Excuse Me Odisha

ଯାହା କହିବୁ ସତ କହିବୁ

ଏହିଦିନ ଝାଡୁ କିଣିଲେ ଦେବୀ ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ । ଘରର ମାହୋଲ ସର୍ବଦା ରହିବ ସକାରାତ୍ମକ ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଝାଡ଼ୁକୁ ବହୁତ ମହତ୍ୱ ଦିଆଯାଇଥାଏ। ମାନ୍ୟତା ରହିଛି କି ଏଥିରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଶାସ୍ତ୍ରରେ ଝାଡୁକୁ କିଣିବା, ରଖିବା ଓ ଏହାର ବ୍ୟବହାର କରିବାର କିଛି ନିୟମ ଗୁଡିକ ରହିଛି।

– ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ହେଉଛି ଝାଡୁ।

– ଝାଡୁକୁ ନେଇ କିଛି ଖାସ୍ ନିୟମ ରହିଛି।

– ଝାଡୁକୁ ନିୟମରେ ବ୍ୟବହାର ନକଲେ ଦେବୀ ଲକ୍ଷ୍ମୀ ହୋଇ ଯାଇଥାନ୍ତି କ୍ରୋଧିତ।

ଝାଡୁ ଏକ ଏଭଳି ବସ୍ତୁ, ଯାହାର ବ୍ୟବହାର ପ୍ରତ୍ୟେକ ଲୋକଙ୍କ ଘରେ କରାଯାଇଥାଏ। ସଫାସୁତୁରା ପାଇଁ ବ୍ୟବହାର କରାଯାଉଥିବା ଝାଡୁ ସାଧାରଣତଃ ଘାସ, ପ୍ଲାଷ୍ଟିକ, ଫାଇବର ଆଦିରେ ତିଆରି ହୋଇଥାଏ। ଶାସ୍ତ୍ରରେ ଝାଡ଼ୁକୁ ନେଇ ଅନେକ ନିୟମ ଗୁଡ଼ିକ ରହିଛି। ଘରର ମୁଖ୍ୟ କବାଟ ପାଖରେ ଝାଡୁ ରଖିବା ଉଚିତ ନୁହେଁ। ଆସନ୍ତୁ ସେହି ନିୟମ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ଲକ୍ଷ୍ମୀଙ୍କର ପ୍ରତୀକ ହେଉଛି ଝାଡୁ :-

ହିନ୍ଦୁଧର୍ମରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନା ଯାଇଛି। ଘରେ ଥିବା ପୁରୁଣା ବା ଖରାପ ହୋଇ ଯାଇଥିବା ଝାଡୁ ଗୁରୁବାର ଓ ଶୁକ୍ରବାର ଦିନ ବାହାରକୁ ଫିଙ୍ଗିବା ଉଚିତ ନୁହେଁ। ଏହାର କାରଣ ହେଉଛି ଗୁରୁବାର ଓ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହିଦିନ ଝାଡୁ ବାହାରକୁ ବାହାର କରି ଦେବା ଯୋଗୁଁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଝାଡୁ ଉପରେ ଗୋଡ଼ ବାଜି ଗଲେ ଅଶୁଭ ହୋଇଥାଏ। ତେବେ ଯଦି ଝାଡ଼ୁରେ ଗୋଡ ବାଜି ଯାଉଛି, ତାହେଲେ ତୁରନ୍ତ ଜୁହାର ହେବା ଉଚିତ।

କେଉଁଦିନ ଝାଡୁ କିଣିବା ଉଚିତ?

ଶାସ୍ତ୍ର ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ ଝାଡୁ କିଣିବା ଶୁଭ ମାନା ଯାଇଥାଏ। ଏଭଳି କରିବା ଦ୍ଵାରା ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। କୃଷ୍ଣ ପକ୍ଷରେ ଝାଡୁ କିଣିବା ମଧ୍ୟ ଶୁଭ ମାନା ଯାଇଥାଏ।

କେଉଁଠାରେ ରଖିବା ଉଚିତ ଝାଡୁ?

ଶାସ୍ତ୍ର ଅନୁସାରେ ଘରେ ଝାଡୁକୁ ଏଭଳି ସ୍ଥାନରେ ରଖିବା ଉଚିତ, ଯାହା କାହାରି ମଧ୍ୟ ନଜରରେ ଆସିବ ନାହିଁ। ଝାଡୁକୁ କେବେବି ଶୋଇବା ଘର ଖଟ ତଳେ ରଖିବା ଉଚିତ ନୁହେଁ।ସେହିପରି ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ରଖିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *