Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଅବିବାହିତ ଅଛନ୍ତି, ତା ହେଲେ ଜାଣନ୍ତୁ ଆପଣଙ୍କର କେଉଁ ଦିଗରେ ବାହାଘର ହେବ ?

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ।ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ।ସମସ୍ତଙ୍କୁ ଉତ୍ତମ ଜୀବନସାଥୀଟିଏ ପାଇବା ପାଇଁ ଆଶା ରହିଥାଏ। ପ୍ରାୟତଃ ଅଧିକାଂଶ ଲୋକେ ବିବାହ ପୂର୍ବରୁ ଜ୍ୟୋତିଷ ମାନଙ୍କ ପାଖକୁ ଜାତକ ନେଇ ଯାଇ ଥାଆନ୍ତି ଏବଂ କେଉଁ ଦିଗରେ ବିବାହ ହେବା ଉଚିତ ବୋଲି ବୁଝି ଥାନ୍ତି। ଏଥିପାଇଁ ଆପଣ ମଧ୍ୟ ନିଜ ଜାତକ ଦେଖି କେଉଁ ଦିଗରେ ଆପଣଙ୍କର ବିବାହ ହେବ ଜାଣି ପାରିବେ। ଆଜି ଆମେ ଆପଣଙ୍କୁ ଆପଣଙ୍କର ବିବାହ କେଉଁ ଦିଗରେ ହେଲେ ଶୁଭ ହୋଇଥାଏ,ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଜାଣିବା।

ତେବେ ଏବେ ଆମେ ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଅଧିପତି ମାନଙ୍କ ବିଷୟରେ ଜାଣିବା। ତାହା ହେଉଛି –

ମେଷ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ବୃଷ ରାଶିର ଅଧିପତି ହେଉଛନ୍ତି ଶୁକ୍ର। ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ସିଂହ ରାଶିର ଅଧିପତି ହେଉଛନ୍ତି ରବି ବା ସୂର୍ଯ୍ୟ।କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ। ତୁଳା ରାଶିର ଅଧିପତି ହେଉଛନ୍ତି ଶୁକ୍ର। ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ଧନୁ ରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି। ମକର ରାଶିର ଅଧିପତି ହେଉଛନ୍ତି ଶନି। କୁମ୍ଭ ରାଶିର ଅଧିପତି ହେଉଛନ୍ତି ଶନି। ଶେଷରେ ମୀନ ରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି।

ସେହିପରି ଏବେ ଆସନ୍ତୁ ଜାଣିବା ଏହି ଅଧିପତି ଗ୍ରହ ମାନଙ୍କର ଦିଗ ବିଷୟରେ। ତେବେ ମଙ୍ଗଳ ଗ୍ରହର ଦିଗ ହେଉଛି ଦକ୍ଷିଣ ଦିଗ। ସୂର୍ଯ୍ୟଙ୍କର ଦିଗ ହେଉଛି ପୂର୍ବ ଦିଗ। ଚନ୍ଦ୍ର ଗ୍ରହର ଦିଗ ହେଉଛି ଉତ୍ତର ଓ ପଶ୍ଚିମ ଦିଗ। ବୁଧ ଗ୍ରହର ଦିଗ ହେଉଛି ଉତ୍ତର ଦିଗ। ଗୁରୁ ବୃହସ୍ପତିଙ୍କର ଦିଗ ହେଉଛି ଉତ୍ତର ପୂର୍ବ ଦିଗ। ଶୁକ୍ରଙ୍କର ଦିଗ ହେଉଛି ଅଗ୍ନୀ କୋଣ ବା ଦକ୍ଷିଣ-ପୂର୍ବ ଦିଗ। ଶନିଙ୍କର ଦିଗ ହେଉଛି ପଶ୍ଚିମ ଦିଗ। ରାହୁଙ୍କର ଦିଗ ହେଉଛି ଦକ୍ଷିଣ-ପଶ୍ଚିମ ଦିଗ। ଏହାପରେ ଆପଣ ମାନେ ନିଜର ଜାତକରେ ଥିବା ଲଗ୍ନରେ ଦେଖନ୍ତୁ ଶୁକ୍ର ଗ୍ରହ କେଉଁ ରାଶିରେ ରହିଛି।ତାପରେ ସେହି ଠାରୁ ସପ୍ତମ ରାଶିର ଦିଗରେ ଆପଣଙ୍କ ବିବାହ ହେବାର ଯୋଗ ରହିଛି ବୋଲି ଜାଣି ନିଅନ୍ତୁ।

ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *