ ପୂଜା କରିବେ ଏହାପରେ ଏହି ପାଣିକୁ ଘରର ଚାରିଆଡେ ଛିଞ୍ଚନ କରିଦିଅନ୍ତୁ ଆଉ ବଞ୍ଚିତ ପାଣିକୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ଏରୁଣ୍ଡି ବନ୍ଧର ଦୁଇ ପାର୍ଶ୍ଵରେ ଢାଳି ଦେବା ଉଚିତ। ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଯିବ ଆଉ ଘରେ ସର୍ବଦା ସକାରାତ୍ମକତା ବନି ରହିବ।

ଘରେ ସବୁଦିନ ଶଙ୍ଖ ବଜାଇଲେ ଘରର ଆଖପାଖରେ ପରିବେଶ ଶୁଦ୍ଧତା ହୋଇଥାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *