Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରୀକ୍ଷେତ୍ରର ଶ୍ମଶାନକୁ କାହିଁକି ସ୍ଵର୍ଗଦ୍ଵାର ବୋଲି କୁହାଯାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କହିବାକୁ ଗଲେ ଶ୍ମଶାନ ନାମ ଶୁଣିଲେ ସମସ୍ତଙ୍କ ମନରେ ଭୟ ଆସିବା ସହିତ ଛୁଆଁ ଅଛୁଆଁ ଭାବନା ମଧ୍ୟ ଆସିଥାଏ। କିନ୍ତୁ ଶ୍ରୀକ୍ଷେତ୍ରର ଶ୍ମଶାନକୁ ସ୍ଵର୍ଗଦ୍ଵାର ବୋଲି କୁହାଯାଇଥାଏ। ଏଠାରେ କୌଣସି ଜାତିଭେଦ ନଥାଏ। ଏହି ଧାମ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନଗରୀ ଅଟେ। ତାଙ୍କଠାରେ କୌଣସି ମଣିଷ ଛୁଆଁ ଅଛୁଆଁରେ ଗଣା ଯାଏ ନାହିଁ। ତେଣୁ ଏହି ସ୍ଥାନକୁ ସ୍ଵର୍ଗଦ୍ଵାର କୁହାଯାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଆଲୋଚନା କରିବା।

ଭାରତରେ ଚାରୋଟି ଧାମ ମଧ୍ୟରୁ ପୁରୀ ଧାମ ପ୍ରମୁଖ ଓ ଅନନ୍ୟ ଅଟେ। ଶ୍ରୀକ୍ଷେତ୍ରର ଶ୍ମଶାନକୁ ସ୍ଵର୍ଗଦ୍ଵାର କରିବାର ଅନେକ ତାତ୍ପର୍ଯ୍ୟ ରହିଛି। ପୂର୍ବକାଳରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ଵର୍ଗରୁ ଦେବାଦେବୀ ମାନେ ଆସୁଥିଲେ। ଆପଣ ମାନେ ନିଜ ଜେଜେବାପାଙ୍କ ଠାରୁ ଶୁଣିଥିବେ କି “କଳା ମଲ୍ଲି” ବୋଲି ଏକ ସୁନ୍ଦର ପୁଷ୍ପ ରହିଛି। ଯାହା ଶ୍ରୀଲଙ୍କା ଦେଶରେ ଫୁଟି ଥାଏ। କିନ୍ତୁ ଆମ ଭାରତରେ ଏହି ଫୁଲ ଫୁଟେ ନାହିଁ।

ତେବେ ପୂର୍ବକାଳରେ ଏହି ପୁଷ୍ପକୁ ଦଇତାପତି ମାନେ ପ୍ରତ୍ୟେକଦିନ ଆସି ରତ୍ନ ସିଂହାସନ ପାଖରେ ଦେଖନ୍ତି। ତାପରେ ସେମାନଙ୍କୁ ସନ୍ଦେହ ହୋଇଥିଲା କି ଶ୍ରୀଲଙ୍କାରୁ ହୁଏତ ବିଭୀଷଣ ଆସି ଶ୍ରୀଜୀଉଙ୍କୁ ପୁଷ୍ପ ପ୍ରଦାନ କରୁଛନ୍ତି।ଏହି ସନ୍ଦେହ ମୋଚନ ପାଇଁ ଦଇତାପତି ମାନେ ଥରେ ଦୁଆର ମୁହଁରେ ଜଗି ବସିଲେ। ସେହି ସମୟରେ ବିଭୀଷଣ ଦକ୍ଷିଣ ଦ୍ଵାର ବାଟ ଦେଇ ଆସିଥିଲେ।

ଶ୍ରୀଜୀଉଙ୍କୁ ଦର୍ଶନ କରି ସେ ଯେତେବେଳେ ପ୍ରସ୍ଥାନ କରୁଥିଲେ, ସେହି ସମୟରେ ଜଗି ବସିଥିବା ଦଇତାପତି ମାନେ ବିଭୀଷଣଙ୍କୁ ଧରି ପକାଇ ଥିଲେ।ତାପରେ ବିଭୀଷଣ ତାଙ୍କୁ ଏକ କଙ୍କଣ ପ୍ରଦାନ କରି ସମୁଦ୍ରକୂଳ ନିକଟରେ ଏକ ସ୍ଥାନରୁ ସେ ସ୍ୱର୍ଗକୁ ଯାଇଥିଲେ। ସେହି ସ୍ଥାନକୁ ସ୍ଵର୍ଗଦ୍ଵାର ବୋଲି କୁହାଯାଏ।

ଆଉ ଏକ ଆଖ୍ୟା ରହିଛି କି ଥରେ ଦେବରାଜ ଇନ୍ଦ୍ର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ସେ ଦର୍ଶନ କରି ଯେତେବେଳେ ଫେରି ଯାଇଥିଲେ, ସେହି ସ୍ଥାନକୁ ଗୋଟେ ଛୋଟ ପିଲାଟିଏ ଯାଇ କାଠି ପୋତି ଦେଇଥିଲା ଏବଂ ରାଜାଙ୍କୁ ଯାଇ ଖବର ଦେଇଥିଲା ଯେ ଏହି ସ୍ଥାନରୁ ଜଣେ ଆକାଶ ମାର୍ଗକୁ ଉଡ଼ିକି ଯାଇଥିଲେ। ତେଣୁ ସେହି ସ୍ଥାନକୁ ରାଜା ପରବର୍ତ୍ତୀ ସମୟରେ ସ୍ୱର୍ଗଦ୍ୱାର ନାମରେ ଘୋଷଣା କରିଥିଲେ।ପ୍ରତ୍ୟେକ ଲୋକଙ୍କୁ ସ୍ଵର୍ଗ ପ୍ରାପ୍ତି ପାଇଁ ସେହିଠାରେ ଦାହ ସଂସ୍କାର କରାଯାଉଥିଲା।

ତେବେ ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *