Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରି ଦିନ ଏହି ୭ ଟି ଜିନିଷ ମଧ୍ୟରୁ ଗୋଟିଏ ଦେଖାଦେଲେ ,ଜାଣି ନିଅନ୍ତୁ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି

ବନ୍ଧୁଗଣ ଯଦି ଆପଣଙ୍କୁ ମହା ଶିବରାତ୍ରି ଦିନ ଏହି ୭ ଟି ଜିନିଷ ମଧ୍ୟରେ ଗୋଟିବ ଦେଖାଯାଏ ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଆପଣ ଭଗବାନ ଶିବଙ୍କର ସବୁଠାରୁ ଅଧିକ ପ୍ରିୟ ଭକ୍ତ ଅଟନ୍ତି। ଥରେ ମା ପାର୍ବତୀ ଭଗବାନ ଶିବଙ୍କୁ ପଚାରିଥିଲେ କି ଆପଣ ନିଜ ଭକ୍ତଙ୍କୁ ସ୍ୱୟଂ ଦର୍ଶନ ଦିଅନ୍ତି ନାହିଁ ତ ଆପଣଙ୍କ ଭକ୍ତଙ୍କୁ କେମିତି ଜଣା ପଡିବ କି ଆପଣ ତାଙ୍କ ଭକ୍ତିରେ ପ୍ରସନ୍ନ ଅଛନ୍ତି ତ ଭଗବାନ ଶିବ ମା ପାର୍ବତୀଙ୍କୁ ୭ ଟି ସଂକେତ ବିଷୟରେ ଜଣେଇଥିଲେ ଯେଉଁ ବି ମନୁଷ୍ୟଙ୍କୁ ଏହି ୭ ଟି ସଂକେତ ମିଳିଥାଏ

ସେ ଭଗବାନ ଶିବଙ୍କର ସବୁଠାରୁ ଅଧିକ ପ୍ରିୟ ଭକ୍ତ ଅଟନ୍ତି। ବନ୍ଧୁଗଣ ଦେବଦେବ ମହାଦେବ ଏହି ସମସ୍ତ ସଂସାରରେ କୋଣ ଅନୁକୋଣରେ ବାସ କରନ୍ତି। ଶିବ ହିଁ ଆଦି ଶିବ ହିଁ ଅନନ୍ତ ଅଟନ୍ତି ଶିବ ହିଁ ପାଳକ ଶିବ ହିଁ ସଂହାରକ ଅଟନ୍ତି। କେବେ ନିଜର ଭକ୍ତଙ୍କ ପାଇଁ ରୁଦ୍ର ରୂପ ବି ଧାରଣ କରିଥାନ୍ତି ତ କେବେକେବେ ସୃଷ୍ଟିର କଲ୍ୟାଣ ହେତୁ ହଳାହଳ ବିଷର ପାନ ବି କରନ୍ତି।

କେବେ ଗୁରୁଙ୍କ ରୂପରେ ଏହି ସମସ୍ତ ସଂସାରକୁ ଯଜ୍ଞର ଜ୍ଞାନ ଦିଅନ୍ତି ତ କେବେ ଏକ ବୈରାଗୀ ରୂପରେ ସେ ନିଜ ଭକ୍ତଙ୍କ ମଧ୍ୟରେ ସ୍ୱୟଂ ଆସି ବସିଯାନ୍ତି। ଭଗବାନ ଶିବଙ୍କ ମହିମା ଅପାର ପାର ଅଟେ। ଭଗବାନ ଶିବଙ୍କୁ ଭୋଳାନାଥ ବି କୁହାଯାଏ କାହିଁକିନା ସେ ନିଜ ଭକ୍ତଙ୍କ ମଧ୍ୟରେ କୌଣସି ପ୍ରକାରର ଭେଦ ଭାବ କରନ୍ତି ନାହିଁ। ଯେଉଁବି ଭକ୍ତ ପବିତ୍ର ମନରେ ଭଗବାନ ଶିବଙ୍କ ଆରୋଧନା କରନ୍ତି ସେ ତାଙ୍କର ମନସ୍କାମନା ଅବଶ୍ୟ ହିଁ ପୂରଣ କରନ୍ତି।

ସେ ଭକ୍ତ ଦାନବ ହେଉନ୍ତି କିମ୍ବା ମାନବ ଦେବତା ହୁଅନ୍ତୁ କି ପଶୁ ସେ ସମସ୍ତଙ୍କ ଉପରେ ନିଜର ସମାନ କୃପା ବର୍ଷା କରିଥାନ୍ତ। ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କର ଅତି ପ୍ରିୟ ଦିନ ଅଟେ। ଏହି ଦିନ ଭଗବାନ ଶିବ ଶକ୍ତି ରୂପରେ ସବୁ ଶିବ ମନ୍ଦିରରେ ଉପସ୍ଥିତ ରୁହନ୍ତି ଏବଂ ନିଜର ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଏଥିପାଇଁ ଶିବ ପୁରାଣରେ ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ପୂଜାର ବିଧାନ କରାଯାଇଛି। ଯିଏ ବି ପବିତ୍ର ମନରେ ମହା ଶିବରାତ୍ରି ଦିନ ଶିବ ଲିଙ୍ଗର ପୂଜା କରିଥାଏ ତାଙ୍କ ମନ ପସନ୍ଦର ଜିନିଷ ଅର୍ପଣ କରିଥାଏ କ୍ଷୀର ଏବଂ ଜଳରେ ତାଙ୍କର ଅଭିଷେକ କରିଥାଏ

ଭଗବାନ ଶିବ ଏମିତି ବ୍ୟକ୍ତିଙ୍କ ଉପରେ ନିଜର କୃପାଦୃଷ୍ଟି ସର୍ବଦା ବନେଇ ରଖନ୍ତି। ତାଙ୍କର ଜୀବନରେ ଆସିଥିବା ସବୁ ସଙ୍କଟକୁ ପ୍ରଥମରୁ ହିଁ ହରଣ କରିନିଅନ୍ତି। ତେବେ ଆସନ୍ତୁ ଆଜିର ଏହି ପୋଷ୍ଟରେ ଜାଣିନେବା ମହା ଶିବରାତ୍ରି ଦିନ ଭଗବାନ ଶିବ ନିଜର ଭକ୍ତଙ୍କୁ କେଉଁ ସଙ୍କେତ ଦିଅନ୍ତି ଏହି ସଂକେତ ପ୍ରକୃତି ଦ୍ୱାରା ଏବଂ ପଶୁପକ୍ଷୀଙ୍କ ଦ୍ୱାରା ଭଗବାନ ଶିବଙ୍କ ଭକ୍ତଙ୍କ ଦ୍ୱାରା। ଏଥିପାଇଁ ଏହି ସଂକେତକୁ ଅବଶ୍ୟ ହିଁ ଜାଣିନିଅନ୍ତୁ।

ପ୍ରଥମ ସଂକେତ। ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାଙ୍କ ଦର୍ଶନ। ମହା ଶିବରାତ୍ରି ଦିନ ଯଦି କୌଣସି ବ୍ୟକ୍ତିଙ୍କ ନିଦ ବ୍ରହ୍ମ ମୁହୂର୍ତ୍ତରେ ଖୋଲିଥାଏ ଆଉ ତାକୁ ଆକାଶରେ ଚନ୍ଦ୍ରମାଙ୍କର ଦର୍ଶନ ହୋଇଥାଏ ତ ତାହାକୁ ଶୁଭ ସଂକେତ ମାନାଯାଏ। ସେହି ଭକ୍ତଙ୍କ ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ଅଛନ୍ତି। ଆଉ ତାକୁ ବହୁତ ଶୀଘ୍ର କୌଣସି ଭଲ ଖବର ମିଳିପାରେ।।ଚନ୍ଦ୍ରମା ଭଗବାନ ଶିବଙ୍କ ମସ୍ତକ ଉପରେ ବିରାଜମାନ ଅଟନ୍ତି। ଏଥିପାଇଁ ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାଙ୍କ ଦର୍ଶନ ହେବା ଅତ୍ୟନ୍ତ ହିଁ ଶୁଭ ମାନାଯାଏ।

ଧଳା ନନ୍ଦିର ଦର୍ଶନ। ମହା ଶିବରାତ୍ରି ଦିନ ଯଦି ଆପଣ କୌଣସି କାର୍ଯ୍ୟ ଘରୁ ବାହାରକୁ ଯାଉଛନ୍ତି ଆଉ ଆପଣଙ୍କୁ ରାସ୍ତାରେ ଧଳା ରଙ୍ଗର ନନ୍ଦିର ଦର୍ଶନ ହୋଇଥାଏ ତ ଏହା ଭଗବାନ ଶିବଙ୍କର ସଂକେତ ହୋଇଥାଏ। ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଅଧିକ ପ୍ରସନ୍ନ ଅଛନ୍ତି। ନନ୍ଦି ଭଗବାନ ଶିବଙ୍କର ବାହନ ଅଟେ। ଅଚାନକ ଧଳା ନନ୍ଦିର ଦର୍ଶନ ହେବା ଏହା ଆପଣଙ୍କ ଜୀବନରେ କିଛି ଭଲ ହେବାର ସଂକେତ ଅଟେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ ସେହି କାର୍ଯ୍ୟରେ ଅବଶ୍ୟ ହିଁ ସଫଳତା ମିଳିବ।

ନାଗ ଦେବତାଙ୍କ ଦର୍ଶନ। ଭଗବାନ ଶିବ ନିଜର ଗଳାରେ ନାଗକୁ ଧାରଣ କରନ୍ତି ଭଗବାନ ଶିବଙ୍କୁ ନାଗ ଅତ୍ୟନ୍ତ ପ୍ରିୟ ଅଟେ। ଏଥିପାଇଁ ଯଦି ମହା ଶିବରାତ୍ରି ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯିବା ସମୟରେ ରାସ୍ତାରେ ନାଗ ଦେବତାଙ୍କ ଦର୍ଶନ ହୋଇଥାଏ ତ ଏହାକୁ ବି ଶୁଭ ସଂକେତ ମାନାଯାଏ। ଭଗବାନ ଶିବ ଆପଣଙ୍କ ପୂଜାରେ ପ୍ରସନ୍ନ ଅଛନ୍ତି। ନାଗର ଦର୍ଶନ ହେବା ଆପଣଙ୍କ ଆର୍ଥିକ ଉନ୍ନତିର ସଂକେତ ହୋଇଥାଏ। ଆପଣ ନିଜ ଜୀବନରେ ବହୁତ ଧନ ପ୍ରାପ୍ତ କରିବେ। ଆପଣଙ୍କ ଦରିଦ୍ର୍ୟତା ଦୂର ହେବ।

ଏକାନ୍ତରେ ବସି ଥିବା ସ୍ତ୍ରୀ ଏବଂ ପୁରୁଷ ଦେଖାଯିବା। ଯଦି ମହା ଶିବରାତ୍ରି ଦିନ ଆପଣଙ୍କୁ କୌଣସି ସ୍ୱାମୀ ସ୍ତ୍ରୀ କୌଣସି ଏକାନ୍ତ ସ୍ଥାନ ଉପରେ ବସି କଥା ହେଉଥିବାର ଦେଖାଯାଏ ତ ଏହାକୁ ଶୁଭ ସଂକେତ ମାନାଯାଏ। ଏହା ସ୍ଵୟଂ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ଦର୍ଶନ ହେବା ସହିତ ସମାନ। ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରି ଥିବେ ସେହି କାର୍ଯ୍ୟରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ।

କଳା କୁକୁର। ମହା ଶିବରାତ୍ରି ଦିନ ଯଦି ଆପଣଙ୍କ ଘରକୁ କଳା କୁକୁର ଆସିଥାଏ ତ ଏହାକୁ ଶୁଭ ସଂକେତ ମାନାଯାଏ। ଏହା ଦ୍ୱାରା ଆପଣଙ୍କ ଘରୁ ସବୁ ପ୍ରକାରର ନକରାତ୍ମକର ଅନ୍ତ ହେବ। ଏହି ସଂକେତ ଅଟେ କି ଆପଣଙ୍କ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି। ଆଉ ଏବେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇସାରିଛି।

ଭରା ହୋଇଥିବା ପାତ୍ର। ଯଦି ଆପଣ ମହା ଶିବରାତ୍ରି ଦିନ ଘରୁ ବାହାରକୁ ବାହାରୁଛନ୍ତି ଆଉ ଆପଣଙ୍କୁ ରାସ୍ତାରେ ପାଣି କିମ୍ବା କ୍ଷୀରରେ ଭର୍ତି ପାତ୍ର ଦେଖାଯାଏ ତ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହା ଏହି ସଂକେତ ଦେଇଥାଏ କି ଆପଣ ଯେଉଁବି କାର୍ଯ୍ୟ ପାଇଁ ବାହାରକୁ ବାହାରି ଯାଉଛନ୍ତି ସେହି କାମରେ ଆପଣଙ୍କୁ ସଫଳତା ମିଳିବ।

ଭସ୍ମ ଲଗେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ମହା ଶିବରାତ୍ରି ଦିନ କୌଣସି ବ୍ୟକ୍ତି ଭସ୍ମ ଲଗେଇ ହୋଇଥିବା ଦେଖା ଦିଅନ୍ତି ତ ଏହାକୁ ଶୁଭ ସଂକେତ ମାନାଯାଏ। ମହା ଶିବରାତ୍ରି ଦିନ ଆପଣ ଭସ୍ମ ଲଗେଇ କରି ହିଁ ଘରୁ ବାହାରକୁ ଯିବା ଉଚିତ। ଆପଣଙ୍କ ଜୀବନରେ ଆସିବାକୁ ଥିବା ବଡ଼ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *