Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରି ଦିନ ଏହି ଗୋଟିଏ ଜିନିଷ ନିଶ୍ଚୟ ଖାଇନିଅନ୍ତୁ,ଦେଖିବେ ବର୍ଷସାରା ହେବ ଟଙ୍କା ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ଶିବରାତ୍ରି ଦିନ ଏହି ୧ ଟି ଜିନିଷ ନିଶ୍ଚୟ ଖାଇନିଅନ୍ତୁ। ପୁରା ବର୍ଷ ଟଙ୍କାର ବର୍ଷା ହେବ।

ଫାଲ୍ଗୁନ ମାସର ଚତୁର୍ଦଶି ତିଥିର ପବିତ୍ର ମହା ଶିବରାତ୍ରିର ପର୍ବ ପାଳନ କରାଯିବ। ଆଉ ଏହି ଦିନ ଭଗବାନ ଶିବ ତାଙ୍କ ଭକ୍ତଙ୍କ କଥା ଶୁଣିଥାନ୍ତି ଆଉ ତାଙ୍କର ମନସ୍କାମନା ପୂରଣ କରିଥାନ୍ତି। ଏହି ବର୍ଷ ମହା ଶିବରାତ୍ରି ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ। ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ପୂଜା କରିବାର ପୁରା ନୀତିନିୟମ ରହିଛି। ତାଙ୍କୁ ଭାଙ୍ଗ ଧୁତୁରା ବେଲ ପତ୍ର ଏବଂ ବେଲ ନିଶ୍ଚୟ ଅର୍ପଣ କରନ୍ତୁ। ଏହି ଦିନ ଧାର୍ମିକ ଅନୁଷ୍ଠାନ କରାଯାଏ।

ରୁଦ୍ରାଭିଷେକ ବି କରାଯାଇଥାଏ। ଆଉ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ ବି କରାଯାଇଥାଏ। ମାନ୍ୟତା ଅଛି ଯେ ଏହି ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ୱାରା ସ୍ବାସ୍ଥ୍ୟର ସମସ୍ୟା ରହେ ନାହିଁ। ବଡ଼ରୁ ବଡ଼ ଦୁର୍ଘଟଣା ବି ଟଳି ଯାଇଥାଏ। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହି ଦିନ ପ୍ରାୟ ସମସ୍ତେ ବ୍ରତ ପାଳନ କରିଥାନ୍ତି ଆଉ ସନ୍ଧ୍ୟାରେ ଫଳ ଆହାର କରିଥାନ୍ତି। ଏମିତି ମାନ୍ୟତା ଅଛି ମହା ଶିବରାତ୍ରି ଯଦି ମଙ୍ଗଳବାର ଦିନ ପଡେ ତ ଏହା ଆହୁରି ଭଲ ହୋଇଥାଏ। ତ ଏହିଥର ଶିବ ଯୋଗ ବନୁଅଛି। ଏହି ବର୍ଷ ଶିବରାତ୍ରି ବହୁତ ଖାସ ଏବଂ ଦୁର୍ଲଭ ଅଟେ।

ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ଶୌଚ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ପୂଜା ସ୍ଥାନକୁ ସଫା କରନ୍ତୁ। ଭଗବାନ ଶିବ ମା ପାର୍ବତୀଙ୍କ ପ୍ରତିମା ସ୍ଥାପିତ କରି ପଞ୍ଚାମୃତରେ ସ୍ନାନ କରାନ୍ତୁ। ଯେମିତି କ୍ଷୀର ଦହି ଘିଅ ଚିନି ଏବଂ ଏହା ପରେ ଜଳରେ ସ୍ନାନ କରାନ୍ତୁ। ଏହା ପରେ ଭାଙ୍ଗ ଧୁତୁରା ବେଲ ପତ୍ର ଫଳ ମିଠା ପୁଷ୍ପ ଏବଂ ବେଲ ନିଶ୍ଚୟ ଅର୍ପଣ କରନ୍ତୁ। ମା ପାର୍ବତୀଙ୍କୁ ନୂଆ ସିନ୍ଦୁର ଅର୍ପଣ କରନ୍ତୁ ଆଉ ନିଜ ଆଙ୍ଗୁଳିରେ ଯେଉଁ ସିନ୍ଦୁର ଲାଗିଥିବ ତାହା ନିଜ ମଥାରେ ଲଗାନ୍ତୁ। ଆଉ ପବିତ୍ର ମନରେ ମହା ଶିବରାତ୍ରି ବ୍ରତ ରଖିବାର ସଂକଳ୍ପ ନିଅନ୍ତୁ।

ଯଦି ଆପଣଙ୍କ ଘରର ଆଖପାଖରେ ଭଗବାନ ଶିବଙ୍କ ମନ୍ଦିର ଅଛି ତ ଗୋଟେ ଘଟି ଜଳରେ ଅଳ୍ପ ଅକ୍ଷତ ବେଲ ପତ୍ର ପୁଷ୍ପ କ୍ଷୀର ପକେଇ ଭଗବାନ ଶିବ ଲିଙ୍ଗରେ ଅର୍ପଣ କରି ଚାଲି ଆସନ୍ତୁ। ଏହି ବର୍ଷ ମହା ଶିବରାତ୍ରି ପାଳନ କରାଯିବ ମାର୍ଚ୍ଚ ୧ ମଙ୍ଗଳବାର ଦିନ ସକାଳ ୩:୧୭ ମିନିଟରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚ ରାତ୍ରି ୧ ଟା ପର୍ଯ୍ୟନ୍ତ ରହିବ ଏବଂ ଏହିଦିନ ଆପଣ ଭଗବାନ ଶିବଙ୍କର ବିଶେଷ ରୂପେ ପୂଜାପାଠ କରନ୍ତୁ ଆଉ ନିଜର ବିଶେଷ ମନସ୍କାମନାକୁ ମଧ୍ୟ ପୂରଣ କରନ୍ତୁ।

ମାନ୍ୟତା ଅଛି ଯଦି ଆପଣ ଭଗବାନ ଶିବ ଏବଂ ମା ପାର୍ବତୀଙ୍କ ବିବାହ ଆପଣ କରାନ୍ତି ତ ଆପଣଙ୍କ ଘର ପରିବାରରେ ଆପଣଙ୍କ ବୈବାହିକ ଜୀବନରେ ସର୍ବଦା ଖୁସି ରହିଥାଏ। ଆପଣଙ୍କ ସମ୍ପର୍କରେ କୌଣସି ଫାଟ ଆସିନଥାଏ।

ଏହି ଦିନ ବହୁତ ଜିନିଷ ଅଛି ଯାହାକୁ ସେବନ କରିବା ଉଚିତ ନୁହେଁ। ଆଉ ଗୋଟେ ଜିନିଷ ଏମିତି ଅଛି ଯାହା ଶିବରାତ୍ରି ଦିନ ନିଶ୍ଚୟ ଖାଇବା ଉଚିତ। ଏହା ଦ୍ବାରା ଆପଣଙ୍କୁ ବ୍ରତର ସମ୍ପୂର୍ଣ୍ଣ ଫଳ ମିଳିବ।

ବହୁତ ଲୋକ ମହା ଶିବରାତ୍ରି ବ୍ରତ ରଖିଥାନ୍ତି ଆଉ ସ୍ୱାତିକ ଭଜନ ଗ୍ରହଣ କରିଥାନ୍ତି। ଆଉ ଅନେକ ଲୋକ ଅଛନ୍ତି ନିର୍ଜଳ ବ୍ରତ ରଖିଥାନ୍ତି। ଆପଣ ବ୍ରତ ରଖୁଛନ୍ତି ତ ଶରୀରରେ ପାଣିର କମି ନହେଉ ସେଥିପାଇଁ ଆପଣ ଯୁସର ସେବନ କରିପାରିବେ। ଏହି ଦିନ ଫଳର ଆହାର କରିପାରିବେ କିନ୍ତୁ ଲୁଣର ସେବନ କରିବେ ନାହିଁ। ବହୁତ ଲୋକ ଲୁଣ ଖାଇଥାନ୍ତି କିନ୍ତୁ ବିଟ ଲୁଣ ଖାଇ ପାରିବେ କିନ୍ତୁ ଧଳା ଲୁଣ ଖାଇବେ ନାହିଁ। ଆଳୁ ଖାଇ ପାରିବେ। ଭୁଲରେ ବି ଚାଉଳ ରୁଟି ଖାଇବେ ନାହିଁ। ଦହି କ୍ଷୀର ଖାଇ ପାରିବେ।

ମିଠା ଜିନିଷର ସେବନ ଆପଣ ନିଶ୍ଚୟ କରନ୍ତୁ। ଗାଜର କ୍ଷୀରି ସାବୁ ବି ଖାଇ ପାରିବେ।

ରସୁଣ ପିଆଜ ମଦ ମାଂସର ସେବନ କରିବେ ନାହିଁ।

ଏହି ଦିନ ଭଗବାନ ଶିବଙ୍କ ଉପରେ ଗୋଟେ ଏମିତି ଜିନିଷ ଅଛି ଯାହାକୁ ଅର୍ପଣ କରି ପାରିବେ ଆଉ ଖାଇ ବି ପାରିବେ।

ପଞ୍ଚାମୃତ ତ ଭଗବାନ ଶିବ ଲିଙ୍ଗ ଉପରେ ନିଶ୍ଚୟ ଅର୍ପଣ କରିବେ। ଆଉ ଭଗବାନ ଶିବ ଲିଙ୍ଗ ଉପରେ ଅର୍ପଣ କରିବା ପରେ ତାହାକୁ ଉଠେଇ ନେଇ ଆସିବେ ଆଉ ତାହାକୁ ପ୍ରସାଦ ରୂପରେ ନିଶ୍ଚୟ ଖାଆନ୍ତୁ।

ଆପଣ ଏହି ଦିନ ଆପଣ ଭଗବାନ ଶିବଙ୍କ ଉପରେ ବେଲ ନିଶ୍ଚୟ ଅର୍ପଣ କରନ୍ତୁ। ଆଉ ଅର୍ପଣ କରିବା ପରେ ଯେବେ ଆପଣ ଫଳ ଆହାର କରିବେ ତ ବେଲ ନିଶ୍ଚୟ ଖାଇବେ। ଏହା ଦ୍ବାରା ଶତ୍ରୁ ବୃଦ୍ଧି ହୋଇନଥାଏ। ଆଉ ଜୀବନରେ ଆପଣଙ୍କର ଚତୁର୍ପାର୍ଶ୍ଵରେ ଜୟ ଜୟ କାର ହେବ। ବିଜୟୀ ହାସଲ କରିବେ।

ଶିବ ଲିଙ୍ଗ ଉପରେ କଦଳୀ ନିଶ୍ଚୟ ଅର୍ପଣ କରିବେ।

କ୍ଷୀରରେ ଦୁଇ ଚାରି ବୁନ୍ଦା ଚିନି ପକେଇ ସେବନ କରନ୍ତୁ। ପ୍ଲେନ କ୍ଷୀର ସେବନ କରିବେ ନାହିଁ।

ଯେବେ ଆପଣ ଫଳ ଆହାର କରିବେ ଦୁଇଟି ତୁଳସୀ ପତ୍ର ପକେଇ ସେବନ କରିବେ। ଏହା ଦ୍ବାରା ଆପଣଙ୍କୁ ବ୍ରତର ଫଳ ମିଳିଯିବ

ଶିବରାତ୍ରିର ପୂର୍ବ ଦିନରେ ଏହି ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ।

ନିଜର ପୂଜା ଘରେ ଗୋଟେ ପାତ୍ରରେ ଅଳ୍ପ ପାଣି ନେଇ ବସନ୍ତୁ। ଆଉ ସେଥିରେ ନିଜର ହାତକୁ ରଖି ଓଁ ନମଃ ଶିବାୟର ଜପ କରନ୍ତୁ ଆଉ ସେହି ପାଣିକୁ ଅଳ୍ପ ଟିକେ ଗରମ କରି ଅଳେଇଚ ପକେଇ ସ୍ନାନ କରନ୍ତୁ କିମ୍ବା ନିଜର ମଥା ଉପରେ ବି ଛିଞ୍ଚି ପାରିବେ। ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ। ଜୀବନରେ ସମସ୍ୟା ଦୂର ହେବ ଏବଂ ଏହା ସହିତ ପରବର୍ତୀ ଦିନ ମହା ଶିବରାତ୍ରି ଦିନ ପାନ ପତ୍ରରେ ଭଗବାନ ଶିବଙ୍କ ଗାଲରେ ସେକ ଦିଅନ୍ତୁ ଆଉ ସିନ୍ଦୁର ଦିଅନ୍ତୁ ଆଉ ସେହି ସିନ୍ଦୁରକୁ ଆପଣ ଜୀବନ ସାରା ବ୍ୟବହାର କରନ୍ତୁ ଏହା ମାଙ୍କ ଆଶୀର୍ବାଦ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *