Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ,ଯେଉଁ ସ୍ତ୍ରୀ ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ୩ ଟି କାମ କରିଥାନ୍ତି,ତାଙ୍କ ଘରୁ ଗରିବୀ ଦୂରେଇ ଯାଇଥାଏ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ସ୍ତ୍ରୀ ପ୍ରତିଦିନ ସନ୍ଧ୍ୟା ସମୟରେ ଏହି ୩ ଟି କାମ କରିଥାନ୍ତି ଘରର ଗରିବୀ ଦୂରେଇ ରହିଥାଏ।

ମହାଭାରତ ସମାପ୍ତିର ପଶ୍ଚାତ ଯେବେ ଯୁଧିଷ୍ଠିର ରାଜା ବନିଲେ ତ ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ପଚାରିଥିଲେ ରାଜ୍ୟରେ ସୁଖ ସମୃଦ୍ଧି ଆଣିବା ପାଇଁ କରାଜିବା ଶୁଭ କାର୍ଯ୍ୟ ବିଷୟରେ ପଚାରିଲେ ଆଉ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଅନେକ ମହତ୍ବପୂର୍ଣ ବାସ୍ତୁ ନିୟମ କହିଥିଲେ। ଆଜିର ଏହି ସମୟରେ ଏହିସବୁ ବାସ୍ତୁ ନିୟମ ପ୍ରଭାବଶାଳୀ ଅଟେ। ଏମିତି ଘରେ ସର୍ବଦା ହିଁ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏମିତି ଘରେ ସୁଖ ଶାନ୍ତି ପରିବାରର ସଦସ୍ୟଙ୍କ ଭିତରେ ପ୍ରେମ ସର୍ବଦା ହିଁ ବନିରହିଥାଏ। ଆସନ୍ତୁ ଜାଣିବା ସେହି ବାସ୍ତୁଶାସ୍ତ୍ରର ମହତ୍ତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣିବା।

ବାସ୍ତୁଶାସ୍ତ୍ରର ଏହି ନିୟମ ପ୍ରତ୍ୟକ ଘରେ ସକରାତ୍ମକ ଆଉ ନକରାତ୍ମକ ଉଭୟର ବାସ ହୋଇଥାଏ କିନ୍ତୁ ଘରେ ସକରାତ୍ମକ ଉର୍ଜା ଅଧିକ ହେବା ଅତ୍ୟନ୍ତ ଆବଶ୍ୟକ ଅଟେ। ତେବେ ଯାଇ ଘରେ ସୁଖ ଶାନ୍ତି ବନି ରହିଥାଏ ଆଉ ଧନର ଆଗମନ ହୋଇଥାଏ। ଯଦି ଘରେ ବାସ୍ତୁଦୋଷ ଥିବ ତେବେ ଘରେ ଅବଶ୍ୟକ ଜିନିଷ ନଥିବ ତେବେ ଏମିତି ଘର ନକରାତ୍ମକ ଶକ୍ତିରେ ଭରି ରହିଥାଏ। ଯେଉଁ କାରଣରୁ ଘରେ କ୍ଳେଶ ବାଦ ବିବାଦ ଚିନ୍ତା କରଜ ବିମାରୀ ଭଳି ସମସ୍ୟା ଉତ୍ପନ ହୋଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ନିଜ ଘରେ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରିବା ଉଚିତ। ଘରର ମହିଳାଙ୍କୁ ମା ଲକ୍ଷ୍ମୀ କୁହାଯାଏ।

ତାଙ୍କର ସମ୍ମାନ କରିବା ସବୁଠାରୁ ଅଧିକ ମହତ୍ବପୂର୍ଣ କଥା ଅଟେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁଠି ସ୍ତ୍ରୀଙ୍କ ସମ୍ମାନ ହୋଇନଥାଏ ସେହି ଘରର ବିନାଶ ହୋଇଥାଏ। ଆଉ ଘରେ ଦରିଦ୍ରତାର ବାସ ହୋଇଥାଏ କାରଣ ଦେବୀ ଲକ୍ଷ୍ମୀ ଏମିତି ଘରେ କେବେବି ରୁହନ୍ତି ନାହିଁ। ମା ଲକ୍ଷ୍ମୀଙ୍କୁ ସ୍ୱଚ୍ଛ ବାତାବରଣ ପ୍ରିୟ ଅଟେ। ଯାହାର ମନରେ ସ୍ଵଛତା ଥିବ କିମ୍ବା ଘରେ। ସେଥିପାଇଁ ନିଜ ଘର ସହିତ ନିଜର ମନ ବି ସ୍ୱଚ୍ଛ ରଖନ୍ତୁ। ଘରର ସ୍ଵଛତା ତ ଆପଣ ଝାଡୁରେ କରିପାରିବେ କିନ୍ତୁ ମନର ସ୍ଵଛତା କରିବା ପାଇଁ ନିଜ ମୁଖରୁ ସର୍ବଦା ହିଁ ଭଗବାନଙ୍କ ନାମ ସ୍ମରଣ କରିବା ଉଚିତ। ଏହା ଦ୍ବାରା ମନକୁ ଖରାପ ଚିନ୍ତା ଆସିବ ନାହିଁ। ତେବେ ଆସନ୍ତୁ ଜାଣିନେବା ଭଗବାନ ଶ୍ରୀକୃଷ୍ଣ କହିଥିବା ମହତ୍ତ୍ୱପୂର୍ଣ୍ଣ ବାସ୍ତୁ ନିୟମ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟକ ଘରେ ପଞ୍ଚ ଦ୍ରବ୍ୟ ଅର୍ଥାତ କ୍ଷୀର ଦହି ଘିଅ ଗୋମୂତ୍ର ଆଉ ମହୁ ଅବଶ୍ୟ ରହିବା ଉଚିତ। ଯେଉଁ ଘରେ ଏହି ଜିନିଷ ଥାଏ ସେହି ଘରେ କେବେବି ଦାରିଦ୍ର୍ୟତା ଆସିନଥାଏ। ଏହିସବୁ ଜିନିଷକୁ ସବୁଠାରୁ ଅଧିକ ପବିତ୍ର ମାନାଯାଏ।

ଘରର ପ୍ରତ୍ୟକ ସଦସ୍ୟଙ୍କୁ ଖାସ କରି ବଡ଼ ମାନଙ୍କୁ ଏକାଦଶୀର ବ୍ରତ ନିଶ୍ଚୟ ପାଳନ କରିବା ଉଚିତ। ଏକାଦଶୀ ଦିନ ଘରେ କୌଣସି ପ୍ରକାରର ଅନିଷ୍ଟ କାର୍ଯ୍ୟ କରନ୍ତୁ ନାହିଁ। ଏକାଦଶୀ ବ୍ରତ ସବୁ ବ୍ରତ ଠାରୁ ଶ୍ରେଷ୍ଠ ବ୍ରତ ଅଟେ। ଏଥିପାଇଁ ଏହି ଦିନ ଘରର ଶୁଦ୍ଧତା ବନି ରହିବା ଦରକାର। ଘରର ସ୍ତ୍ରୀ ଏକାଦଶୀ ବ୍ରତର ପାଳନ କରିବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ସର୍ବଦା ଘରେ ବାସ କରିଥାନ୍ତି।

ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏହି ସମୟରେ ଘରର ମୁଖ୍ୟ ଦ୍ୱାର ଏବଂ ଝରକା ଖୋଲି ରଖିବା ଉଚିତ। ପ୍ରତିଦିନ ଘରେ ସନ୍ଧ୍ୟାରେ ଏକ ଘିଅର ଦୀପ ନିଶ୍ଚୟ ଜଳେଇବା ଉଚିତ। ଦୀପ ଜଳେଇବା ସମୟରେ ଏହି କଥାର ଧ୍ୟାନ ରଖିବେ କି ଦୀପ ତଳେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖିବା ଉଚିତ। ସନ୍ଧ୍ୟା ସମୟରେ ଘରର ଅଗଣାରେ ପାଣି ଛିଞ୍ଚି ରଙ୍ଗଲି ବନେଇ ମା ଲକ୍ଷ୍ମୀଙ୍କ ସ୍ୱାଗତ କରିବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ପ୍ରବେଶ କରିଥାନ୍ତି।

ଘରର ମୁଖ୍ୟ ଦ୍ୱାରରେ ସ୍ବାସ୍ତିକର ଚିହ୍ନ ବନେଇବା ଉଚିତ। ସ୍ବାସ୍ତିକ ଅତ୍ୟନ୍ତ ଶୁଭ ଚିହ୍ନ ଅଟେ। ଏହା ଘରକୁ ଖରାପ ନଜରରୁ ବଞ୍ଚେଇ ଥାଏ। ତଥା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ।

ସପ୍ତାହରେ ଥରେ ଲୁଣ ମିଶ୍ରିତ ଜଳରେ ଘରର ପୋଛା ମାରିବା ଉଚିତ। ଲୁଣ ଘରର ନକରାତ୍ମକ ଶକ୍ତିକୁ ଟାଣି ନେଇଥାଏ। ଆଉ ଘରର ବାତାବରଣ ପବିତ୍ର କରିଥାଏ।

ସ୍ନାନ କରିବା ସମୟରେ ବି ପାଣିରେ ଅଳ୍ପ ଲୁଣ ପକେଇ ସ୍ନାନ କରନ୍ତୁ। ଏହା ଦ୍ବାରା ମନର ଶୁଦ୍ଧ ହୋଇଥାଏ।

ପ୍ରତିଦିନ ପୂଜା ପରେ ଅଳ୍ପ ଚିନି ଘରେ ପକେଇ ପିମ୍ପୁଡି ମାନଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

କୁଳ ଦେବୀ କିମ୍ବା କୁଳ ଦେବତାଙ୍କ ସାମ୍ନାରେ ଅଖଣ୍ଡ ଦୀପ ଜାଳିବା ଉଚିତ। ଏହା ଦ୍ୱାରା କୁଳ ଦେବତା ପ୍ରସନ୍ନ ହୋଇଥାନ୍ତି। ଘରର ସଦସ୍ୟଙ୍କ ଉପରେ ନିଜର କୃପାଦୃଷ୍ଟି ପକେଇ ଥାନ୍ତି।

୬ ମାସରେ ଥରେ ଧଳା ତିଳ ଘରେ ପକେଇବା ଉଚିତ ଏହା ଦ୍ୱାରା ଘରେ ନକରାତ୍ମକତା ନଷ୍ଟ ହୋଇଥାଏ।

ଘରର ଆଖପାଖରେ ଥିବା ସବୁ ପଶୁପକ୍ଷୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଖାଇବାକୁ ଦେବା ଉଚିତ।

ଦ୍ୱାର ପାଖକୁ ଆସିଥିବା ଗାଈକୁ କୁକୁରକୁ ରୁଟି ଅବଶ୍ୟ ଖୁଆନ୍ତୁ।

ପଶୁପକ୍ଷୀ ମାନଙ୍କ ପାଇଁ ଛାତରେ ଖାଦ୍ୟ ଏବଂ ପାଣିର ବ୍ୟବସ୍ଥା ଅବଶ୍ୟ କରନ୍ତୁ।

ବୃକ୍ଷ ଲତାର ଦାୟିତ୍ୱବି ମନୁଷ୍ୟକୁ ନେବା ଉଚିତ। ଏହା ସହିତ ଘରର ରୋଷେଇ ଘରେ ଏକ ଘଟି ପାଣି ଭର୍ତ୍ତି କରି ରଖନ୍ତୁ। ଆଉ ସକାଳେ ସେହି ପାଣିକୁ ଗଛ ମୂଳରେ ଢାଳି ଦିଅନ୍ତୁ। ଏହା ଦ୍ବାରା ସବୁ ବାସ୍ତୁଦୋଷ ନଷ୍ଟ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *