ସକାଳ ୮ ଘଟିକା ପରେ ସ୍ନାନ କରୁଥିବା ମହିଳା ମାନେ ଏହି ବିଶେଷ କଥା ଜାଣି ରଖନ୍ତୁ।
ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପୁରାତନ କାଳରୁ ଆଜିର ଆଧୁନିକ ଯୁଗ ପର୍ଯ୍ୟନ୍ତ, ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଉଛି।ଆମକୁ ଜୀବନରେ ପ୍ରତ୍ୟେକ କର୍ମ ଅନୁସାରେ ଫଳ ମିଳିଥାଏ। ଆମ କର୍ମର ପ୍ରଭାବ ଆମ ଜୀବନରେ ଉପରେ ମଧ୍ୟ ପଡ଼ିଥାଏ।ଶାସ୍ତ୍ର ଅନୁସାରେ ବ୍ରହ୍ମ ମୂହୁର୍ତ୍ତରେ ଉଠି ସ୍ନାନ କରିବା ସବୁଠାରୁ ଶୁଭ ବୋଲି ମାନା ଯାଇଛି। ତେଣୁ ପ୍ରତ୍ୟେକ ମହିଳା ଓ ପୁରୁଷ ଉଭୟଙ୍କୁ ସୂର୍ଯ୍ୟୋଦୟ ହେବାପୂର୍ବରୁ ସ୍ନାନ କରିବା ଉଚିତ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା
ଆଜିକାଲି ଅଧିକାଂଶ ଲୋକେ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରୁ ନାହାନ୍ତି।ଏହାର ମୁଖ୍ୟ କାରଣ ହେଉଛି, ପ୍ରକୃତିର ପରିବର୍ତ୍ତନଶୀଳ ପରିବେଶ ଏବଂ ଲୋକମାନଙ୍କର ଖରାପ ଜୀବନଶୈଳୀ। ଆହୁରି ମଧ୍ୟ ଅନେକ ଲୋକଙ୍କ ମନରେ ରହିଥାଏ ଯେ, ସକାଳୁ ଉଠି ସ୍ନାନ କଲେ ଥଣ୍ଡା କାଶ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଏହି ଧାରଣା ଭୁଲ ଅଟେ।ତେଣୁ ମହିଳା ମାନଙ୍କୁ ଖୁବ୍ ଶୀଘ୍ର ସ୍ନାନ କରିବା ଉଚିତ। ସୂର୍ଯ୍ୟୋଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ଵାରା ଶରୀର ସତେଜ ରହିଥାଏ ଏବଂ ମାନସିକ ରୂପରେ ଶାନ୍ତି ମିଳିଥାଏ।
ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ଓ ନିତ୍ୟକର୍ମ ସାରିବା ପରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବାକୁ ମଧ୍ୟ ସର୍ବୋତ୍ତମ ମାନାଯାଇଥାଏ। ଏହାଦ୍ବାରା ଘରେ ସକାରତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ଏଣୁ ମହିଳା ମାନଙ୍କୁ ସକାଳୁ ସ୍ନାନ ସାରି ପ୍ରଥମେ ଭଗବାନଙ୍କ ନାମ ସ୍ମରଣ କରିବା ଆବଶ୍ୟକ।କାରଣ ସକାଳ ୮ ଘଟିକା ପରେ ସ୍ନାନ କରିବାକୁ ଅସୁର ସ୍ନାନ କୁହାଯାଏ। ଏହି ସମୟରେ ସ୍ନାନ କଲେ, ଶରୀରକୁ ଯନ୍ତ୍ରଣା ଏବଂ ପୀଡା ଅନୁଭବ ହୋଇଥାଏ।
ଶାସ୍ତ୍ରରେ ସ୍ନାନ କରିବା ସମୟରେ କୌଣସି ମହିଳାଙ୍କୁ ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଅନୁଚିତ ବୋଲି କୁହାଯାଇଛି। କାରଣ ଆମ ପୂର୍ବପୁରୁଷ ମାନେ ସବୁବେଳେ ଆମ ଆଖପାଖରେ ରହିଥାନ୍ତି। ଆମ ବସ୍ତ୍ରରୁ ପଡ଼ୁଥିବା ପାଣିକୁ ସେମାନେ ଗ୍ରହଣ କରିଥାନ୍ତି।ନିବସ୍ତ୍ର ହୋଇ ସ୍ନାନ କରିବା ଦ୍ଵାରା ସେମାନେ ଏଭଳି କରିପାରିନଥାନ୍ତି ଏବଂ ଅତୃପ୍ତ ହୋଇ ଆମ ଉପରେ କ୍ରୋଧିତ ହୋଇଯାଇଥାନ୍ତି । ଏଣୁ ଉଭୟ ପୁରୁଷ ଓ ସ୍ତ୍ରୀ ଲୋକମାନେ କେବେବି ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ ।ଏଭଳି ନିୟମ ସଠିକ ରୂପରେ ପାଳନ କରି ସ୍ନାନ କରନ୍ତୁ, ଦେଖିବେ ଆପଣଙ୍କର ମଙ୍ଗଳ ହେବ ଏବଂ ଆପଣ ସୁଖରେ ରହିବେ।
ତେବେ ସାଙ୍ଗମାନେ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!