Excuse Me Odisha

ଯାହା କହିବୁ ସତ କହିବୁ

ଘରର ଧନ ଭଣ୍ଡାରରେ ଯଦି ଅର୍ଥ ରହୁନାହିଁ, ତାହେଲେ ଏହି ଗଛର ପତ୍ର ରଖନ୍ତୁ, ଦେଖିବେ କିଛିଦିନ ମଧ୍ୟରେ ପାଇବେ ସୁଫଳ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ଅଶ୍ୱତ୍ଥ ଗଛକୁ ସାକ୍ଷାତ ଭଗବାନଙ୍କ ସ୍ତବ ଦିଆଯାଇଛି।ଏହାଛଡା ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭାଗବତ ଗୀତାରେ କହିଛନ୍ତି ଯେ , ” ମୁଁ ଅଶ୍ୱତ୍ଥ ଗଛରେ ବିରାଜମାନ କରିଛି”।ଆପଣ ପାରସ ଅଶ୍ୱତ୍ଥ ଗଛ ବିଷୟରେ ହୁଏତ ଜାଣି ନଥବେ। ଆସନ୍ତୁ ଆଜି ଆମେ ଆପଣ ମାନଙ୍କୁ ପାରସ ଅଶ୍ୱତ୍ଥ ଗଛ ବିଷୟରେ କହିବାକୁ ଯାଉଛୁ। ଏହି ଗଛର ପତ୍ର ଆପଣ ନିଜ ଧନଭଣ୍ଡାର ଘରେ ରଖିଲେ, ଆପଣଙ୍କ ଧନଭଣ୍ଡାର ଘର ପୂରଣ ହୋଇ ଯାଇଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ରରେ କିଛି ଏଭଳି ବସ୍ତୁ ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି, ଯାହା ଲୋକ ମାନଙ୍କ ପାଇଁ ବହୁତ ଉପକାରୀ ଓ ଲାଭଦାୟକ ଅଟେ।ଏହି ବସ୍ତୁ ଗୁଡ଼ିକୁ ପାଖରେ ରଖିବା ବା ଧାରଣ କରିବା ଦ୍ଵାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ। ଏଥିମଧ୍ୟରୁ ପାରସ ଅଶ୍ୱତ୍ଥ ଗଛ ଅନ୍ୟତମ। ଏହି ଗଛକୁ ଘରର ଅଗଣାରେ ଲଗାଇବା ଦ୍ଵାରା ପରିବାରରେ କେବେବି ଅଭାବ ଅନଟନ ଦେଖା ଦିଏ ନାହିଁ।ଏହି ଗଛକୁ ଆୟୁର୍ବେଦ ରୂପରେ ବ୍ୟବହାର କଲେ ମଧ୍ୟ ଅନେକ ଉପକାର ମିଳିଥାଏ।

ଆପଣଙ୍କୁ କହି ରଖୁଛୁ କି ଏହି ପାରସ ଅଶ୍ୱତ୍ଥ ଗଛକୁ ବ୍ୟବହାର କରି ନିଶା ଭଳି ଗମ୍ଭୀର ଅଭ୍ୟାସ ମଧ୍ୟ ଦୂର ହୋଇଯିବ। ଏହି ଗଛ ସାଧାରଣତଃ ଜଙ୍ଗଲରେ ଦେଖିବାକୁ ମିଳିଥାଏ। ଏହି ଗଛର ପତ୍ର ଅଶ୍ୱତ୍ଥ ଗଛ ଭଳି ହୋଇଥାଏ ଏବଂ ଏଥିରେ ଭେଣ୍ଡି ଗଛର ଫୁଲ ଭଳି ଫୁଲ ଫୁଟିଥାଏ। ଏହି ଗଛର ବ୍ୟବହାର ଦ୍ଵାରା ଧନ ସମ୍ପଦ, ଐଶ୍ୱର୍ଯ୍ୟ ଆଦି ପ୍ରାପ୍ତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଏବଂ ଆୟୁର୍ବେଦରେ ଏହି ପାରସ ଅଶ୍ୱତ୍ଥ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଗଛ ଯେଉଁ ସ୍ଥାନରେ ରହିଥାଏ,ତାର ଆଖପାଖ ଅଞ୍ଚଳକୁ ମହକିତ କରି ଦେଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଗଛକୁ ‘ ଗୁରୁଙ୍କ ଗଛ ‘ ବୋଲି କୁହାଯାଇଛି। ଯେଉଁ ଲୋକଙ୍କର କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ରହିଛନ୍ତି, ସେମାନଙ୍କୁ ଘରର ବଗିଚାରେ ନିଶ୍ଚିତ ଭାବରେ ଏହି ପାରସ ଅଶ୍ୱତ୍ଥ ଗଛକୁ ରୋପଣ କରିବା ଉଚିତ।

କହିବାକୁ ଗଲେ ଏହି ଗଛକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି। ଯଦି କୌଣସି ବ୍ୟକ୍ତି ଧବବାନ ହେବାକୁ ଚାହୁଁଛନ୍ତି ତାହେଲେ ପାରସ ଅଶ୍ୱତ୍ଥ ଗଛକୁ ନିଶ୍ଚିତ ଭାବରେ ପୂଜାର୍ଜନା କଲେ, ନିଶ୍ଚିତ ସୁଫଳ ପାଇବେ। ଯଦି ଆପଣ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତାହେଲେ ପାରସ ଅଶ୍ୱତ୍ଥ ଗଛର ୧୦୮ଟି ପତ୍ରକୁ ନଦୀଜଳରେ ଭସାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ଅଭାବ ଦୂର ହୋଇଯିବ ଏବଂ ଧନସଂପତ୍ତି ବୃଦ୍ଧି ହେବ।

ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ବାରମ୍ବାର ରୋଗରେ ପୀଡିତ ହେଉଛନ୍ତି, ତାହେଲେ ପାରସ ଅଶ୍ୱତ୍ଥ ଗଛର ୨୧ଟି ପତ୍ର ଆଣନ୍ତୁ। ତାପରେ ସେଥିରେ ‘ଓଁ ହଂ ହନୁମତୈ ନମଃ ‘ ମନ୍ତ୍ର ଲେଖି ଦିଅନ୍ତୁ ଓ ଏହାକୁ କୌଣସି ନଦୀରେ ଭସାଇ ଦିଅନ୍ତୁ।ଏଭଳି କରିବା ଦ୍ୱାରା ପୀଡ଼ିତ ଥିବା ବ୍ୟକ୍ତି ଉପରୁ ନକାରାତ୍ମକ ଶକ୍ତି ଦୂର ହୋଇଯାଏ ଏବଂ ସେ ଶାରୀରିକ ରୂପରେ ସୁସ୍ଥ ହେବାକୁ ଲାଗିବେ।ବିବାହ କରିବା ପାଇଁ ଯାଉଥିବା ଲୋକଙ୍କର ଯଦି ବିବାହରେ କୌଣସି ବାଧା ଉତ୍ପନ୍ନ ହୁଏ, ତାହେଲେ ସେମାନଙ୍କୁ ପାରସ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରିବା ଉଚିତ। ଏହାସହିତ ବୃହସ୍ପତି ମନ୍ତ୍ର ଜପ କରିବା ଉଚିତ। ଏଭଳି କରିବା ଦ୍ଵାରା ବିବାହରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *