ମହାଶିବ ରାତ୍ରିରେ ଜପ କରନ୍ତୁ ଭଗବାନ ଶିବଙ୍କର ଏହି ୫ ଗୋଟି ଚମତ୍କାରୀ ମନ୍ତ୍ର । ମୃତ୍ୟୁକୁ ହରାଇ ଦେଇଥାଏ ଏହି ମନ୍ତ୍ର, ଜାଣନ୍ତୁ କଣ ସେହି ମନ୍ତ୍ର?
ପୂର୍ବକାଳରୁ ମାନ୍ୟତା ରହିଛି କି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ମୃତ୍ୟୁ ଉପରେ ବିଜୟ ହାସଲ କରାଯାଇପାରେ। ବିଶେଷକରି ଶ୍ରାବଣ ଓ ଶିବରାତ୍ରି ସମୟରେ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଭଗବାନ ଶିବା ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଚଳିତବର୍ଷ ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ମହାଶିବରାତ୍ରିର ଶୁଭ ଦିନ ଅଟେ।
ଏଭଳି ହୋଇଥିଲା ମହାମୃତ୍ୟୁଞ୍ଜୟ ମନ୍ତ୍ରର ରଚନା :-
ମହାମୃତ୍ୟୁଞ୍ଜୟ ମନ୍ତ୍ରର ସୃଷ୍ଟିର କାହାଣୀ ବହୁତ ଖାସ୍ ଅଟେ। ପୌରାଣିକ କାଳରେ ମୁକଣ୍ଡ ନାମକ ଋଷି ରହୁଥିଲେ। ସେ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ଥିଲେ। ଭଗବାନ ଶିବଙ୍କ କୃପାରୁ ତାଙ୍କର ମାର୍କଣ୍ଡେୟ ନାମକ ପୁତ୍ର ଜନ୍ମ ହୋଇଥିଲା। ଋଷିଙ୍କ ପୁତ୍ର ମାର୍କଣ୍ଡେୟ ଅଳ୍ପ ଆୟୁ ବିଶିଷ୍ଟ ପୁତ୍ର ଥିଲେ। ଏହା ଜାଣି ଋଷି ମୁକଣ୍ଡ ଭଗବାନ ଶିବଙ୍କୁ ତପସ୍ୟା କରିବା ପାଇଁ କଠୋର ତପସ୍ୟା କରିଥିଲେ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ରର ସୃଷ୍ଟି କରିଥିଲେ।
ଯେତେବେଳେ ମାର୍କଣ୍ଡେୟଙ୍କର ମୃତ୍ୟୁ ସମୟ ଆସିଲା, ସେତେବେଳେ ସେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଆରମ୍ଭ କରିଦେଲେ। ମୃତ୍ୟୁର ଦେବତା ଯମରାଜା ଯେତେବେଳେ ମାର୍କଣ୍ଡେୟଙ୍କୁ ନେବା ପାଇଁ ଆସିଲେ, ସେ ଶିବଲିଙ୍ଗକୁ ଜାବୁଡ଼ି ଧରିଲେ। ସେତେବେଳେ ଭଗବାନ ଶିବ ସେଠାରେ ପ୍ରକଟ ହୋଇ ମାର୍କଣ୍ଡେୟ ଋଷିଙ୍କୁ ଅମର ହେବାର ବରଦାନ ଦେଇଥିଲେ।
ମହାମୃତ୍ୟୁଞ୍ଜୟ ମନ୍ତ୍ର :-
ଓଁ ହଂ ଜୁଂ ସଃ ଓଁ ତ୍ରୀୟମ୍ୱକମ୍ ଜଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ, ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁମୁଖୀୟ ମାମ୍ମୃତାତ୍ ଓଁ ସ୍ୱହ୍, ଭଵଃ ଭୁଃ ଓଁ ଶଃ।
ଏହି ମନ୍ତ୍ରକୁ ଜପ କରିବାର ଅର୍ଥ ହେଉଛି ଅନେ ଯେଉଁ ଶିବଙ୍କୁ ପୂଜାର୍ଚ୍ଚନା କରୁଛୁ, ତାଙ୍କର ତିନୋଟି ନେତ୍ର ରହିଛି। ସେ ସାରା ସଂସାରର ପାଳନ ପୋଷଣ କରୁଛନ୍ତି।
ଏହି ଚାରୋଟି ଶିବା ମାତ୍ର ବହୁତ ଲାଭକାରୀ ଅଟେ :-
୧/ ଓଁ ଅଘୋରାୟ ନମଃ, ଓଁ ସର୍ବାୟ ନମଃ, ଓଁ ବିରୁପାକ୍ଷାୟ ନମଃ, ଓଁ ଭୈରବାୟ ନମଃ, ଓଁ ଶୁଳପାଣୟେ ନମଃ, ଓଁ ଇସାନାୟ ନମଃ, ଓଁ ମହେଶ୍ୱରାୟ ନମଃ।
ଏହି ମନ୍ତ୍ରକୁ ମହାଶିବରାତ୍ରି ଦିନ ଜପ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
୨/ ଓଁ ଉର୍ଦ୍ଧ୍ବ ଭୂଃ ଫଟ। ଓଁ ନମଃ ଶିବାୟ। ଓଁ ହିଂ ହଂ ନମଃ ଶିବାୟ। ଓଁ ନମୋ ଭଗବତେ ଦକ୍ଷିଣାମୂର୍ତ୍ତୟେ ମହାଂ ମେଧା ପ୍ରୟଛ ସ୍ୱାହା। ଓଁ ନମଃ ନୀଳକଣ୍ଠାୟ। ଓଁ ପାର୍ବତିପତୟେ ନମଃ। ଓଁ ପଶୁପତୟେ ନମଃ।
ଏହି ମନ୍ତ୍ରକୁ ଶିବରାତ୍ରି ବା ପ୍ରତ୍ୟେକ ସୋମବାର ଦିନ ରୁଦ୍ରାକ୍ଷ ମାଳାରେ ୧୧ ଥର ଜପ କରନ୍ତୁ। ଏହାସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
୩/ ତତ୍ପୁରୁଶାୟ ବିଦ୍ମହେ, ମହାଦେବାୟ ଧିମହି ତନୋ ରୁଦ୍ରଃ ପ୍ରଚୋଦୟାତ୍।
ଏହି ମନ୍ତ୍ରକୁ ରୁଦ୍ର ଗାୟତ୍ରୀ କୁହାଯାଏ। ଏହି ମନ୍ତ୍ରକୁ ଶିବରାତ୍ରି ଓ ସୋମବାର ଦିନ ଜପ କରିବା ଦ୍ଵାରା ଜୀବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।
୪/ ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗ ରାଗାୟ ମହେଶ୍ଵରାୟ। ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମେ ନ କରାୟ ନମଃ ଶିବାୟ।
ଏହି ମନ୍ତ୍ରକୁ ପ୍ରତ୍ୟେକଦିନ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ ଜପ କରିବା ଉଚିତ। ଏହାଦ୍ଵାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ।