Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ସମୟ ଚାଲୁଥିଲେ ଘରୁ ଏହି ୩ ଗୋଟି ଜିନିଷ ବାହାର କରି ଦିଅନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ମଣିଷଙ୍କ ଜୀବନରେ ଦୁଃଖ ପରେ ସୁଖ ଆସିଥାଏ, ତ ଦୁଃଖ ପରେ ସୁଖ ଭୋଗ କରିବାକୁ ପଡ଼ିଥାଏ। ବେଳେବେଳେ ସମସ୍ତଙ୍କ ଜୀବନରେ କିଛି ନା କିଛି ଖରାପ ସମୟ ଚାଲିଥାଏ। ଜୀବନରେ କରିଥିବା ଭୁଲ କର୍ମକୁ ସୁଧାରିବା ପାଇଁ ଆମକୁ କିଛି ନିତିକୁ ଅବଲମ୍ବନ କରିବାକୁ ପଡ଼ିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ନିତିଗ୍ରନ୍ଥରୁ ମଣିଷକୁ ଜୀବନରେ ଉଚିତ ମାର୍ଗ ମିଳିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଆଚାର୍ଯ୍ୟ ଚାଣକ୍ୟଙ୍କର ନିତିଗ୍ରନ୍ଥର ଅଷ୍ଟମ ଅଧ୍ୟାୟରେ କୁହାଯାଇଛି ଯେ, ମନୁଷ୍ୟକୁ ସର୍ବଦା ଶୁଦ୍ଧ ରହିବା ଉଚିତ।ଯେପରି ଶରୀରରେ ତେଲ ଲଗାଇବା ପରେ, ଚିତାରେ ନିଆଁ ଦେବାପରେ, ସ୍ତ୍ରୀକୁ ପ୍ରସନ୍ନ କଲା ପରେ, ବାଳ କାଟି ସାରିବା ପରେ ନିଶ୍ଚିତ ଭାବରେ ସ୍ନାନ କରି ଶୁଦ୍ଧ ହେବା ଉଚିତ।

– ମଣିଷକୁ ମୁଣ୍ଡ ଉପରକୁ କରି ଚାଲିବାକୁ ହେଲେ ମାନସମ୍ମାନ ଅତ୍ୟନ୍ତ ଜରୁରୀ ଅଟେ। ମାନସମ୍ମାନ ଧନ ଠାରୁ ବହୁତ ମୂଲ୍ୟବାନ ହୋଇଥାଏ। ନିକୃଷ୍ଟ ଲୋକ ମାନେ ଧନର କାମନା କରନ୍ତି, ମଧ୍ୟମ ଶ୍ରେଣୀର ଲୋକମାନେ ଧନ ଓ ସମ୍ମାନ ଏହି ଦୁଇଟି ଜିନିଷର କାମନା କରନ୍ତି। ଉତ୍ତମ ଶ୍ରେଣୀର ଲୋକମାନେ କେବଳ ସମ୍ମାନ ଅର୍ଜନ କରିବାକୁ ଚାହିଁଥାନ୍ତି।

– ଧନ ସର୍ବଦା ଜଣେ ସଠିକ ଅଧିକାରୀଙ୍କୁ ମିଳିବା ଉଚିତ।ଯେପରି ସମୁଦ୍ରର ଜଳ ବାଷ୍ପ ହୋଇ ବର୍ଷା ଆକାରରେ ପୁଣିଥରେ ପୃଥିବୀ ପୃଷ୍ଠରେ ପଡ଼ିଥାଏ ଓ ସମସ୍ତ ପ୍ରାଣୀ ମାନଙ୍କ ପାଇଁ ପୁଣ୍ୟ କାର୍ଯ୍ୟ କରିଥାଏ।

– ଯଦି ଆପଣଙ୍କର ଖାଦ୍ୟ ଠିକ୍ ରୂପରେ ହଜମ ହୋଇ ନାହିଁ, ତାହେଲେ ଏହି ସମୟରେ ଜଳ ପିଇବା ଉଚିତ। ଏହା ଔଷଧ ରୂପରେ କାର୍ଯ୍ୟ କରିଥାଏ।ଭୋଜନ ସମୟରେ ଜଳ ଅମୃତ ସମାନ ହୋଇଥାଏ ଓ ଭୋଜନ କରି ସାରି ଜଳ ସେବନ କଲେ ଏହା ବିଷ ସମାନ ହୋଇଥାଏ।

– ବୃଦ୍ଧ କାଳରେ ସ୍ତ୍ରୀର ମୃତ୍ୟୁ, ବନ୍ଧୁଙ୍କ ହାତରେ ଧନ ନଷ୍ଟ ହେବା, ଅନ୍ୟ ଉପରେ ଭୋଜନର ଭରଷା, ଏହି ତିନୋଟି ଜିନିଷ ପୁରୁଷକୁ ବହୁତ କଷ୍ଟ ଦେଇଥାଏ। ଯଜ୍ଞ ବିନା ବେଦ ପଢ଼ିବା ବ୍ୟର୍ଥ, ଦାନ ବିନା ଯଜ୍ଞ କରିବା ବ୍ୟର୍ଥ, ଭାବ ବିନା ସିଦ୍ଧି ପ୍ରାପ୍ତ କରିବା ବ୍ୟର୍ଥ ହୋଇଥାଏ।

– ଭଗବାନ ପଥର କିମ୍ବା କାଠ କିମ୍ବା ସୁନାରେ ତିଆରି ହୋଇଥିବା ମୂର୍ତ୍ତିରେ ରହି ନଥାନ୍ତି। ଭଗବାନ ସମସ୍ତଙ୍କ ଭାବରେ ରହିଥାନ୍ତି। ମନୁଷ୍ୟ ଈଶ୍ୱରଙ୍କୁ ଯେଉଁଭଳି ଭାବରେ ଆରାଧନା କରେ, ସେହିଭଳି ଫଳ ପ୍ରାପ୍ତ କରିଥାଏ। କହିବାକୁ ଗଲେ, ଶାନ୍ତି ସମାନ କୌଣସି ତପ ନାହିଁ, ସନ୍ତୋଷ ଠାରୁ ବଡ଼ କୌଣସି ସୁଖ ନାହିଁ, ଲୋଭ ଠାରୁ ବଡ଼ କୌଣସି ରୋଗ ନାହିଁ ଓ ଦୟା ଠାରୁ ବଡ଼ ଧର୍ମ ନାହିଁ।

– କ୍ରୋଧ ମୃତ୍ୟୁ ସମାନ ହୋଇଥାଏ, ଲୋଭ ବୈତରଣୀ ନଦୀ ସମାନ ହୋଇଥାଏ। ମନର ସୁନ୍ଦରତାକୁ ଗୁଣ ହିଁ ବଢାଇ ଥାଏ। ଭୂମି ତଳେ ଥିବା ଜଳ ଓ ପ୍ରତିବ୍ରତା ସ୍ତ୍ରୀ ଅତ୍ୟନ୍ତ ଶୁଦ୍ଧ ହୋଇଥାନ୍ତି। କଲ୍ୟାଣ କରୁଥିବା ରାଜା ଓ ସନ୍ତୋଷୀ ବ୍ରାହ୍ମଣ ପବିତ୍ର ହୋଇଥାନ୍ତି।

– ଯେଉଁ ବ୍ୟକ୍ତି ବିଦ୍ୟାହୀନ ହୋଇଥାନ୍ତି, ସେ ଉଚ୍ଚ କୂଳରେ ଜନ୍ମ ହେଲେ ମଧ୍ୟ ଜଣେ ନିଚ୍ଚ କୂଳରେ ଜନ୍ମ ହୋଇଥିବା ବିଦ୍ବାନ ଠାରୁ ତାଙ୍କୁ କମ୍ ସମ୍ମାନ ମିଳିଥାଏ। ମଦ ଓ ମାଂସ ଭକ୍ଷଣ କରୁଥିବା ମୂର୍ଖ ଲୋକମାନେ ପୃଥିବୀ ଉପରେ ବହୁତ ବଡ଼ ବୋଝ ସମାନ ହୋଇଥାନ୍ତି।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *