Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ଘର କେବେବି କିଣନ୍ତୁ ନାହିଁ। ପୁରା ପରିବାର ବର୍ବାଦ ହୋଇଯିବ। ଗରିବୀ ପିଛା ଛାଡିବ ନାହିଁ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ଘର କେବେବି କିଣନ୍ତୁ ନାହିଁ। ପୁରା ପରିବାର ବର୍ବାଦ ହୋଇଯିବ। ଗରିବୀ ପିଛା ଛାଡିବ ନାହିଁ।

ଯଦି ଆପଣ ନୂତନ ଘର କିଣିବାକୁ ଯାଉଛନ୍ତି କିମ୍ବା କୌଣସି ପୁରୁଣା ଘର କିଣିବା ପାଇଁ ଚାହୁଁଛନ୍ତି ତ ଆପଣ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ଅନେକ ମହତ୍ବପୂର୍ଣ କଥାକୁ ଅବଶ୍ୟ ହିଁ ଧ୍ୟାନରେ ରଖନ୍ତୁ। ବାସ୍ତୁ8ଅନୁସାରେ ଘର କିଣିବା ସମୟରେ ଯଦି ଏହିସବୁ କଥାର ଧ୍ୟାନ ନରଖିବେ ତ ଘରେ ରହୁଥିବା ସଦସ୍ୟଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଅନେକ ଲୋକ ଘରର ସୁନ୍ଦରତାକୁ ଦେଖି ଘର କିଣି ନେଇଥାନ୍ତି। ଆଉ ବାସ୍ତୁଦୋଷ ଉପରେ ଧ୍ୟାନ ଦେଇନଥାନ୍ତି। ଯେଉଁ କାରଣରୁ ତାଙ୍କର ଘରର ଉନ୍ନତି ହୋଇପାରିନଥାଏ।

ଘରର ବାହାର କେତେ ବି ସୁନ୍ଦର ହୋଇଥାଉ ପଛେ କିନ୍ତୁ ଏମିତି ଘରେ ରହୁଥିବା ବ୍ୟକ୍ତି ସର୍ବଦା ହିଁ କରଜରେ ବୁଡି ରହିଥାନ୍ତି। ତାକୁ ବାରମ୍ବାର ସଙ୍ଘର୍ଷ କରିବାକୁ ପଡିଥାଏ। ଏମିତି ଘରକୁ କେତେବି ସୁନ୍ଦର ଭାବେ ସଜା ଯାଉ ପଛେ କିନ୍ତୁ ଘରେ ରହୁଥିବା ଲୋକଙ୍କ ବିକାଶ ହୋଇପାରେ ନାହିଁ।

ଘର ସର୍ବଦା ବାସ୍ତୁଦୋଷରୁ ମୁକ୍ତ ହେବା ଦରକାର। ଛୋଟ ଛୋଟ ବାସ୍ତୁଦୋଷ ବି ବଡ଼ ବଡ଼ ସମସ୍ୟା ଉତ୍ପନ କରିଥାଏ। ଏଥିପାଇଁ ଆପଣ ଚାହିଁଲେ ବାସ୍ତୁଦୋଷ ମୁକ୍ତ ଘରର ତଲାସ କରନ୍ତୁ। କିମ୍ବା ସେହି ଘରକୁ ବାସ୍ତୁଦୋଷରୁ ମୁକ୍ତ କରିବା ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଉପାୟ ବି କରିପାରନ୍ତି। ତେବେ ଆସନ୍ତୁ ଜାଣିନେବା କୌଣସି ବି ଘରକୁ କିଣିବା ପୂର୍ବରୁ ଆମକୁ କଣ ମହତ୍ତ୍ୱପୂର୍ଣ୍ଣ କଥା ଧ୍ୟାନରେ ରଖିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ କିମ୍ବା ଐଶ୍ଵଣ୍ୟ କୋଣରେ ରଖିବା ଉଚିତ ନୁହେଁ। ମୁଖ୍ୟ ଦ୍ୱାର ପୂର୍ବ କିମ୍ବା ଉତ୍ତର ଦିଗକୁ ହେବା ଉଚିତ।

ଘର କିଣିବା ପୂର୍ବରୁ ଏହା ଜାଣିବା ଉଚିତ ଯେ ସେହି ଘରେ କାହାର ହତ୍ୟା ତ ହୋଇନଥିବା ଦରକାର। ଏମିତି ଘର ଅଶୁଭ ହୋଇଥାଏ

ନୂତନ ଘର ନେବା ପୂର୍ବରୁ ଜାଣିବା ଉଚିତ ଯେ ସେହି ଘରେ ରହିଥିବା କୌଣସି ଲୋକର ମୃତ୍ୟୁ ଦୁର୍ଘଟଣାରେ ହୋଇନଥିବ। ଏମିତି ଘରେ ରହିବା କଷ୍ଟକାରକ ହୋଇପାରେ।

କୌଣସି ଘର କିଣିବା ପୂର୍ବରୁ ଏହା ସୂଚନା ନିଅନ୍ତୁ କି ସେହି ଘର କିମ୍ବା ସମ୍ପତ୍ତି କୌଣସି ବି ବିଧବା ସ୍ତ୍ରୀ ପାଖରୁ ଛଡେଇ ଅଣା ହୋଇନଥିବ କିମ୍ବା ତାକୁ ଧୋକା ଦେଇ ତା ପାଖରୁ ଆଣି ନଥିବେ। ଏମିତି ଘରେ ରହିବା ଦୁଃଖ ଦାୟକ ହୋଇଥାଏ।

ଆମକୁ ସର୍ବଦା ଏମିତି ଘର କିଣିବା ଉଚିତ ନୁହେଁ ଯେଉଁଠି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବ।

ଯେଉଁ ଘରର ସ୍ତ୍ରୀଙ୍କୁ ଶାରୀରିକ ଏବଂ ମାନସିକ ଅତ୍ୟାଚାର ହୋଇଥାଏ ତ ଏମିତି ଘରେ କେବେବି ରହିବାକୁ ଯିବା ଉଚିତ ନୁହେଁ। ଏମିତି ଘରେ କେବେବି ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ଆଉ ସର୍ବଦା ସେହି ଘରେ ଦାରିଦ୍ର୍ୟତା ବାସ କରିଥାଏ।

କେବେବି ଏମିତି ଘର କିଣିବା ଉଚିତ ନୁହେଁ ଯେଉଁ ଘରେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥିବ କିମ୍ବା ଆତ୍ମହତ୍ୟା କରିଥିବ। ଏମିତି ଘର ନକରାତ୍ମକ ଉର୍ଜାରେ ଭରି ରହିଥାଏ। ଏମିତି ଘରେ ରହୁଥିବା ଲୋକ କେବେବି ଉନ୍ନତି କରିପାରନ୍ତି ନାହିଁ।

ଘର କିଣିବା ସମୟରେ ଜାଣିବା ଉଚିତ ଯେ ସେହି ଘରେ ରହୁଥିବା ବ୍ୟକ୍ତିଙ୍କର ସନ୍ତାନ ଅଛି କି ନାହିଁ। ସନ୍ତାନ ହୀନ ବ୍ୟକ୍ତିଙ୍କ ଘର କେବେବି ରହିବା ଉଚିତ ନୁହେଁ। ଏମିତି ଘରେ ରହିଲେ ପିଲାଙ୍କ ବିକାଶ ହୋଇନଥାଏ।

ଆସନ୍ତୁ ଜାଣିବା ଘରର ଆଖପାଖରେ କଣ ରହିବା ଉଚିତ ଆଉ କଣ ରହିବା ଉଚିତ ନୁହେଁ।

ଶାସ୍ତ୍ର ଅନୁସାରେ ଘର ସାମ୍ନାରେ ସ୍ମଶାନ ହେବା ଉଚିତ ନୁହେଁ କିମ୍ବା ଦୁଆର କିମ୍ବା ଝରକାରୁ ସ୍ମଶାନ ଦେଖାଯିବା ଉଚିତ ନୁହେଁ। ଏମିତି ସ୍ଥାନରେ ଘର ରହିଲେ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସର୍ବଦା ଖରାପ ରହିଥାଏ।

ଘରେ ଆଖପାଖରେ ଅପରିଷ୍କାର ଜିନିଷ କିମ୍ବା ବଡ଼ ଖାଲ କେବେବି ରହିବା ଉଚିତ ନୁହେଁ। ଏହା ଅଶୁଭ ବାତାବରଣ ସୃଷ୍ଟି କରିଥାଏ। ଏମିତି ଘରର ସଦସ୍ୟ କେବେବି ଉନ୍ନତି କରିପାରନ୍ତି ନାହିଁ।

ଘରର ଉପରେ ଅସ୍ତ ଗଛର ଛାୟା କେବେବି ପଡିବା ଉଚିତ ନୁହେଁ। ଏହା ଦ୍ବାରା ଘରର ବାତାବରଣ ନକରାତ୍ମକ ହୋଇଥାଏ। ଏହାକୁ ଛାୟାଭେଦ ବି କୁହାଯାଏ।

କେବେବି ଏମିତି ଘର କିଣିବା ଉଚିତ ନୁହେଁ ଯେଉଁ ଘରର ସାମ୍ନାରେ କୌଣସି ହସ୍ପିଟାଲ ରହିଥିବ। ଯେଉଁଠି ମୃତ ବ୍ୟକ୍ତିଙ୍କ ବାରମ୍ବାର ଦର୍ଶନ ହେଉଥିବ। ଏମିତି ସ୍ଥାନରେ କେବେବି ଘର କିଣିବା ଉଚିତ ନୁହେଁ।

ଘରର ଆଖପାଖରେ ବିଦ୍ୟାଳୟ ହସ୍ପିଟାଲ ମନ୍ଦିର ଅବଶ୍ୟ ରହିବା ଉଚିତ କିନ୍ତୁ ଘରର ପାଖରେ କୌଣସି ବଡ଼ ଡ୍ରେନ କିମ୍ବା ନଦୀ ରହିବା ଉଚିତ ନୁହେଁ।

ଯଦି ଘରର ସାମ୍ନାରେ କୌଣସି ଶୁଖିଲା ବୃକ୍ଷ ଥିବ କିମ୍ବା ଘରେ ଥିବା ଗଛ ଲତା ଶୁଖିବାକୁ ଥିବ ତ ଏମିତି ଘରେ ବି ରହିବା ଉଚିତ ନୁହେଁ

ଯେଉଁ ଘରେ ବାରମ୍ବାର ପଶୁପକ୍ଷୀ ମାନଙ୍କର ମୃତ୍ୟୁ ହେଉଥିବ କିମ୍ବା ଯେଉଁ ଘରେ କୁଆ ନିଜର ବାସ ଜମେଇ ଥାନ୍ତି ଏମିତି ଘର ବି କିଣିବା ଅନୁଚିତ ମାନାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *