Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ବୟସରେ ମହିଳାମାନେ ମାଆ ହେଲେ ବୁଦ୍ଧିମାନ ହୋଇଥାନ୍ତି ଓ ତାଙ୍କ ସନ୍ତାନ ବୁଦ୍ଧିମାନ ହୋଇଥାନ୍ତି? ଜାଣନ୍ତୁ ବୟସ ଓ ଏହାର କାରଣ କଣ?

ସେୟାର୍ କରନ୍ତୁ

ସମଗ୍ର ଦୁନିଆରେ ଜଣେ ନାରୀ ପାଇଁ ମାତୃତ୍ଵ ଲାଭ କରିବା ଏକ ସୁଖପୁର୍ଣ୍ଣ ଅନୁଭୂତି ଅଟେ। ମାତୃତ୍ଵ ଲାଭ କରି ଜଣେ ନାରୀର ଜୀବନ ସାର୍ଥକ ହୋଇଥାଏ। ପ୍ରତ୍ୟେକ ବିବାହିତ ଦମ୍ପତ୍ତି ଓ ପରିବାର ଲୋକେ ସନ୍ତାନ ପାଇଁ ଆଶା କରିଥାନ୍ତି। ଆଜିର ସମୟରେ ଆମ ଭାରତର ସମ୍ବିଧାନ ଦ୍ଵାରା ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ଝିଅମାନଙ୍କ ବିବାହକୁ ସ୍ଵୀକୃତି ପ୍ରଦାନ କରାଯାଇଛି।

ଯଦି କୌଣସି ଝିଅଟିଏ ୧୮ ବର୍ଷ ବୟସରେ ବିବାହ କରେ ତାହେଲେ ସାଧାରଣତଃ ବିବାହର ଦୁଇରୁ ତିନି ବର୍ଷ ମଧ୍ୟରେ ଝିଅର ୨୦ରୁ ୨୧ ବର୍ଷ ହୋଇ ଯାଇଥାଏ ଏବଂ ସେହି ସମୟରେ ପିଲାଟିଏ ହୋଇଥାଏ। ପ୍ରତ୍ୟେକ ପିତାମାତାଙ୍କୁ ଏକ ସୁସ୍ଥ, ସବଳ, ପ୍ରଖର ବୁଦ୍ଧି ଥିବା ସନ୍ତାନଟିଏ ପାଇଁ ଆଶା ରହିଥାଏ। କିନ୍ତୁ ମହିଳା ମାନଙ୍କୁ ସନ୍ତାନ ଜନ୍ମ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ରହିଥାଏ। ଏହାଦ୍ଵାରା ସନ୍ତାନ ସୁସ୍ଥ ସବଳ ଓ ବୁଦ୍ଧିମାନ ହୋଇଥାଏ।

ସୂଚନା ଅନୁସାରେ, ବିଶେଷଜ୍ଞ ମାନେ ନିକଟ ଭବିଷ୍ୟତରେ ବିଭିନ୍ନ ବୟସର ଗର୍ଭବତୀ ମହିଳା ମାନଙ୍କୁ ନେଇ ଏକ ପର୍ଯ୍ୟବେକ୍ଷଣ କରିଥିଲେ। ଏହି ପର୍ଯ୍ୟବେକ୍ଷଣ ଅନୁସାରେ ସେମାନେ ଏକ ରିପୋର୍ଟରେ ଜଣେ ନାରୀ ମାଆ ହେବା ପାଇଁ କେଉଁ ବୟସ ରହିବା ଉଚିତ,ତାହା ପ୍ରକାଶ କରିଛନ୍ତି।

ଏହି ରିପୋର୍ଟ ଅନୁସାରେ ମହିଳା ମାନେ ୩୦ ବର୍ଷ ବୟସରେ ସନ୍ତାନ ଜନ୍ମ କଲେ ସେମାନଙ୍କ ସନ୍ତାନ ସୁସ୍ଥ, ସବଳ, ବିଚକ୍ଷଣ ବୁଦ୍ଧି, ସୁନ୍ଦର ହୋଇଥାନ୍ତି। କାରଣ ମହିଳା ମାନେ ୩୦ ବର୍ଷ ବୟସରେ ମାଆ ହେବା ପାଇଁ ମାନସିକ ଓ ଶାରିରୀକ ରୂପରେ ପ୍ରସ୍ତୁତ ହୋଇ ଥାଆନ୍ତି। ଏହାର ସକାରାତ୍ମକ ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଏହି ବୟସରେ ମହିଳା ମାନେ ଅଧିକ ଚିନ୍ତାରେ ରହିବାକୁ ପସନ୍ଦ କରନ୍ତି ନାହିଁ, ତେଣୁ ଏହା ଶିଶୁର ବିକାଶ ପାଇଁ ବହୁତ ଲାଭଦାୟକ ରହିଥାଏ।

ଆଜିକାଲି ସମାଜରେ ଅଧିକାଂଶ ସ୍ଥାନରେ ଅଳ୍ପ ବୟସରେ ଝିଅମାନଙ୍କୁ ବିବାହ କରି ଦିଆଯାଉଛି। ଏହାଦ୍ଵାରା ସେମାନେ ଅଳ୍ପ ବୟସରୁ ସନ୍ତାନ ଜନ୍ମ ଦେଉଥିବାରୁ, ସେହି ପିଲାମାନେ ଅଧିକ ଦୁର୍ବଳ, ଅଳ୍ପ ବୁଦ୍ଧି ଓ ସେମାନଙ୍କର ବିକାଶ ମଧ୍ୟ ହୋଇ ନଥାଏ। ଏହାସହିତ ସେହି ପିଲାମାନଙ୍କ ମଧ୍ୟରେ ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ତେଣୁ ସୁସ୍ଥ ସବଳ, ବୁଦ୍ଧିମାନ ସନ୍ତାନ ଚାହୁଁଥିଲେ, ପ୍ରତ୍ୟେକ ଝିଅମାନଙ୍କୁ ୨୭ ବର୍ଷ ବୟସରେ ବିବାହ କରିବା ଉଚିତ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *