Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକଙ୍କର ସ୍ଵଭାବ କିପରି ହୋଇଥାଏ ? ଜାଣନ୍ତୁ ସେମାନଙ୍କର କ୍ୟାରିଅର ଓ ଲଭ ବିଷୟରେ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଆଜି ଆମେ ଆପଣ ମାନଙ୍କୁ ମାର୍ଚ୍ଚ ମାସରେ ଜନ୍ମ ହେଉଥିବା ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବ୍ୟକ୍ତିତ୍ଵ :-

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକ ମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ସହିତ ଦେଖାସାକ୍ଷାତ କରିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭବିଷ୍ୟତକୁ ଆକଳନ କରିଥାନ୍ତି ଏବଂ ଭଲଭାବରେ ବିଚାର କରି ନିଷ୍ପତ୍ତି ନେଇ ଥାଆନ୍ତି। ଏମାନଙ୍କ ଜୀବନଶୈଳୀ ବହୁତ ସରଳ ଓ ସୁନ୍ଦର ହୋଇଥାଏ। ଏମାନେ ପ୍ରକୃତିକୁ ଅଧିକ ଭଲ ପାଇଥାନ୍ତି। ଖୁସିରେ ଜୀବନ ଅତିବାହିତ କରିବାକୁ ଏମାନଙ୍କୁ ଭଲ ଲାଗି ଥାଏ। ଏମାନଙ୍କର କାର୍ଯ୍ୟଶୈଳୀ ଭିନ୍ନ ପ୍ରକାରର ହୋଇଥାଏ।

ପ୍ରେମ ଜୀବନ :-

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକମାନେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ପ୍ରେମରେ ପଡନ୍ତି ନାହିଁ। କିନ୍ତୁ ଏମାନେ ଥରେ ପ୍ରେମରେ ପଡିଗଲେ କେବେବି ହାତ ଛାଡନ୍ତି ନାହିଁ। ଏମାନେ ନିଜ ଜୀବନସାଥୀଙ୍କୁ ବହୁତ ଖୁସିରେ ରଖିଥାନ୍ତି। ପ୍ରେମରେ ଏମାନେ ବହୁତ ବିଶ୍ବାସୀ ହୋଇଥାନ୍ତି। ଯଦି ଏମାନଙ୍କର କୌଣସି ସମ୍ପର୍କ ଭାଙ୍ଗି ଯାଏ, ତାହେଲେ ଏମାନେ କୌଣସି ଶତ୍ରୁତା ରଖନ୍ତି ନାହିଁ। ଏମାନେ ନିଜ ପାର୍ଟନରଙ୍କୁ ସବୁ ସମସ୍ୟାରୁ ବାହାରିବା ପାଇଁ ସହଯୋଗ କରିଥାନ୍ତି। କିଛି କଥା ଏମାନେ ନିଜ ହୃଦୟରେ ଲୁଚାଇ ରଖିଥାନ୍ତି

ସ୍ଵଭାବ :-

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକେ ସ୍ୱଭାବରୁ ବହୁତ ସରଳ ଓ ମଜାଳିଆ ହୋଇଥାନ୍ତି। ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏମାନେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରଖିଥାନ୍ତି। ଏମାନେ ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିଥାନ୍ତି। ଏମାନେ ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏହାସହିତ ଏମାନେ ବହୁତ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି।

କ୍ୟାରିୟର :-

ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକେ ନିଜ କ୍ୟାରିୟରରେ କଠିନ ପରିଶ୍ରମ କରିଥାନ୍ତି। ଏମାନେ ଜୀବନରେ ବହୁତ ଉପାର୍ଜନ କରିଥାନ୍ତି। ପାଠପଢା ଓ ଶିଖିବା ପାଇଁ ଏମାନଙ୍କର ବହୁତ ଆଗ୍ରହ ରହିଥାଏ। ଚାକିରି କ୍ଷେତ୍ରରେ ମଧ୍ୟ ଲୋକେ ଏମାନଙ୍କ ସହିତ ମିଶିବାକୁ ପସନ୍ଦ କରିଥାନ୍ତି। ଏମାନେ ନିଜ ପିତାମାତାଙ୍କୁ ବହୁତ ସମ୍ମାନ କରିଥାନ୍ତି। କ୍ୟାରିୟରକୁ ନେଇ ଏମାନେ ବହୁତ ଗମ୍ଭୀର ମଧ୍ୟ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *