Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରେ ଏହି ୩ ଗୋଟି ମୂର୍ତ୍ତି ନଥାଏ, ସେହି ଘରକୁ ପ୍ରବେଶ କରନ୍ତି ନାହିଁ ଦେବୀ ଲକ୍ଷ୍ମୀ। ସେହି ଘରେ ସର୍ବଦା ଦାରିଦ୍ର୍ୟତା ବାସ କରିଥାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ପ୍ରାୟ ସମସ୍ତଙ୍କୁ ନିଜ ଜୀବନରେ ସୁଖଶାନ୍ତି ଓ ଧନସମ୍ପତ୍ତି ରହୁ ବୋଲି ଆଶା ରହିଥାଏ। ଏଥିପାଇଁ ପ୍ରତ୍ୟେକ ମଣିଷ ଦିନରାତି ଟଙ୍କା ଅର୍ଜନ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। କାରଣ ଜୀବନରେ ବଞ୍ଚିବାକୁ ହେଲେ ଟଙ୍କାର ବହୁତ ଆବଶ୍ୟକତା ରହିଥାଏ। ଅଧିକାଂଶ ଲୋକେ ଅନେକ କଷ୍ଟ କରି ଟଙ୍କା ଉପାର୍ଜନ କରିଥାନ୍ତି। କିନ୍ତୁ ଆଉକିଛି ଲୋକେ ଅଳ୍ପ କଷ୍ଟ କରି ଧନବାନ ହୋଇ ଯାଇଥାନ୍ତି।

ବାସ୍ତୁଶାସ୍ତ୍ରରେ କିଛି ଏଭଳି ଫଟୋ ବା ମୂର୍ତ୍ତି ବିଷୟରେ କୁହାଯାଇଛି, ଯାହାକୁ ଘରେ ରଖିବା ଦ୍ଵାରା ଜୀବନରେ ଚାଲିଥିବା ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ। ଏହାସହିତ ଘରର ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ତିନୋଟି ମୂର୍ତ୍ତି ବା ଫଟୋ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ ରଖିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପଞ୍ଚମୁଖୀ ହନୁମାନଙ୍କ ଫଟୋ ବା ମୂର୍ତ୍ତି :-

ଯଦି ଆପଣ ନିଜ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ବା ମୂର୍ତ୍ତି ଲଗାଇବେ, ତାହେଲେ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ।କିନ୍ତୁ ପ୍ରଭୁ ହନୁମାନଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିବା ଉଚିତ।ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣ ଲାଭବାନ ହେବେ। ଆପଣଙ୍କ ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ନୃତ୍ୟ କରୁଥିବା ଗଣେଶ ମୂର୍ତ୍ତି :-

ଯଦି ଆପଣ ନିଜ ଜୀବନରେ ଅଧିକ ଆର୍ଥିକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆପଣ ନିଜ ଘରେ ନୃତ୍ୟ କରୁଥିବା ଗଣେଶଙ୍କର ଫଟୋ ବା ମୂର୍ତ୍ତି ରଖନ୍ତୁ।କିନ୍ତୁ ଧ୍ୟାନ ରଖିବେ କି ପ୍ରଭୁ ଗଣେଶଙ୍କ ମୁହଁ ମୁଖ୍ୟ ଦୁଆର ଆଡକୁ ରହିବ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଯିବ। ଏହି ମୂର୍ତ୍ତିକୁ ଆପଣ ନିଜ ବ୍ୟବସାୟ କ୍ଷେତ୍ରରେ ରଖିବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଚାକିରି କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ ଓ ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ।

ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜଙ୍କ ମୂର୍ତ୍ତି ଏକା ସହିତ ଟାଙ୍ଗିବା :-

ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ନିଶ୍ଚିତ ରହିଥିବ। କିନ୍ତୁ ଆପଣ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ପାଖରେ ଧନର ଦେବତା କୁବେର ମହାରାଜାଙ୍କର ମୂର୍ତ୍ତି ରଖନ୍ତୁ। ଭଗବାନ କୁବେର ଉତ୍ତର ଦିଗର ସ୍ଵାମୀ ଅଟନ୍ତି। ତେଣୁ ଆପଣ ନିଜ ଘରେ କୁବେରଙ୍କ ମୂର୍ତ୍ତିକୁ ଏଭଳି ଏକ ସ୍ଥାନରେ ରଖନ୍ତୁ ଯେଉଁଠାରେ କୁବେରଙ୍କର ମୁହଁ ଉତ୍ତର ଦିଗ ଆଡକୁ ରହିବ। ଏହି ଦୁଇଟି ମୂର୍ତ୍ତି ଘରେ ରହିବା ଦ୍ଵାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ଏହାସହିତ ଆପଣ ସବୁ କ୍ଷେତ୍ରରେ ଉନ୍ନତି ଲାଭ କରିବେ।

ତେବେ ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *