Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କୁ ଏଭଳି ୬ ଗୋଟି ସଂକେତ ମିଳୁଛି, ତାହେଲେ ବୁଝି ଯାଆନ୍ତୁ କି ଆପଣ ଜଣେ ସାଧାରଣ ମଣିଷ ନୁହଁନ୍ତି। ଜାଣନ୍ତୁ ସେହି ସଂକେତ ଗୁଡିକ କଣ କଣ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଏହି ସଂସାରରେ ଭଗବାନ ସର୍ବ ଶକ୍ତିମାନ ଅଟନ୍ତି। ଭଗବାନଙ୍କ ଇଛା ବିନା କିଛି ସମ୍ଭବ ନୁହେଁ। ଏହା ଯୁଗ ଯୁଗରୁ ପ୍ରମାଣିତ ହୋଇ ଆସିଛି। ଭଗବାନ ପ୍ରତ୍ୟକ୍ଷ ରୂପରେ ନଜର ନ ଆସିଲେ ମଧ୍ୟ ପରୋକ୍ଷ ରୂପରେ ଆମ ଉପରେ କୃପା ଦୃଷ୍ଟି ରଖିଥାନ୍ତି। ଆମ ମାନଙ୍କ ମଧ୍ୟରୁ କିଛି ବିଶେଷ ଲୋକମାନେ ରହିଥାନ୍ତି, ଯେଉଁମାନଙ୍କ ଉପରେ ଈଶ୍ବରଙ୍କ କୃପା ଦୃଷ୍ଟି ଅଧିକ ରହିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ମଣିଷ ଜୀବନରେ ଅନେକ ସମସ୍ୟା ଆସିଥାଏ। ସୁଖ ପରେ ଦୁଃଖ ଆସିଥାଏ ତ ଦୁଃଖ ପରେ ସୁଖ ଆସିଥାଏ। ଈଶ୍ୱର ପ୍ରତ୍ୟେକ ମଣିଷକୁ ନିଜର ଆଲୌକିକ ଶକ୍ତି ପ୍ରଦାନ କରିଛନ୍ତି। କିଛି ଲୋକେ ଏହାକୁ ବୁଝି ପରି ଥାଆନ୍ତି ତ ଆଉକିଛି ଲୋକେ ଏହାକୁ ବୁଝି ପାରନ୍ତି ନାହିଁ। ଆପଣଙ୍କୁ କହି ରଖୁଛୁ କି ଆମ ଶାସ୍ତ୍ରରେ କିଛି ଏଭଳି ବିଶେଷ ସଂକେତ ବିଷୟରେ କୁହାଯାଇଛି, ଯାହା ମାଧ୍ୟମରେ ଆପଣ ଜାଣି ପାରିବେ କି ସେହି ବ୍ୟକ୍ତିଙ୍କ ଉପରେ ଇଶ୍ଵରଙ୍କ ଅସୀମ କୃପା ଦୃଷ୍ଟି ରହିଛି। ତେବେ ଆସନ୍ତୁ ଜାଣିବା। ସେହି ସଂକେତ ଗୁଡ଼ିକ ହେଉଛି –

– ଯେଉଁ ଲୋକଙ୍କ ସ୍ଵପ୍ନରେ ପ୍ରାୟତଃ ମନ୍ଦିର କିମ୍ବା ଆଖାପାଖର ପରିବେଶ ନଜର ଆସିଥାଏ, ଶାସ୍ତ୍ର ଅନୁସାରେ ଏହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ରହିଥାଏ।

– ଯେଉଁମାନଙ୍କ ମଧ୍ୟରେ ଈଶ୍ବରଙ୍କର ଦ୍ବାରା ଦିଆଯାଇଥିବା ଅଲୌକିକ ଶକ୍ତି ରହିଥାଏ, ସେମାନେ ଭବିଷ୍ୟତରେ ଘଟିବା ପାଇଁ ଯାଉଥିବା ଘଟଣା ବିଷୟରେ ପୂର୍ବରୁ ଜାଣି ପାରି ଥାଆନ୍ତି।

– ଯେଉଁ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟକ୍ରମ ପରେ ବଳକା ସମୟରେ ଭଗବାନଙ୍କର ଆରାଧନା କରିଥାନ୍ତି ଏବଂ ଇଶ୍ଵରଙ୍କୁ ହିଁ ସତ୍ୟ ମାନି ଚଳନ୍ତି, ସେମାନଙ୍କ ମଧ୍ୟରେ ବାସ୍ତବରେ ଈଶ୍ବରୀୟ ଶକ୍ତି ରହିଥାଏ। ଏହି କାରଣରୁ ସେମାନଙ୍କୁ ଇଶ୍ୱରୀୟ ଶକ୍ତିର ଆଭାସ ମଧ୍ୟ ହୋଇଥାଏ।

– ଯେଉଁ ଲୋକ ମାନଙ୍କୁ ନିଜ ଆଖାପାଖରେ ସର୍ବଦା କର୍ପୁର, ଧୂପକାଠି ଓ ଝୁଣାର ସୁଗନ୍ଧର ଅନୁଭବ ହୋଇଥାଏ। ଏହାର ଅର୍ଥ ସେହି ବ୍ୟକ୍ତିର ଆଖପାଖରେ ଇଶ୍ଵର ବିଦ୍ୟମାନ ହୋଇଛନ୍ତି। ଏହାସହିତ ସେହି ବ୍ୟକ୍ତିଙ୍କ ଉପରେ ଦେବୀଦେବତାଙ୍କ ଆଶୀର୍ବାଦ ମଧ୍ୟ ରହିଥାଏ ବୋଲି କୁହାଯାଏ।

– ଯଦି କୌଣସି ବ୍ୟକ୍ତିଙ୍କର ବ୍ରହ୍ମ ମୂହୁର୍ତ୍ତରେ ନିଦ ଭାଙ୍ଗି ଯାଉଛି ଏବଂ ସେ ନିଜର ନିତ୍ୟ କର୍ମ ଶେଷ କରି ଇଶ୍ଵରଙ୍କ ଆରାଧନା କରୁଛନ୍ତି, ତାଙ୍କ ଉପରେ ସର୍ବଦା ଭଗବାନ ନିଜର କୃପା ଦୃଷ୍ଟି ରଖିଥାନ୍ତି ଏବଂ ପ୍ରସନ୍ନ ହୁଅନ୍ତି।

– ଯେଉଁ ଲୋକମାନେ ପୁଣ୍ୟ କାର୍ଯ୍ୟ କରନ୍ତି, ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି, ବିପଦ ସମୟରେ ମନୁଷ୍ୟ କିମ୍ବା ପଶୁପକ୍ଷୀ ମାନଙ୍କୁ ସାହାଯ୍ୟ କରିଥାନ୍ତି, ମାନବ ସେବା ହିଁ ମାଧବ ସେବା ବୋଲି ବିଚାର କରନ୍ତି, ସେହି ଲୋକଙ୍କ ଉପରେ ସର୍ବଦା ଭଗବାନଙ୍କର ଆର୍ଶୀବାଦ ରହିଥାଏ।

ତେବେ ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *