Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – ପ୍ରତିଦିନ କରନ୍ତୁ ଏହି ୫ ଟି କାମ,ଘରକୁ ଗରିବୀ ଆସିବ ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ କରନ୍ତୁ ଏହି ୫ ଟି କାମ ଗରିବୀ ଆସିବ ନାହିଁ

ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତା ମାଧ୍ୟମରେ ମାନବକୁ ଜୀବନ ଅତିବାହିତ କରିବାର ଠିକ ଢ଼ଙ୍ଗ ଶିଖେଇ ଛନ୍ତି। ଏହା ସହିତ ଭଗବାନ ଶ୍ରୀକୃଷ୍ଣ ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ସବୁ ଉପାୟ ଶ୍ରୀମଦ ଭଗବତ ଗୀତାରେ ଉଲ୍ଲେଖ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମନୁଷ୍ୟଙ୍କ ଜୀବନରେ ସବୁଠାରୁ ବଡ଼ ସମସ୍ୟା ତାଙ୍କର ଲକ୍ଷ୍ମୀ ଅର୍ଥାତ ଧନର ଯିବା ଆସିବା ଅଟେ। କିଛି ମନୁଷ୍ୟଙ୍କୁ ଦିନ ସାରା ପରିଶ୍ରମ କରିବି ଧନର କ୍ଷତି ସହିବାକୁ ପଡିଥାଏ କିନ୍ତୁ କିଛି ଲୋକଙ୍କୁ କମ ପରିଶ୍ରମରେ ବହୁତ ଅଧିକ ଧନ ଉପାର୍ଜନ ହୋଇଥାଏ।

ମନୁଷ୍ୟଙ୍କ ପାଖକୁ ଧନ ଆସିବା କିମ୍ବା ଯିବା ମାତ୍ର ମା ଲକ୍ଷ୍ମୀଙ୍କର କୃପାରୁ ଅଟେ। ଯାହା ଉପରେ ମା ଲକ୍ଷ୍ମୀଙ୍କ କୃପା ଥିବ ତା ପାଖରେ କେବେବି ଧନର କମି ହେବନାହିଁ। ଆଉ ଯାହା ଉପରେ ମା ଲକ୍ଷ୍ମୀ ରୁଷ୍ଠ ଥିବେ ତା ପାଖରେ ସେ ଯେତେ ଚେଷ୍ଟା କରୁ ପଛେ କେବେବି ଧନ ରହେ ନାହିଁ। କାରଣ ଭଗବାନ ଯେବେ କାହାର ବୁଦ୍ଧି ହରଣ କରିନିଅନ୍ତି ତ ତାକୁ ଖରାପ ହିଁ ଖରାପ ଦେଖାଯାଏ ଆଉ ତାକୁ ଜୀବନରେ ଅନେକ ଥର ସଙ୍ଘର୍ଷ କରିବା ପରେ ବି ସଫଳତା ମିଳିନଥାଏ ଆଉ ଯାହା ଉପରେ ଭଗବାନଙ୍କ କୃପା ଥାଏ ତାକୁ ସଫଳତା ମିଳିଥାଏ।

ଏଥିପାଇଁ ଆମକୁ ଜୀବନରେ ସଫଳତା ପାଇବା ପାଇଁ ଭଗବାନଙ୍କ ସାଥ ବହୁତ ଆବଶ୍ୟକ ଅଟେ। ଭଗବାନ ଶ୍ରୀକୃଷ୍ଣ ନିଜର ଉପଦେଶରେ ସେହି ମନୁଷ୍ୟଙ୍କ ବିଷୟରେ କହିଛନ୍ତି ଯାହା ପାଖରୁ ମା ଲକ୍ଷ୍ମୀ ରାଗି ଚାଲି ଯାଆନ୍ତି ଆଉ ତାଙ୍କୁ ଧନ ହାନିର ସାମ୍ନା କରିବାକୁ ପଡିଥାଏ ସେ ଜୀବନସାରା କେବେବି ଧନ ସଞ୍ଚିତ କରି ପାରିନଥାଏ। ତାଙ୍କର ଧନ କୌଣସି ନାଁ କୌଣସି କାରଣରୁ ଖର୍ଚ୍ଚ ହୋଇଥାଏ।

ଏମିତି ମନୁଷ୍ୟଙ୍କୁ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଧନ ସଞ୍ଚିତ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ୫ ଟି ମହତ୍ବପୂର୍ଣ ଉପାୟ କହିଛନ୍ତି ଯାହାକୁ କରିଲେ ତାଙ୍କ ଘର ଉପରେ ମା ଲକ୍ଷ୍ମୀଙ୍କର ସର୍ବଦା ହିଁ ବାସ ରହିବ ଏବଂ ଧନର କମି କେବେବି ହେବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ

ପ୍ରଥମ ଉପାୟ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଲୋକଙ୍କ ଘରେ ଧନର ହାନି ହୋଇଥାଏ କିମ୍ବା ଟଙ୍କା କେବେବି ସଞ୍ଚୟ କରି ରଖିପାରନ୍ତି ନାହିଁଏହାର ପଛରେ ପିତୃଦୋଷ କାରଣରେ ହୋଇଥାଏ। ଏଥିପାଇଁ ପ୍ରତ୍ୟକ ଦିନ ରାତିରେ ନିଜର ଘରର ଦକ୍ଷିଣ ଦିଗରେ ଏକ ଦୀପ ଅବଶ୍ୟ ଜଳେଇବା ଉଚିତ। ଏହା ଦ୍ବାରା ପିତୃଦୋଷ ଦୂର ହୋଇଥାଏ। ଆଉ ପୁର୍ବଜଙ୍କ କୃପା ସର୍ବଦା ବନି ରହିଥାଏ। ଏହା ଦ୍ବାରା ମନୁଷ୍ୟଙ୍କ ଘରେ କେବେବି ଧନର ହାନି ହେବ ନାହିଁ କି ଅନାବଶ୍ୟକ ଖର୍ଚ୍ଚ ହେବନାହିଁ।

ଦ୍ୱିତୀୟ ଉପାୟ। ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ ଭଗବତ ଗୀତାରେ କହିଛନ୍ତି କୌଣସି ବି ସ୍ତ୍ରୀ ନିଜର ସ୍ୱାମୀ ନକହିବା ପର୍ଯ୍ୟନ୍ତ ଯାଆନ୍ତି ନାହିଁ ସେହିଭଳି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ବିନା କେଉଁଠି କି ଯାଆନ୍ତି ନାହିଁ। ଯେଉଁ ଘରେ ଭଗବାନ ବିଷ୍ଣୁଙ୍କର ପୂଜା ହୋଇଥାଏ ସେହିଠାରେ ମା ଲକ୍ଷ୍ମୀଙ୍କ ବାସ ସର୍ବଦା ରହିଥାଏ। ଆଉ ଯେଉଁଠି ଭଗବାନ ବିଷ୍ଣୁଙ୍କର ପୂଜା ପ୍ରତିଦିନ ହୋଇନଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏଥିପାଇଁ ପ୍ରତ୍ୟକ ଗୁରୁବାର ଦିନ ଘରେ ଭଗବାନ ବିଷ୍ଣୁଙ୍କ ପୂଜା ଅବଶ୍ୟ ହିଁ କରିବା ଉଚିତ। ଏହା ଦ୍ବାରା ଦରିଦ୍ର୍ୟତାର ନାଶ ହୋଇଥାଏ।

ତୃତୀୟ ଉପାୟ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ଶାଳିଗ୍ରାମର ପୂଜା କରାଯାଏ ନାହିଁ ସେହି ଘରେ କେବେବି ମା ଲକ୍ଷ୍ମୀ ବାସ କରନ୍ତି ନାହିଁ। ଯେଉଁଠି ଶାଳିଗ୍ରାମର ପୂଜା ପ୍ରତିଦିନ କରାଯାଏ ସେହି ଘରକୁ ମା ଲକ୍ଷ୍ମୀ କେବେବି ଛାଡି ଯାଆନ୍ତି ନାହିଁ। ସେହି ଘରେ ଯେତେବି ବାସ୍ତୁଦୋଷ ଥାଉ ପଛେ ସେହି ଘରେ କେବେବି ଧନର କମି ହୋଇନଥାଏ।

ଚତୁର୍ଥ ଉପାୟ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରେ ଅତିଥି ଦେବ ଭଵର ଭାବନା ହୋଇନଥାଏ ସେଠାକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଯେଉଁ ଘରେ ଅତିଥି ମାନଙ୍କର ସମ୍ମାନର ସହିତ ସ୍ୱାଗତ କରାଯାଏ ନାହିଁ ତାକୁ ଗାଳି ଦିଆଯା ଅଥବା ଦ୍ୱାର ପାଖକୁ ଆସୁଥିବା ପଶୁପକ୍ଷୀ ମାନଙ୍କୁ ଭଜନ ଦିଆଯାଏ ନାହିଁ ଆଉ ପିଟି କରି ଘଉଡ଼ାଇ ଦିଆଯାଏ

ଏମିତି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଏମିତି ଘରେ ସର୍ବଦା ଗରିବୀ ଏବଂ ଦାରିଦ୍ର୍ୟତା ଲାଗିରହିଥାଏ। ଆଉ ଯେଉଁ ଘରେ ସାଡୁ ସନ୍ଥ ମାନଙ୍କର ସ୍ୱାଗତ କରାଯାଏ ତାଙ୍କର ସେବା କରାଯାଏ ତାଙ୍କର ସତ୍କାର କରି ବିଦା କରାଯାଏ ଏମିତି ଘରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି।

ପଞ୍ଚମ ଉପାୟ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଘରେ ଧନ ରଖିବାର ସ୍ଥାନ ଉତ୍ତର ଦିଗରେ ହେବା ଉଚିତ। କାରଣ ଉତ୍ତର ଦିଗ ଧନର ଦିଗ ମାନାଯାଏ। ଯେଉଁ ଆଲମାରୀର ଆମେ ଧନ ରଖିଥାଉ ସେଠାରେ ସର୍ବଦା ହଳଦୀ ଲଗା ହୋଇଥିବା ୨୧ ଟି ଚାଉଳ ଲାଲ କପଡ଼ାରେ ବାନ୍ଧି କରି ରଖିଦିଅନ୍ତୁ। ଏହି ଉପାୟ କରିଲେ ସେହି ଆଲମାରୀ କେବେବି ଖାଲି ହୋଇନଥାଏ କି ସେହି ଘରେ କେବେବି ଧନର ସମସ୍ୟା ଆସିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *