Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ଏହି ଗୋଟିଏ ଜିନିଷ ଅର୍ପଣ କରନ୍ତୁ,ହେବ ମନସ୍କାମନା ପୂରଣ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ ଏହି ୧ ଟି ଜିନିଷ ଅର୍ପଣ କରନ୍ତୁ ମନସ୍କାମନା ପୂରଣ ହୋଇଥାଏ।

ଯଦି ଜୀବନରେ କୌଣସି ବି ସମସ୍ୟା ଚାଲିଥାଏ ତାହା ଧନ ସହିତ ଜଡ଼ିତ ହୋଇଥାଉ କି ଘରେ କଳହ କ୍ଳେଶ କୌଣସି ସମସ୍ୟା ହୋଇଥାଉ ମହା ଶିବରାତ୍ରି ଠାରୁ କୌଣସି ଭଲ ସୁଯୋଗ ଆସିବ ନାହିଁ ତାହା ସବୁ ଦୂର କରିବା ପାଇଁ। ଏହି ଦିନ ଆପଣ ଖାସ କାମ କରିନିଅନ୍ତୁ ଭଗବାନ ଶିବ ଆପଣଙ୍କ ମନସ୍କାମନାକୁ ନିଶ୍ଚୟ ପୂରଣ କରିବେ।

ଏହା ସହିତ ଜାଣିବା ଏମିତି କିଛି ଜିନିଷ ବିଷୟରେ ଯାହା ଆପଣ ଭଗବାନ ଶିବ ଲିଙ୍ଗ ପାଖରେ ଭୁଲରେ ବି ରଖିବା ଉଚିତ ନୁହେଁ। ଏହା ସହିତ ଜାଣିବା ସେହି ଖାସ ୨ ଟି ଶବ୍ଦ ବିଷୟରେ ଯାହା ମହା ଶିବରାତ୍ରି ଦିନ ସକାଳୁ ଉଠିବା ମାତ୍ରେ କହିବା ଉଚିତ। ଯାହା ଦ୍ୱାରା ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଜୀବନ ସାରା ବର୍ଷିଥାଏ

ବନ୍ଧୁଗଣ ହିନ୍ଦୁ ଧର୍ମରେ ସବୁ ଦେବୀ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କିମ୍ବା ତାଙ୍କର ଆରୋଧନା କରିବା ପାଇଁ ବିଶେଷ ନିୟମର ଉଲ୍ଲେଖ ଶାସ୍ତ୍ରରେ ଅଛି। କିଛି ଏମିତି ସାମଗ୍ରୀ ଏବଂ ବିଧି ଥାଏ ଯାହା ବିଶେଷ ରୂପରେ ସବୁ ଦେବୀ ଦେବତାଙ୍କୁ ପସନ୍ଦ ହୋଇଥାଏ। ଆଉ ଏଥିପାଇଁ ତାଙ୍କର ପୂଜାରେ ଏହିସବୁ ଜିନିଷର ଖାସ ମହତ୍ୱ ଥାଏ ଯାହାର ପ୍ରୟୋଗରେ ଦେବତା ଜଲଦି ହିଁ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାର ପ୍ରୟୋଗ କରିବା ଦ୍ୱାରା ଓଲଟା ଫଳ ମିଳିଥାଏ।

ଭଗବାନ ଶିବଙ୍କୁ ଭୋଳାନାଥ ବି କୁହାଯାଏ ଆଉ ବିନାଶକାରୀ ବି। ଯେଉଁଠି ନିଜ ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତ କ୍ରୋଧର କାରଣରୁ ବହୁତ ଶୀଘ୍ର ଉଗ୍ର ରୂପ ବି ଧାରଣ କରି ନିଅନ୍ତି। ଆମେ ଏହି କଥା ତ ଜାଣି ଥାଉ ଭଗବାନ ଶିବଙ୍କୁ ଭାଙ୍ଗ ଧୁତୁରା ଆଦି ବହୁତ ପସନ୍ଦ ଅଟେ।

ଆଜି ଆମେ ଆପଣଙ୍କୁ ଜଣେଇବୁ ଏମିତି ଜିନିଷର ପ୍ରୟୋଗ ବିଷୟରେ ଜାଗାର ପ୍ରୟୋଗରେ ଭଗବାନ ଶିବଙ୍କ ଆରୋଧନାରେ କେବେବି କରିବା ଉଚିତ ନୁହେଁ। ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଭକ୍ତଙ୍କୁ କେବେବି ଭଗବାନ ଶିବଙ୍କୁ ଏହି ଜିନିଷକୁ ପ୍ରସାଦ ରୂପରେ ଦେବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ

କେତକୀ ଫୁଲ। ଭଗବାନ ଶିବ କେତକୀ ଫୁଲକୁ ଅଭିଶାପ ଦେଇଥିଲେ ତାଙ୍କ ପୂଜାରେ କେତକୀ ଫୁଲ କେବେବି ଅର୍ପଣ କରାଯିବ ନାହିଁ। ସେହିଦିନ ଠାରୁ ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ ନାହିଁ। ଏହାକୁ ବହୁତ ଅଶୁଭ ମାନାଯାଏ।

ନଡ଼ିଆ। ଶିବ ଲିଙ୍ଗରେ ନଡ଼ିଆ ଅର୍ପଣ କରାଯାଏ କିନ୍ତୁ କେବେବି ଶିବ ଲିଙ୍ଗ ଉପରେ ନଡ଼ିଆ ପାଣିରେ ଅଭିଷେକ କରିବା ଉଚିତ ନୁହେଁ। ଦେବତା ମାନଙ୍କୁ ଅର୍ପଣ କରାଯାଇଥିବା ପ୍ରସାଦ ସେବନ କରିବା ଉଚିତ। କିନ୍ତୁ ଶିବ ଲିଙ୍ଗରେ ଯେଉଁ ଜିନିଷ ଅର୍ପଣ କରାଯାଏ ତାହାର ସେବନ କରାଯାଏ ନାହିଁ। ଏଥିପାଇଁ ଶିବ ଲିଙ୍ଗରେ ନଡ଼ିଆ ପାଣି ଅର୍ପଣ କରିବା ଉଚିତ ନୁହେଁ।

ତୁଳସୀ। ଧାର୍ମିକ କାର୍ଯ୍ୟରେ ତୁଳସୀର ବ୍ୟବହାର କରାଯାଇଥାଏ। ଆଦି କାଳରୁ ହିଁ ତୁଳସୀର ପ୍ରୟୋଗ ହୋଇ ଆସୁଛି। ଆୟୁର୍ବେଦ ଔଷଧରେବି ଏହାର ପ୍ରୟୋଗ କରାଯାଇଥାଏ। ଏହାର ପତ୍ର ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଏ। କିନ୍ତୁ ଭଗବାନ ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରାଯାଏ ନାହିଁ।

ହଳଦୀ। ଏହାର ବ୍ୟବହାର ସ୍ତ୍ରୀ ମାନଙ୍କର ସୁନ୍ଦରତା ବଢ଼ାଇବା ପାଇଁ କରାଯାଇ ଥାଏ ଏଥିପାଇଁ ଶିବ ଲିଙ୍ଗରେ କେବେବି ହଳଦୀର ପ୍ରୟୋଗ କରାଯାଏ ନାହିଁ। କାରଣ ସେ ସ୍ୱୟଂ ଶିବଙ୍କ ରୂପ ଅଟେ।

ସିନ୍ଦୁର। ଏହା ବିବାହିତ ମହିଳାଙ୍କ ଗହଣା ମାନାଯାଏ। ସ୍ତ୍ରୀମାନେ ନିଜର ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ସିନ୍ଦୁର ଲଗେଇ ଥାନ୍ତି କିନ୍ତୁ ଶିବ ତ ବିନାଶକ ଅଟନ୍ତି ସିନ୍ଦୁର ତାଙ୍କୁ ଅର୍ପଣ କଲେ ଅଶୁଭ ହୋଇଥାଏ।

ଶଙ୍ଖ ଜଳ। ଭୁଲରେ ବି ଆପଣ ଭଗବାନ ଶିବଙ୍କୁ ଶଙ୍ଖ ଜଳ ଅର୍ପଣ କରିବେ ନାହିଁ। ଭଗବାନ ଶିବ ଶଙ୍ଖ ଚୁଡ଼ ନାମକ ଅସୁର ର ବଧ କରିଥିଲେ। ଶଙ୍ଖକୁ ସେହି ଅସୁରର ପ୍ରତୀକ ମାନାଯାଏ ଯିଏ ଭଗବାନ ଶିବଙ୍କ ଭକ୍ତ ଥିଲା। ଏଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜା ଶଙ୍ଖରେ ହୋଇଥାଏ।

ତିଳ। ଏହା ଭଗବାନ ବିଷ୍ଣୁଙ୍କ ମଳିରୁ ଉତ୍ପନ ହୋଇଥିଲା। ଏଥିପାଇଁ ଏହାକୁ ଭଗବାନ ଶିବଙ୍କ ପୂଜାରେ ଅର୍ପଣ କରନ୍ତୁ ନାହିଁ।

ଭଙ୍ଗା ଚାଉଳ। ଭଗବାନ ଶିବଙ୍କୁ ଅକ୍ଷତ ଅର୍ଥାତ ଅରୁଆ ଚାଉଳ ଅର୍ପଣ କରିବା ଉଚିତ। ଭଙ୍ଗା ଚାଉଳ ଅପୂର୍ଣ ଏବଂ ଅଶୁଦ୍ଧ ମାନାଯାଏ। ଏଥିପାଇଁ ଏହାକୁ ଭଗବାନ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

ଅନେକ ଲୋକ ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ପରେ ହାତ ଯୋଡି ପ୍ରଣାମ କରି ବାହାରକୁ ଆସିଥାନ୍ତି କିନ୍ତୁ ଯଦି ଆପଣ ଜଳ ଅର୍ପଣ କରିବା ପରେ ସେହିଠାରେ ମନ୍ଦିରରେ କିଛି ସମୟ ବସି ଭଗବାନ ଶିବଙ୍କର ଆରୋଧନା କରିବେ ତ ଆପଣଙ୍କୁ ବହୁତ ଭଲ ଫଳ ମିଳିଥାଏ। ଏହା ସହିତ ଜଳ ଚଢ଼େଇବା ପରେ ଶିବ ଚାଳିସା ବି ପାଠ କରିବା ବି ଉଚିତ। ଏହା ଦ୍ବାରା ଆପଣଙ୍କୁ ଅକ୍ଷୟ ପୁଣ୍ୟର ପ୍ରାପ୍ତ ହୋଇଥାଏ

ବ୍ରତରେ ଆପଣ ଫଳ ଖାଇବେ। ଏମିତି ନହୋଇ ପାରିଲେ ଗୋଟେ ସମୟରେ ଆହାର ଗ୍ରହଣ କରି ପାରିବେ। ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ପରେ ଭଜନ ଗ୍ରହଣ କରିବେ। ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ସମୟରେ ମନ ଶାନ୍ତ ଏବଂ ପବିତ୍ର ରଖିବା ଉଚିତ।

ମହା ଶିବରାତ୍ରି ଦିନ ସକାଳେ ପ୍ରଥମ ପୂଜାରେ ୨୧ ଟି ବେଲ ପତ୍ରରେ ଚନ୍ଦନ ଲଗେଇ ଓଁ ନମଃ ଶିବାୟ ଲେଖି ଅର୍ପଣ କରିବା ଉଚିତ। ଏହା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ। ଯେଉଁ ବି ବେଲ ପତ୍ର ଆପଣ ଅର୍ପଣ କରିବେ ସେହି ବେଲ ପତ୍ର ଛିଡା କି ଫଟା ହେବା ଉଚିତ ନୁହେଁ। ଏହା ବିଲକୁଲ ଅଖଣ୍ଡିତ ବେଲ ପତ୍ର ହେବା ଉଚିତ।

ଯଦି ଆପଣଙ୍କ ବିବାହରେ ବିଘ୍ନ ଆସୁଥାଏ ତ ଶିବରାତ୍ରି ଦିନ ପାଖରୁ ଆଉ ଭଲ ସୁଯୋଗ ନାହିଁ। ଶିବରାତ୍ରି ଦିନ କେଶର ମିଶ୍ରିତ କ୍ଷୀର ଅର୍ପଣ କରନ୍ତୁ ଏହା ଦ୍ବାରା ଶୀଘ୍ର ହିଁ ଆପଣଙ୍କ ବିବାହର ଯୋଗ ବନିଥାଏ।

ଆସନ୍ତୁ ଜାଣିବା ରାଶି ଅନୁସାରେ ମହା ଶିବରାତ୍ରିରେ ଭଗବାନ ଶିବଙ୍କୁ କେଉଁ ଜିନିଷ ଅର୍ପଣ କରିବେ ଏବଂ କେଉଁ ମନ୍ତ୍ର ଜପ କ୍ରୁବେ ଯାହା ଦ୍ବାରା ମନସ୍କାମନା ଶୀଘ୍ର ପୂରଣ ହେବ।

ମେଷ ରାଶି। ଆପଣ ଭଗବାନ ଶିବଙ୍କର ଅଭିଷେକ ପାଇଁ ଜଳରେ ମହୁ ଅବଶ୍ୟ ମିଶାଇବା ଉଚିତ।

ବୃଷ ରାଶି। ଆପଣ ଜଳରେ ଦହି ନିଶ୍ଚୟ ମିଶ୍ରିତ କରି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

ମିଥୁନ ରାଶି। ଜଳରେ ଧଳା ରଙ୍ଗର ଫୁଲ ପକାନ୍ତୁ ଆଉ ବେଲ ପତ୍ର ଅବଶ୍ୟ ଅର୍ପଣ କରନ୍ତୁ।

କର୍କଟ ରାଶି। ଜଳରେ କଞ୍ଚା କ୍ଷୀର ମିଶାନ୍ତୁ।

ସିଂହ ରାଶି। ଜଳରେ ଗୁଡ଼ ମିଶାନ୍ତୁ।

କନ୍ୟା ରାଶି। ଜଳରେ ଘିଅ ମିଶାନ୍ତୁ।

ତୁଳା ରାଶି। ଜଳରେ ହଳଦିଆ ଫୁଲ ପକାନ୍ତୁ।

ବିଛା ରାଶି। ଜଳରେ ମହୁ ମିଶାନ୍ତୁ।

ଧନୁ ରାଶି। ଜଳରେ ଶୁଦ୍ଧ ଘିଅ ମିଶାନ୍ତୁ।

ମକର ରାଶି। ଜଳରେ ସୋରିଷ ତେଲ ମିଶାନ୍ତୁ।

କୁମ୍ଭ ରାଶି। ଜଳରେ ଗୁଡ଼ ମିଶାନ୍ତୁ।

ମୀନ ରାଶି। ଜଳରେ ଅଅଖୁ ରସ ମିଶାନ୍ତୁ।

ସମସ୍ତଙ୍କୁ ଜଳ ଅର୍ପଣ କରିବା ସମୟରେ ଓଁ ନମଃ ଶିବାୟର ମନ୍ତ୍ର ଜପ କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *