Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବ ରାତ୍ରୀ ପୂର୍ବରୁ ଯଦି ଏମିତି ସ୍ୱପ୍ନ ଦେଖନ୍ତି ତା ହେଲେ ଏହାର ଅର୍ଥ କଣ ? ସ୍ୱପ୍ନରେ ଶିବଲିଙ୍ଗର ଦେଖିବାର…

ସେୟାର୍ କରନ୍ତୁ

ପ୍ରାଚୀନ ଧର୍ମ ଗ୍ରନ୍ଥରେ ସ୍ୱପ୍ନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ ଅଛି। ରାମାୟଣ ଗରୁଡ଼ ପୁରାଣ ଶିବ ପୁରାଣ ଭଳି ପ୍ରାଚୀନ ଗ୍ରନ୍ଥରେ ସ୍ୱପ୍ନ ଦ୍ୱାରା ମିଳୁଥିବା ସିଦ୍ଧିର ଅନେକ ପ୍ରମାଣ। ଶାସ୍ତ୍ର ଅନୁସାରେ ମନୁଷ୍ୟର ବାସ୍ତବିକ ଜୀବନରେ ଗମ୍ଭୀର ସମ୍ବଦ୍ଧ ଥାଏ। ଯାହାବି ଆମେ ସ୍ୱପ୍ନରେ ଦେଖିଥାଉ କିମ୍ବା ଅନୁଭବ କରିଥାଉ ତାହା ଆମ ଜୀବନର କୌଣସି ନାଁ କୌଣସି ପ୍ରକାରର ସମ୍ବଦ୍ଧ ଥାଏ। ଆଜି ଆମର ବିଜ୍ଞାନ ବି ସ୍ୱପ୍ନର ଏହି ରହସ୍ୟକୁ ବୁଝିବା ପାଇଁ ଚେଷ୍ଟା ବି କରୁଛି।

କଣ ଆପଣ ନିଜର ସ୍ୱପ୍ନରେ ସାକ୍ଷତ ଭଗବାନ ଶିବଙ୍କର ଦର୍ଶନ କରିଛନ୍ତି କିମ୍ବା ଭଗବାନଙ୍କ ସହିତ ଜଡ଼ିତ କୌଣସି ପବିତ୍ର ବସ୍ତୁକୁ ଆପଣ ସ୍ୱପ୍ନରେ ଦେଖନ୍ତି ତ ଶାସ୍ତ୍ରରେ ଏମିତି ସ୍ବପ୍ନକୁ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସଂକେତ ମାନାଯାଏ। ସ୍ୱପ୍ନ ଶାସ୍ତ୍ରରେ ଏହାକୁ ବି ମହତ୍ୱପୂର୍ଣ୍ଣ ମାନାଯାଇଛି ସ୍ୱପ୍ନ କେଉଁ ସ୍ଥିତିରେ ଦେଖୁଛନ୍ତି। ବିଶେଷ ତିଥିରେ ଦେଖାଯାଉଥିବା ସ୍ୱପ୍ନରେ ବିଶେଷ ମହତ୍ୱ ଥାଏ। ମହା ଶିବରାତ୍ରି ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଉତ୍ସବ ଅଟେ। ଏହିଦିନ ଭଗବାନ ଶିବଙ୍କ ପୂଜା ଆରୋଧନା କରାଯାଏ ଆଉ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଶିବମୟ ହୋଇଯାଏ।

ଯଦି ଆପଣ ସଚା ଭକ୍ତ ଅଟନ୍ତି ତ ଆପଣ ନିଶ୍ଚୟ ଏହି ଦିନର ପୁରା ଅପେକ୍ଷା କରି ବସିଥିବେ। ଶିବ ଭକ୍ତଙ୍କ ପାଇଁ ମହା ଶିବରାତ୍ରି ପର୍ବ ଠାରୁ ବଡ଼ କିଛି ନାହିଁ। ଯଦି ମହା ଶିବରାତ୍ରିର କିଛି ପୂର୍ବରୁ ସ୍ୱପ୍ନରେ ଏହି ଜିନିଷ ଦେଖାଦିଏ ତ ଆପଣ ବୁଝିନିଅନ୍ତୁ ଯେ ଭଗବାନ ଶିବ ଆପଣଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ଅଟନ୍ତି ଆଉ ସେ ଆପଣଙ୍କର ମନସ୍କାମନା ଅବଶ୍ୟ ହିଁ ପୁର୍ଣ୍ଣ କରିବେ।

କାରଣ ଭଗବାନ ଯେବେବି ନିଜ ଭୁକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ତ ସେ ସ୍ୱପ୍ନ ମାଧ୍ୟମରେ କୌଣସି ନାଁ କୌଣସି ସଂକେତ ସେ ଅବଶ୍ୟ ହିଁ ଦେଇଥାନ୍ତି। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ମହତ୍ୱପୂର୍ଣ୍ଣ ସଂକେତ ବିଷୟରେ ଜାଣିବା ଯାହା ଭଗବାନ ଶିବ ନିଜ ଭକ୍ତଙ୍କୁ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ମହା ଶିବରାତ୍ରି ପୂର୍ବରୁ କେଉଁ ସ୍ୱପ୍ନ ଦେଖିଲେ ଶୁଭ ହୋଇଥାଏ।

ସ୍ୱପ୍ନରେ ଶିବ ଲିଙ୍ଗ ଦେଖିବା। ସ୍ୱପ୍ନରେ ଶିବ ଲିଙ୍ଗ କିମ୍ବା ଶିବ ଲିଙ୍ଗରେ ଅଭିଷେକ କରିବା। ଶିବ ଲିଙ୍ଗକୁ ଭଗବାନ ଶିବଙ୍କ ସ୍ୱରୂପ ମାନାଯାଏ। ଯଦି ଆପଣଙ୍କୁ ସ୍ୱପ୍ନରେ ଶିବ ଲିଙ୍ଗ ଦେଖାଦିଏ କିମ୍ବା ଆପଣ ସ୍ୱପ୍ନରେ ଶିବ ଲିଙ୍ଗକୁ କ୍ଷୀରରେ ଅଭିଷେକ କରିବାର ନିଜକୁ ଦେଖନ୍ତି ତ ଏହାର ଅର୍ଥ ଏହା ଅଟେ ଆପଣଙ୍କ ଜୀବନରେ ଥିବା ସବୁ ପ୍ରକାରର ଅଶୁଭ ପରିସ୍ଥିତିର ନାଶ ହେବା। ଆଉ ନିଜ ଜୀବନରେ ସବୁ ପ୍ରକାରର ଅସୁବିଧା ସମାପ୍ତ ହେବ।

ସ୍ୱପ୍ନରେ ଶିବ ପାର୍ବତୀଙ୍କୁ ଦେଖିବା। ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ଶିବ ଏବଂ ମା ପାର୍ବତୀ ଏକା ସହିତ ବସିଥିବାର ଦେଖନ୍ତି ତ ଏହାକୁ ଶୁଭ ସଂକେତ ମାନାଯାଏ। ଏହାର ଅର୍ଥ ଏହା ଅଟେ କି ଯଦି ଆପଣ ଅବିବାହିତ ତେବେ ଆପଣଙ୍କର ଶୀଘ୍ର ବିବାହ ହେବାର ଯୋଗ ଅଛି। ଆଉ ଆପଣଙ୍କୁ ଭଲ ଜୀବନସାଥୀ ପ୍ରାପ୍ତ ହେବ। ଆପଣଙ୍କ ବିବାହରେ ଯାହାବି ବାଧା ଆସୁଛି ତ ତାହାବି ଶୀଘ୍ର ସମାପ୍ତ ହୋଇଯିବ। ଯଦି ଆପଣଙ୍କ ପରିବାରରେ ଦୁଃଖ କ୍ଳେଶ ଅଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଅଛି ତ ତାହାବି ଶୀଘ୍ର ଅନ୍ତ ହୋଇଯିବ।

ସ୍ୱପ୍ନରେ ଭଗବାନ ଶିବଙ୍କ ଡ଼ମ୍ବରୁ। ଯଦି ଆପଣ ସ୍ୱପ୍ନରେ ଭଗବାନ ଶିବଙ୍କ ଡ଼ମ୍ବରୁ ଦେଖନ୍ତି ତ ଏହାର ଅର୍ଥ ଏହା କି ଆପଣଙ୍କୁ ଜଲଦି ହିଁ କିଛି ଭଲ ଖବର ଶୁଣିବାକୁ ମିଳିବ। ଯେମିତି ଡ଼ମ୍ବରୁ ବାଜିଲେ ମନ ପ୍ରସନ୍ନ ହୋଇଥାଏ ତ ଠିକ ସେହିପରି ଆପଣଙ୍କ ଜୀବନ ପ୍ରସନ୍ନ ହେବାକୁ ଯିବ

ସ୍ୱପ୍ନରେ ଭଗବାନ ଶିବଙ୍କ ତାଣ୍ଡବ। ଯଦି ଆପଣ ସ୍ୱପ୍ନରେ ଭଗବାନ ଶିବଙ୍କୁ ତାଣ୍ଡବ କରୁଥିବାର ଦେଖନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର ସମସ୍ୟା ଶୀଘ୍ର ହିଁ ଦୂର ହୋଇଯିବ। ଯେବେ ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ତ ସେ ସେହି ସମୟରେ ତାଣ୍ଡବ କରିଥାନ୍ତି। ତ ଏହାର ଅର୍ଥ ଏହା ଅଟେ କି ଭଗବାନ ଶିବଙ୍କୁ ଆପଣଙ୍କ ସମସ୍ୟା ଜଣା ପଡିଯାଇଛି ଆଉ ଆପଣଙ୍କୁ ଭଗବାନ ଶିବ ପ୍ରେରିତ କରୁଛନ୍ତି କି ଆପଣଙ୍କ ଜୀବନରେ ସମସ୍ୟାର ଲଢ଼ିବା ପାଇଁ ଆପଣ ନିଜର ଭଲ ବ୍ୟବହାର କୌଶଳ ଏବଂ ଶକ୍ତିର ପ୍ରୟୋଗ କରନ୍ତୁ। ଆପଣ ନିଜର ଶତ୍ରୁଙ୍କୁ ଅବଶ୍ୟ ପରାଜିତ କରିପାରିବେ।

ଭଗବାନ ଶିବଙ୍କର ସାପ ଦେଖାଦେବା। ସ୍ୱପ୍ନରେ ଯଦି ଆପଣ ନାଗ ଦେବତାଙ୍କ ଦର୍ଶନ କରୁଛନ୍ତି ତ କିମ୍ବା ଭଗବାନ ଶିବଙ୍କ ଗଳାରେ ସାପ ରହିବାର ଦେଖନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କୁ ଜଲଦି ହିଁ ଧନର ଲାଭ ହେବାଜୁ ଯାଉଛି। କାରଣ ସାପକୁ ଧନ ସହିତ ଜଡିତ ଦେଖାଯାଏ। ଯଦି ଆପଣଙ୍କୁ ମହା ଶିବରାତ୍ରି ପୂର୍ବରୁ ଏମିତି ସ୍ୱପ୍ନ ଦେଖାଦିଏ ତ ଶୀଘ୍ର ଆପଣଙ୍କ ଜୀବନରେ ଧନର ଅନେକ ରାସ୍ତା ଖୋଲିଯିବ

ତ୍ରିଶୂଳ। ସ୍ୱପ୍ନରେ ତ୍ରିଶୂଳ ଦେଖାଯିବା। ସ୍ୱପ୍ନରେ ଭଗବାନ ଶିବଙ୍କ ତ୍ରିଶୂଳ ଦେଖାଯିବା ବହୁତ ଶୁଭ ସଂକେତ ମାନାଯାଏ। କାରଣ ଭଗବାନ ଶିବ ନିଜ ତ୍ରିଶୂଳରେ ହିଁ ଦୁଷ୍ଟଙ୍କ ବୋଧ କରୁଥିଲେ। ଏଥିପାଇଁ ସ୍ୱପ୍ନରେ ତ୍ରିଶୂଳ ଦେଖାଯିବା ଆପଣଙ୍କ ଜୀବନରେ ସମସ୍ୟାର ଅନ୍ତ ହେବାର ସଂକେତ ଦେଇଥାଏ। ଏହା ବି ସଂକେତ ଦେଇଥାଏ କି ଆପଣ ଖରାପ ଉପରେ ବି ବିଜୟ ପ୍ରାପ୍ତ କରିପାରିବେ।

ଚନ୍ଦ୍ର ଦେଖାଯିବା। ଭଗବାନ ଶିବ ନିଜ ମଥା ଉପରେ ଚନ୍ଦ୍ରଙ୍କୁ ଧାରଣ କରନ୍ତି। ଚନ୍ଦ୍ର ନିତାଙ୍କ ପ୍ରତୀକ ମାନାଯାଏ। ଯଦି ଆପଣ ନିଜ ସ୍ୱପ୍ନରେ ଭଗବାନ ଶିବଙ୍କ ଚାନ୍ଦ ଦେଖନ୍ତି ତ ଆପଣ କୌଣସି ସମସ୍ୟାରେ ସଫଳତା ପାଇବେ। ଆଉ ଶିକ୍ଷା ସହିତ ଜଡ଼ିତ ସବୁ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯିବ।

ସ୍ୱପ୍ନରେ ଭଗବାନ ଶିବଙ୍କ ତୃତୀୟ ନୟନ ଦେଖାଯିବା ଏହା ଶୁଭ ଏବଂ ଭଲ ସଂକେତ ଅଟେ। ଭଗବାନ ଶିବ ନିଜର ତୃତୀୟ ଆଖି ସେତେବେଳେ ଖୋଲିଥାନ୍ତି ଯେବେ ସେ ସମସ୍ତ ସୃଷ୍ଟିର ବିନାଶ କରି ନୂତନ ଶକ୍ତିର ନିର୍ମାଣ କରିଥାନ୍ତି। ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ କୌଣସି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଆଉ ଆପଣଙ୍କ ଖରାପ ସ୍ୱପ୍ନ ଶେଷ ହୋଇ ନୂଆ ସମୟର ଆରମ୍ଭ ହେବାକୁ ଯାଉଛି

ସ୍ୱପ୍ନରେ ଭଗବାନ ଶିବଙ୍କ ମନ୍ଦିର ଦେଖାଯିବା। ଯଦି ଆପଣଙ୍କ ସ୍ୱପ୍ନରେ ଭଗବାନ ଶିବଙ୍କ ମନ୍ଦିର ଦେଖାଦିଏ ତ ଆପଣଙ୍କର ଯାହା ବି ସ୍ୱାସ୍ଥ୍ୟ ସମ୍ଵଦ୍ଧିତ ସମସ୍ୟା ଅଛି ତାହାର ଶୀଘ୍ର ହିଁ ଅନ୍ତ ହେବାକୁ ଯାଉଛି। ଆପଣ ଯେଉଁ ରୋଗରେ ଅନେକ ଦିନରୁ ପୀଡିତ ଥିବେ ସେହି ରୋଗରୁ ମୁକ୍ତି ପାଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *