Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଲୋକ ମାନଙ୍କୁ ଭୁଲରେ ମଧ୍ୟ ନିଜ ସ୍ବାମୀଙ୍କର ଏହି ପଟରେ ଶୋଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗ ପର୍ଯ୍ୟନ୍ତ ଲୋକ ମାନଙ୍କ ଜୀବନରେ ବାସ୍ତୁଶାସ୍ତ୍ରର ବହୁତ ଭୂମିକା ରହିଅଛି।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଅଛୁ କି ବାସ୍ତୁ ଶାସ୍ତ୍ରର କିଛି ନିୟମ ଅନୁସାରେ ସ୍ତ୍ରୀଲୋକ ମାନଙ୍କୁ ସେମାନଙ୍କ ସ୍ବାମୀଙ୍କର କେଉଁ ପଟରେ ଶୋଇବା ଉଚିତ ? ପୂଜା ପାଠ ତଥା ବିବାହ ସମୟରେ ପତ୍ନୀ ଙ୍କୁ ପତି ର କେଉଁ ପଟରେ ରହିବା ଉଚିତ ? ନଚେତ ଜୀବନରେ ଭୟଙ୍କର ବିପଦର ସମୁଖୀନ ହେବାକୁ ପଡିପାରେ ଏବଂ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣ ମାନେ ପ୍ରାୟତଃ ଅଧିକାଂଶ ସମୟରେ ଦେଖିଥିବେ କି ପତ୍ନୀ ତାଙ୍କ ପତିଙ୍କର ବାମ ପାର୍ଶ୍ଵରେ ବସିଥାନ୍ତି। ଶାସ୍ତ୍ରରେ ପତ୍ନୀଙ୍କୁ ବାମାଙ୍ଗୀ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି, ପତିର ବାମ ଅଙ୍ଗର ଅଧିକାରୀ ହେଉଛନ୍ତି ପତ୍ନୀ। ଏହାର ବହୁତ ବଡ଼ କାରଣ ରହିଛି। ଭଗବାନ ଶିବଙ୍କର ବାମ ପାର୍ଶ୍ଵରୁ ସ୍ତ୍ରୀ ଏବଂ ଡାହାଣ ଅଙ୍ଗରୁ ପୁରୁଷର ଉତ୍ପତ୍ତି ହୋଇଥିଲା।

ଏହାର ପ୍ରତୀକ ହେଉଛି ଭଗବାନ ଶିବଙ୍କର ଅର୍ଦ୍ଧନାରୀଶ୍ଵର ରୂପ। ହସ୍ତ ରେଖା ଏବଂ ଜ୍ୟୋତିଷ ରେଖା ପୁସ୍ତକରେ ପୁରୁଷର ବାମ ହାତରେ ସ୍ତ୍ରୀର ଭାଗ୍ୟର ସ୍ଥିତିକୁ ଅନୁମାନ କରାଯାଇଥାଏ। ସେଥିପାଇଁ ଶୋଇବା ସମୟରେ, ସଭା ସମିତିରେ ସ୍ତ୍ରୀଲୋକଙ୍କୁ ନିଜ ସ୍ବାମୀଙ୍କର ବାମ ପାର୍ଶ୍ଵରେ ରହିବା ଉଚିତ।

ଏହାସହିତ ଭୋଜନ କରିବା ସମୟରେ, ସ୍ଵାମୀଙ୍କ ସହିତ କୌଣସି କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ସ୍ତ୍ରୀଲୋକ ମାନଙ୍କୁ ସ୍ବାମୀଙ୍କର ବାମ ପାର୍ଶ୍ଵରେ ରହିବା ଉଚିତ। ଏହାଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ। ଶାସ୍ତ୍ର ଅନୁସାରେ କନ୍ୟାଦାନ ସମୟରେ, ଯଜ୍ଞକର୍ମ, ବିବାହ, ଜାତକ କର୍ମ, ନାମ କରଣ, ଏବଂ ଅର୍ଣ୍ଣପ୍ରାସନ୍ନ ସମୟରେ ପତ୍ନୀଙ୍କୁ ସର୍ବଦା ପତିର ଡାହାଣ ପାର୍ଶ୍ଵରେ ରହିବା ଉଚିତ।ଏଭଳି କରିବାର ମୁଖ୍ୟ କାରଣ ହେଉଛି, ଯେଉଁସବୁ କାର୍ଯ୍ୟ ସାଂସାରିକ ହୋଇଥାଏ, ସେହି କାର୍ଯ୍ୟ ସମୟରେ ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପାର୍ଶ୍ଵରେ ରହିବା ଉଚିତ।

ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ପତିପତ୍ନୀଙ୍କର ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ? ଯଦି ପତ୍ନୀଙ୍କ ଜୀବନରେ ପତି ହସ୍ତକ୍ଷେପ କରିବା ପତ୍ନୀଙ୍କୁ ପସନ୍ଦ ନଥିବ, ତାହେଲେ ଏଭଳି ସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଯଦି ପତିପତ୍ନୀ ପରସ୍ପରକୁ ଅସମ୍ମାନ କରନ୍ତି ଏବଂ କଥା ଲୁଚାନ୍ତି, ତାହେଲେ ମଧ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।ପତିପତ୍ନୀଙ୍କ ସମ୍ପର୍କ ଭବନାତ୍ମକ ରୂପରେ ଯୋଡି ହେଲେ ଦୁହେଁ ସୁଖରେ ଜୀବନ ଅତିବାହିତ କରିବେ।

ତେବେ ବନ୍ଧୁଗଣ ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *