Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ରି ଦିନ ଚୁପଚାପ ନନ୍ଦି କାନରେ କହି ଦିଅନ୍ତୁ ଏହି ୨ ଟି ଶବ୍ଦ। ମୁହଁରୁ କହିବା ମାତ୍ରେ ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଁଚି ଯିବ ଉର୍ଜା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ଦିନ ଚୁପଚାପ ନନ୍ଦି କାନରେ କହି ଦିଅନ୍ତୁ ଏହି ୨ ଟି ଶବ୍ଦ। ମୁହଁରୁ କହିବା ମାତ୍ରେ ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଁଚି ଯିବ ଉର୍ଜା।

ବନ୍ଧୁଗଣ ଆପଣ ସର୍ବଦା ଭଗବାନ ଶିବଙ୍କ ମନ୍ଦିରରେ ଦେଖିଥିବେ କିମ୍ବା ଆପଣ ବି ନିଜେ ବି ଏମିତି କରିଥିବେ ଭଗବାନ ଶିବଙ୍କ ସାମ୍ନାରେ ବସିଥିବା ତାଙ୍କର ବାହନ ନନ୍ଦିଙ୍କ କାନରେ ନିଜର ମନ କଥା କହିଥାନ୍ତି। କଣ ଆପଣ ଜାଣିଛନ୍ତି ନନ୍ଦିଙ୍କ କାନରେ କୁହାଯାଇଥିବା କଥା ଭଗବାନ ଶିବଙ୍କ ପାଖରେ ନିଶ୍ଚୟ ପହଁଚି ଥାଏ ଆଉ ତାହା ପୁରା ବି ହୋଇଥାଏ। ନନ୍ଦିଙ୍କ କେଉଁ କାନରେ ନିଜର ମନସ୍କାମନା କହିବା ଉଚିତ ଆଉ କଣ କହିବାକୁ ହେବ। ଭଗବାନ ଶିବ ଯେତେବେଳେ ସାକ୍ଷତ ସାମ୍ନାରେ ବସିଛନ୍ତି ତ ନନ୍ଦିଙ୍କ ମାଧ୍ୟମରେ ହିଁ ନିଜର କଥା କାହିଁକି ପହଂଚା ଯାଇଥାଏ। ଏହାର ପଛରେ କାରଣ କଣ ହୋଇଥାଏ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟରେ।

ଭଗବାନ ଶିବଙ୍କୁ ଆପଣ ସିଧା ବହୁତ କଥା କହିପାରିବେ କିନ୍ତୁ ନନ୍ଦି ଭଗବାନ ଯିଏ ଭଗବାନ ଶିବଙ୍କର ପ୍ରମୁଖ ଗଣଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ କୁହାଯାଏ ଯେ ନନ୍ଦି ପୂର୍ବ ଜନ୍ମରେ ସିଲାଦ ଋଷି ଥିଲେ ଯିଏ ହଜାର ବର୍ଷ ପର୍ଯ୍ୟନ୍ତ ଘୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ତାଙ୍କ ଠାରୁ ଏହି ବରଦାନ ପାଇଲେ ଯେ ସେ ସର୍ବଦା ତାଙ୍କ ପାଖରେ ରହିବେ। ସିଲାଦ ୠଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କ ବାହନ ରୂପରେ ସର୍ବଦା ନିଜର ପାଖରେ ରହିବାର ବଚନ ଦେଲେ।

ସେବେ ଠାରୁ ହିଁ ଭଗବାନ ଶିବଙ୍କ ପାଖରେ ନନ୍ଦି ବାହନ ରୂପରେ ରହିଛନ୍ତି। ତ ଶିବ ମହା ପୁରାଣ ଅନୁସାରେ ଭଗବାନ ଶିବ ସର୍ବଦା ହିଁ ତପସ୍ୟାରେ ଲିନ ରହିଥାନ୍ତି ଆଉ ସେ ବନ୍ଦ ଆଖିରେ ବି ସମ୍ପୂର୍ଣ୍ଣ ଜଗତର ସଞ୍ଚାଳନରେ ସହଯୋଗ କରିଥାନ୍ତି କିନ୍ତୁ ଯିଏ ନନ୍ଦି ମହାରାଜ ଅଛନ୍ତି ସେ ଚୈତନ୍ୟଙ୍କ ପ୍ରତୀକ ଅଟନ୍ତି। ଯିଏ ଖୋଲା ଆଖି ଖୋଲା କାନରେ ବ୍ୟକ୍ତ ଅବ୍ୟକ୍ତ କଥାକୁ ବୁଝିନିଅନ୍ତି ଏହା ସହିତ ପୁରାଣରେ ଏହା କୁହାଯାଇଛି ଭଗବାନ ଶିବଙ୍କ ତପସ୍ୟାରେ କୌଣସି ପ୍ରକାରର ବିଘ୍ନ ନହେଉ ଏଥିପାଇଁ ନନ୍ଦି ଚୈତନ୍ୟଙ୍କ ଅବସ୍ଥାରେ ତାଙ୍କର ତପସ୍ୟା ସ୍ଥାନରେ ବାହାରେ ରହିଥାନ୍ତି।

ଯେଉଁ ବି ଭକ୍ତ ଭଗବାନ ଶିବଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଇଥାଏ ନନ୍ଦି ତାଙ୍କୁ ସେହିଠାରେ ଅଟକାଇ ଦିଅନ୍ତି ଏବଂ କୌଣସି ବାହାର ବିଘ୍ନରୁ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ ନହେଉ ତ ଏଥିପାଇଁ ଭକ୍ତ ବି ନିଜର କଥା ନନ୍ଦିଙ୍କ କାନରେ କହିଥାନ୍ତି ତ ଭଗବାନ ଶିବ ତପସ୍ୟାରୁ ବାହାରିବା ପରେ ନନ୍ଦି ତାଙ୍କୁ ଭକ୍ତଙ୍କ ସବୁ କଥା କହି ଦିଅନ୍ତି। ଆଉ ଭକ୍ତଙ୍କୁ ଏହା ବି ବିଶ୍ୱାସ ବି ହୋଇଥାଏ କି ନନ୍ଦି ମହାରାଜ ତାଙ୍କର କଥା ଭଗବାନ ଶିବଙ୍କ ପାଖରେ ଅବଶ୍ୟ ପହଞ୍ଚାଇ ଦେବେ। ତ କିଛି ନିୟମ ଥାଏ ନନ୍ଦିଙ୍କ କାନରେ କହିବାର।

ଯେବେବି ଆପଣ ଭଗବାନ ଶିବଙ୍କ ପୂଜା କରିବେ ତ ଏହା ପରେ ନନ୍ଦିଙ୍କ କାନରେ କହିବା ଉଚିତ। ପ୍ରଥମେ ନନ୍ଦିଙ୍କୁ ୩୧ ଟି ସବୁଜ ରଙ୍ଗର ମୁଗ ଦାନ କରନ୍ତୁ। ଏହା ବ୍ୟତିତ ଫୁଲ ମିଠା ଯାହାବି ଆପଣ ନେଇ ଥିବେ ତାହା ଅର୍ପଣ କରିବେ ଏହାପରେ ନନ୍ଦିଙ୍କ କାନରେ ଯେଉଁ ମନସ୍କାମନା କହିବେ ତ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କର କୁହା ହୋଇଥିବା କଥା ଆଉ କେହି ଯେମିତି ନ ଶୁଣି ପାରିବେ ଧୀରେ ଧୀରେ ନନ୍ଦିଙ୍କ କାନରେ କହିବେ।

ନନ୍ଦିଙ୍କ କାନରେ କହିବା ସମୟରେ ନିଜେ ଓଠକୁ ଦୁଇଟି ହାତରେ ଢାଙ୍କି ଦିଅନ୍ତୁ ଯେମିତି ଅନ୍ୟ ବ୍ୟକ୍ତି ସେହି କଥାକୁ କହିବା ସମୟରେ ନଶୁଣି ପାରିବ। ନନ୍ଦିଙ୍କ କାନରେ କେବେବି କାହାରି ଖରାପ କହିବେ ନାହିଁ। ନଚେତ ଭଗବାନ ଶିବ କ୍ରୋଧିତ ହୋଇଯିବେ। ଆପଣ ଯାହାବି କହିବେ ନିଜ ପାଇଁ କୁହନ୍ତୁ। ନନ୍ଦିଙ୍କ କାନରେ କହିବା ପୂର୍ବରୁ ପୂଜା ପ୍ରଥମେ କରିନେବା ଉଚିତ। ଫଳ ପୁଷ୍ପ ବେଲ ମିଠା ଆଦି ଅର୍ପଣ କରିବେ।

ନନ୍ଦିଙ୍କ କୌଣସି କାନରେ ନିଜର ମନସ୍କାମନା କହିପାରିବେ। ବାମ କାନରେ କହିବାର ଅଧିକ ମହତ୍ୱ ଥାଏ ତ ଆପଣ ବି ଥରେ ଟ୍ରାୟ କରନ୍ତୁ ଆଉ ଦେଖନ୍ତୁ ନନ୍ଦି ମହାରାଜ ଆପଣଙ୍କ ସମସ୍ତ ମନସ୍କାମନା ଭଗବାନ ଶିବଙ୍କ ପର୍ଯ୍ୟନ୍ତ ପହଂଚାଇ ଥାନ୍ତି ଆଉ ସେହି ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *