Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେତୁ ଏହି ୩ଟି ରାଶିରେ ରହିଛି ସଫଳତା ଓ ଧନ ଲାଭର ସୁଯୋଗ; ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିମାନେ ରହିବେ ସତର୍କ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜି ଗ୍ରହମାନଙ୍କର ସେନାପତି ମଙ୍ଗଳ ଗ୍ରହ ଧନୁ ରାଶିରୁ ମକର ରାଶିକୁ ଗୋଚର କରିବାକୁ ଯାଉଛନ୍ତି। ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନ ଫେବୃଆରୀ ୨୬ ତାରିଖ ଦ୍ୱିପ୍ରହର ୩ ଘଟିକା ୪୯ ମିନିଟରେ ହେବାକୁ ଯାଉଛି।

ମଙ୍ଗଳ ନିଜ ଉଚ୍ଚରାଶି ମକରରେ ପ୍ରବେଶ କରିବା ଯୋଗୁଁ, ଯେଉଁ ଲୋକଙ୍କ କୁଣ୍ଡଳୀରେ ମଙ୍ଗଳ ଉଚ୍ଚ ରହିବେ ସେମାନଙ୍କ ପାଇଁ ଆସୁଥିବା ସମୟ ଲାଭଦାୟକ ସାବ୍ୟସ୍ତ ହେବ। ସିଂହ ରାଶି, ବିଛା ରାଶି ଓ ମୀନ ରାଶିର ଲୋକଙ୍କୁ ଅପାର ସଫଳତା ମିଳିବ। କିନ୍ତୁ ଅନ୍ୟ ୯ ଗୋଟି ରାଶିର ଲୋକଙ୍କ ପାଇଁ ଆସନ୍ତା ମାସ ପର୍ଯ୍ୟନ୍ତ ସତର୍କ ହୋଇ ରହିବା ଆବଶ୍ୟକ।

ଜ୍ୟୋତିଷ ମାନଙ୍କ ମତରେ ଏହି ସମୟରେ ବୁଧ, ମଙ୍ଗଳ, ଓ ଶନିଙ୍କର ମିଳନ ହେବା ଯୋଗୁଁ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେବ। ଏହି ସମୟରେ ଜନ୍ମ ହେଉଥିବା ପିଲାମାନଙ୍କର ପଞ୍ଚ ମହାପୁରୁଷ ଅନ୍ତର୍ଗତ ମଙ୍ଗଳରେ ରୁଚକ ଓ ଶନିରେ ଶଶ ମହାପୁରୁଷଙ୍କ ଯୋଗ ପ୍ରାପ୍ତ ହେବ

ଏହି ୩ ଗୋଟି ରାଶିର ଲୋକଙ୍କୁ ମିଳିବ ସଫଳତା।

ସିଂହ ରାଶି :- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶତୃମାନଙ୍କର ବିନାଶ ହେବ। ଘରୋଇ ବିବାଦରେ ବିଜୟ ଲାଭ କରିବେ।ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବିଛା ରାଶି :- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଆସନ୍ତା ଗୋଟିଏ ମାସ ପର୍ଯ୍ୟନ୍ତ ଏହି ରାଶିର ଲୋକମାନଙ୍କୁ ଲଗାତାର ସଫଳତା ମିଳିବାକୁ ଯାଉଛି। ଅଟକି ରହିଥିବା ଫେରସ୍ତ ମିଳିପାରେ। ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ।

ମୀନ ରାଶି :- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ସନ୍ତାନଙ୍କ ସୁଖ ପ୍ରାପ୍ତ ହୋଇପାରେ, ଏଥିପାଇଁ ଆପଣ ପ୍ରସନ୍ନ ହେବେ। ଏହି ସମୟରେ ଆପଣ ସମାଜରେ ମାନସମ୍ମାନ ହାସଲ କରିବେ ଏବଂ ଆପଣଙ୍କୁ ସବୁକ୍ଷେତ୍ରରୁ ସଫଳତା ମିଳିବାର ଯୋଗ ରହିଛି।

ଏହି ରାଶିର ଲୋକମାନେ ସତର୍କ ରୁହନ୍ତୁ :-

ମେଷ ରାଶି :- ମଙ୍ଗଳର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟରେ ଅସଫଳତା ଦେଖା ଦେଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ପାରନ୍ତି।

ବୃଷ ରାଶି :- ଜମିବାଡ଼ି ଓ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ। ଆପଣ ରାତ୍ରି ଅନିଦ୍ରା ହୋଇ ରହି ପାରନ୍ତି। ଏହାଦ୍ଵାରା ଆପଣଙ୍କୁ ଦୁର୍ବଳତା ଅନୁଭବ ହୋଇପାରେ। ଧନହାନୀ ହେବାର ସମ୍ଭାବନା ରହିଛି।

ମିଥୁନ ରାଶି :- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ।ଦୁର୍ଘଟଣା ହେବାର ଆଶଙ୍କା ରହିଛି। ଅନାବଶ୍ୟକ କାର୍ଯ୍ୟରେ ଧନ ହାନୀ ହୋଇପାରେ।

କର୍କଟ ରାଶି :- ଏହି ସମୟ ଆପଣଙ୍କ ପାଇଁ ବହୁତ କଠିନ ଅଟେ। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ବିବାଦ ହୋଇପାରେ। ଆଖି ଓ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

କନ୍ୟା ରାଶି :- ସନ୍ତାନଙ୍କ ତରଫରୁ ଦୁଃଖଦ ସମାଚାର ମିଳିପାରେ। ଚାକିରି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇପାରେ। ନିଜ ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ।

ତୁଳା ରାଶି :- ଆପଣଙ୍କ ମନରେ ଅଯଥା ଭୟ ରହିପାରେ। ଚାକିରି କ୍ଷେତ୍ରରେ କଠିନ ପରିଶ୍ରମ କରିବେ। ପେଟ ସମ୍ୱନ୍ଧୀୟ ରୋଗ ଦେଖା ଦେଇପାରେ। ଅଯଥା ଚିନ୍ତା କରନ୍ତୁ ନାହିଁ।

ଧନୁ ରାଶି :- କାହାକୁ କଟୁ କଥା କୁହନ୍ତୁ ନାହିଁ। ଏହି ସମୟରେ ଆପଣଙ୍କୁ କୌଣସି ବିବାଦରୁ ଦୁରେଇ ରହିବା ଉଚିତ। ଘରେ ଅଯଥା ଖର୍ଚ୍ଚ ହୋଇପାରେ। ଧନହାନୀ ହେବାର ସମ୍ଭାବନା ରହିଥାଏ। ମାନସିକ ରୂପରେ ଆପଣ ଦୁର୍ବଳ ରହି ପାରନ୍ତି।

ମକର ରାଶି :- ଏହି ସମୟରେ ଆପଣଙ୍କ ଶରୀର ପ୍ରଭାବିତ ହୋଇପାରେ।କୌଣସି କଥାରେ ଅଯଥା ଜିଦି କରନ୍ତୁ ନାହିଁ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ।

କୁମ୍ଭ ରାଶି :- ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ।ଆପଣ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇବେ ନାହିଁ। ତେଣୁ ଆପଣ ବହୁତ ଦୁଃଖିତ ଅନୁଭବ କରି ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *