Excuse Me Odisha

ଯାହା କହିବୁ ସତ କହିବୁ

ଏହି ୭ ଗୋଟି ରାଶିର ଲୋକେ ରୁହନ୍ତୁ ସାବଧାନ। କେତୁ ଗ୍ରହ ଆପଣଙ୍କର ଖୁସିରେ ପକାଇବାକୁ ଯାଉଛି ତାଲା,ଛପର ଫାଡିକି ଆସିବ ଦୁଃଖ

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୁଦାୟ ୧୨ ଗୋଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ଯୋଗୁଁ ଏହାର ଶୁଭ ଓ ଅଶୁଭ ପ୍ରଭାବ ପ୍ରତ୍ୟେକ ରାଶିର ଲୋକଙ୍କ ଉପରେ ପଡ଼ିଥାଏ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ କେତୁ ଗ୍ରହର ସ୍ଥିତି ସୁଦୃଢ଼ ରହି ନଥିବ, ତାହେଲେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ୨୦୨୨ ମସିହା ଏପ୍ରିଲ ୧୨ ତାରିଖ ଦିନ କେତୁ ଗ୍ରହ ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଗୋଚର ଯୋଗୁଁ ଏହାର ଅଶୁଭ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ମେଷ ରାଶି :-

ତୁଳା ରାଶିରେ କେତୁ ଗ୍ରହର ଗୋଚର ହେବା ଫଳରେ ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ। ଆପଣ ତ୍ଵଚା ସମ୍ବନ୍ଧିତ କୌଣସି ରୋଗରେ ଆକ୍ରାନ୍ତ ହୋଇ ପାରନ୍ତି। ବ୍ୟବସାୟରେ ପାର୍ଟନରଙ୍କ ସହିତ ଜଡିତ ବଡ଼ ହୋଇପାରେ। ବ୍ୟାପାରରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ପ୍ରେମାମାମଳରେ ଅସଫଳତା ମିଳିବ। ତେଣୁ ଏହି ସମୟରେ ସତର୍କ ରୁହନ୍ତୁ।

ବୃଷ ରାଶି :-

କେତୁ ଗ୍ରହର ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଶାରୀରିକ ଓ ମାନସିକ ପୀଡା ଅନୁଭବ ହେବ। ଆପଣଙ୍କର ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତେଣୁ ରାସ୍ତାରେ ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଧନହାନୀ ହେବାର ସମ୍ଭାବନା ରହିଛି।ଆପଣ ନିଜ ଖାଦ୍ୟପେୟ ଉପରେ ଅଧିକ ଯତ୍ନଶୀଳ ରୁହନ୍ତୁ। ଆପଣଙ୍କୁ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ସିଂହ ରାଶି :-

ଏହି ରାଶିର ଲୋକଙ୍କ ପାଇଁ କେତୁ ଗ୍ରହର ଗୋଚର ଅଶୁଭ ସାବ୍ୟସ୍ତ ହେବ। ପରିବାରରେ ଲଢେଇ ଝଗଡ଼ା ହୋଇପାରେ। ଏହି ସମୟରେ କାହାକୁ ଟଙ୍କା ଋଣ ଦିଅନ୍ତୁ ନାହିଁ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ନାହିଁ। ବିବାହ ହେବାକୁ ଯାଉଥିବା ଲୋକଙ୍କର ବିବାହ ଭାଙ୍ଗି ପାରେ। ଆପଣ ସର୍ବଦା ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି :-

କେତୁ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହେବ।ଯଦି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି, ତାହେଲେ ଅପେକ୍ଷା କରନ୍ତୁ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ନାହିଁ। ଆପଣଙ୍କର ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ବ୍ୟବସାୟରେ କ୍ଷତି ସହି ପାରନ୍ତି। ଚାକିରି କ୍ଷେତ୍ରରେ ଅନେକ ସମସ୍ୟା ଉତ୍ପନ୍ନ ହୋଇପାରେ।

ବିଛା ରାଶି :-

ଏହି ରାଶିର ଲୋକଙ୍କ କେତୁ ଗ୍ରହର ଗୋଚର ଅଶୁଭ ପରିଣାମ ପ୍ରଦାନ କରିବ। ଆପଣ ନିଜ ଜୀବନରେ କେତେ ପରିଶ୍ରମ କରିବେ, ଆଶାନୁରୂପ ସଫଳତା ମିଳିବ ନାହିଁ।ପରିବାରରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇପାରେ। କୌଣସି ସମ୍ପର୍କୀୟ ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି। ସମାଜରେ ଆପଣଙ୍କର ଅସମ୍ମାନ ହୋଇପାରେ। ଆପଣଙ୍କୁ ନିଜର ଜିଦି ସ୍ଵଭାବ ଛାଡ଼ିବା ଆବଶ୍ୟକ, ନଚେତ ସମସ୍ୟାରେ ପଡ଼ି ପାରନ୍ତି।

ଧନୁ ରାଶି :-

ଏହି ରାଶିର ଲୋକଙ୍କ ପାଇଁ କେତୁ ଗ୍ରହର ଗୋଚର ଅଶୁଭ ସାବ୍ୟସ୍ତ ହେବ। ଶାରୀରିକ ଅସୁସ୍ଥତା ଯୋଗୁଁ ଆପଣ ଚିନ୍ତିତ ରହିବେ।ପରିବାରରେ ଅଯଥା ଖର୍ଚ୍ଚ ବଢିପାରେ। ବ୍ୟବସାୟରେ କ୍ଷତି ସହି ପାରନ୍ତି। ସମ୍ପର୍କୀୟ ଆପଣଙ୍କର ଅସୁବିଧା ସମୟରେ ସାଥିରେ ରହିବେ ନାହିଁ, ତେଣୁ ଆପଣ ଦୁଃଖ ପ୍ରକାଶ କରିବେ। ଆପଣଙ୍କର କୌଣସି ଦାମୀ ଜିନିଷ ଚୋରି ହୋଇପାରେ।

ମୀନ ରାଶି :-

କେତୁ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଅଶୁଭ ପରିଣାମ ପ୍ରାପ୍ତ ହେବ। ଚର୍ମ ସମ୍ବନ୍ଧୀୟ ବେମାରୀ ହୋଇପାରେ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ବ୍ୟବସାୟରେ କ୍ଷତି ସହି ପାରନ୍ତି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ନାହିଁ। କିନ୍ତୁ ଆପଣଙ୍କୁ ଧର୍ଯ୍ୟ ରଖିବା ଆବଶ୍ୟକ। ଆପଣଙ୍କୁ ନିଜ ବାଣୀ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *