Excuse Me Odisha

ଯାହା କହିବୁ ସତ କହିବୁ

ଶନିବାର ଦିନ ଓସ୍ତ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଟି ଜିନିଷ,ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି। ରାତାରାତି ବଦଳିଯିବ ଭାଗ୍ୟ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶନିବାର ଦିନ ଅସ୍ତ ଗଛରେ ଅର୍ପଣ କରିଦିଅନ୍ତୁ ଏହି ୧ ଟି ଜିନିଷ ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି। ରାତାରାତି ବଦଳିଯିବ ଭାଗ୍ୟ।

ବନ୍ଧୁଗଣ ଶନିଦେବ ନ୍ୟାୟର ଦେବତା ଅଟନ୍ତି। ତାଙ୍କ କ୍ରୋଧରୁ ବଞ୍ଚିବାକୁ ସମସ୍ତେ ଚାହାଁନ୍ତି। ଯଦି ଭଗବାନ ଶନିଦେବ କ୍ରୋଧିତ ହୋଇଯାନ୍ତି କିମ୍ବା କୌଣସି ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢ଼େସାତି ଚାଲେ ତ ଜୀବନରେ ସମସ୍ୟା ବଢିଯାଏ। ଚାକିରୀ ବ୍ୟବସାୟ ସହିତ ଜଡ଼ିତ ସମସ୍ୟା ତ ଆସିଥାଏ ତା ସହିତ ଏହି ଦିନ ଯଦି ଆମେ ଶନିଦେବଙ୍କ ବିଶେଷ ପୂଜା ଆରୋଧନା କରନ୍ତି ତ କିଛି ଖାସ ଉପାୟ କରନ୍ତି ତ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଆଉ ପୁରା ବର୍ଷ ଯେଉଁ ନେଗେଟିଭ ପ୍ରଭାବ ଅଛି ତାହା ଠାରୁ ମୁକ୍ତି ମିଳିଥାଏ। ଧନର ଆଗମନ ହୋଇଥାଏ। ଚାକିରୀ ବ୍ୟବସାୟରେ ସଫଳତା ମିଳିଥାଏ।

ଯଦି ଆପଣଙ୍କ ଜୀବନରେ ସମସ୍ୟା ଅଧିକ ଅଛି। ଆପଣ ଚାରି ଦିଗରୁ ବର୍ବାଦ ହୋଇଯାଉଛନ୍ତି। ତ ଏମିତିରେ ଆପଣ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ। କୌଣସି ବି ଶନିବାର ଦିନ କରିପାରିବେ।

ଶନିଦେବଙ୍କ ସହିତ ଜଡ଼ିତ ଜିନିଷର ଦାନ କରିବା ଉଚିତ ଯେମିତିକି କଳା ଡାଲି ତେଲ ତିଳ ଲୁହା କଳା କପଡା ଏହିସବୁ ଦାନ କଲେ ଆପଣଙ୍କର ଉନ୍ନତିରେ ଯେଉଁ ବାଧା ଆସୁଥିବ ତାହା ସମାପ୍ତ ହୋଇଯିବ। ଆଉ ଯଦି ଭଗବାନ ଶିବଙ୍କର ପୂଜା ଯଦି ଶନିବାର ଦିନ କରନ୍ତି ଭଗବାନ ଶିବ ଲିଙ୍ଗରେ ଯଦି ଗୋଟେ ଘଟି ଜଳ ଅର୍ପଣ କରନ୍ତି ତ ଏହା ଦ୍ବାରା ବି ଶନିଦେବ ଶାନ୍ତ ରହିଥାନ୍ତି କାହିଁକିନା ସେ ତାଙ୍କର ଆରୋଧ୍ୟ

ସନ୍ଧ୍ୟା ସମୟରେ ଖାସ କରି ଅସ୍ତ ଗଛ ମୂଳରେ ଦୀପ ଜଳାଯାଏ। କିନ୍ତୁ ଏହି କଥାର ଧ୍ୟାନ ରଖିବେ ଯେ ଅସ୍ତ ଗଛ ମୂଳରେ ଦୀପ ଜାଳିବା ପରେ ଭଗବାନ ହନୁମାନଙ୍କ ସାମ୍ନାରେ ବି ଆସି ଦୀପ ଜାଳିବେ। ତେବେ ଯାଇ ପୁଣ୍ୟ ଫଳ ମିଳିବ।

ପୁରାଣ ଅନୁସାରେ ଅସ୍ତ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ। ଏଥିପାଇଁ ଧାର୍ମିକ ଅନୁସାରେ ଏହି ଗଛକୁ ଧାର୍ମିକ ଗଛ କୁହାଯାଏ। ଯଦି ଏହି ଗଛକୁ ବିଧିବିଧାନର ସହିତ ପୂଜା କରାଯାଏ ତ ଜୀବନରେ ବହୁତ ଖୁସି ଆସିଥାଏ। ଗ୍ରହଙ୍କ ପୀଡ଼ାରୁ ମୁକ୍ତି ମିଳିଥାଏ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଏହି ଗଛରେ ଶନିବାର ଅମାବାସ୍ୟା ଏବଂ ଏକାଦଶୀ ତିଥି ଦିନ ନିବାସ କରିଥାନ୍ତି।

ଚେରରେ ଭଗବାନ ବିଷ୍ଣୁ ଡାଳରେ କେଶବ ଏବଂ ଶାଖାରେ ନାରାୟଣ ପତ୍ରରେ ଭଗବାନ ହରି ଆଉ ଫଳରେ ସବୁ ଦେବତାଙ୍କ ବାସ ହୋଇଥାଏ। ଏହି ଗଛ ମନସ୍କାମନା ପୂରଣ କରିଥାଏ। ଯେଉଁ ମନୁଷ୍ୟ ହଜାର ପାପ କରିବା ପରେ ଏହି ଗଛର ଆଶ୍ରୟ ନେଇଥାଏ ତ ତାର ପାପ ନାଶ ହୋଇଥାଏ। ଯେଉଁ ମନୁଷ୍ୟ ଏହି ଗଛରେ ପାଣି ଦେଇଥାଏ ସେ ସବୁ ପାପରୁ ମୁକ୍ତି ପାଇଥାଏ। ଏହି ଗଛରେ ପିତୃପୁରୁଷଙ୍କର ବି ବାସ ହୋଇଥାଏ ସବୁ ତୀର୍ଥର ବି ବାସ ହୋଇଥାଏ।

ଯଦି ଶନିଙ୍କ ସାଢ଼େସାତି ସମସ୍ୟା କରୁଛି କିମ୍ବା ତାଙ୍କର କୁପ୍ରଭାବରୁ ବଞ୍ଚିବା ପାଇଁ ସବୁ ଶନିବାର ଦିନ ଅସ୍ତ ଗଛରେ ପାଣି ଦେଇ ୭ ଥର ପରିକ୍ରମା କରିବା ଉଚିତ। ଆଉ ସନ୍ଧ୍ୟା ସମୟରେ ଏହି ଗଛ ତଳେ ଦୀପ ଜଳାଇବା ଉଚିତ। ଏହି ଗଛକୁ ସର୍ବଦା ପୂଜା କଲେ ସମସ୍ୟା ଦୂର ହୋଇଥାଏ ସନ୍ତାନ ପ୍ରାପ୍ତ ବି ହୋଇଥାଏ। ଆଉ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଅସ୍ତ ଗଛକୁ ପୂଜା କରିବା ସମୟରେ ଜଳ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଯଦି ପାରିବେ ସେଥିରେ ଅଳ୍ପ କଳା ତିଳ ବି ପକେଇ ପାରିବେ। ଏହାପରେ ୭ ଥର ପରିକ୍ରମା କରି ସୁର୍ଯ୍ୟ ଶଙ୍କର ଅସ୍ତ ଏହି ୩ ଜଣଙ୍କୁ ପୂଜା କରନ୍ତୁ। ଅର୍ପଣ କରିଥିବା ଜଳକୁ ଅଳ୍ପ ଆଖିରେ ଲଗାନ୍ତୁ ଆଉ ୪ ଥର ଉଚାରଣ କରି କୁହନ୍ତୁ ପିତୃଦେବାୟ ନମଃ। ରାହୁ କେତୁ ଶନିଦେବ ପିତୃଦୋଷ ସବୁ ସମାପ୍ତ ହୋଇଯିବ।

ଆଉ ଏହି ଗଛର ପତ୍ରରେ ଭଲ କାମରେ ଶୁଭ କାମରେ ଘରେ ମୁଖ୍ୟ ଦ୍ୱାର ଉପରେ ଚିତ୍ର ଅଙ୍କା ଯାଏ। ଏହି ଗଛ ଉପରେ ଦୈତଙ୍କ ବାସ ହୋଇଥାଏ। ଏଥିପାଇଁ କୁହାଯାଏ ଦୀପ ଶୀଘ୍ର ଜଳେଇବେ ଅନ୍ଧାର ହେବା ପରେ ଅସ୍ତ ଗଛ ମୂଳରେ ଦୀପ ଜାଳିବା ଉଚିତ ନୁହେଁ। ସୂର୍ଯ୍ୟ ଉଦୟ ପରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏଥିପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ଗଛକୁ ଭୁଲରେ ବି ପୂଜା କରନ୍ତୁ ନାହିଁ। ନଚେତ ପରିଣାମ ବହୁତ ଭୟଙ୍କର ହୋଇପାରେ।

ଅସ୍ତ ଗଛକୁ କେବେବି କାଟିବା ଉଚିତ ନୁହେଁ କି ନଷ୍ଟ କରିବା ଉଚିତ ନୁହେଁ। ଏହା ବ୍ରହ୍ମ ହତ୍ୟା ସହିତ ସମାନ ହୋଇଥାଏ। ଆଉ ରାତି ସମୟରେ ଏହି ଗଛ ମୂଳରେ ଶୋଇବା ଉଚିତ ନୁହେଁ ଏହାକୁ ଅଶୁଭ ମାନାଯାଏ କିନ୍ତୁ ଯଦି ଦିନ ସମୟରେ ରହୁଛନ୍ତି ତ ଭଲ କଥା।

ଏହି ଗଛର ସିଧା ସମ୍ବଦ୍ଧ ବୃହସ୍ପତିଙ୍କ ସହିତ। ଆୟ ବୃହସ୍ପତିଙ୍କୁ ସବୁ ଗ୍ରହଙ୍କ ଠାରୁ ସବୁଠାରୁ ଅଧିକ ଲାଭ ଦେବା ଗ୍ରହ ମାନାଯାଏ ଏବଂ ବୃହସ୍ପତି ଯେବେବି କୌଣସି କୁଣ୍ଡଳୀରେ ପ୍ରବେଶ କରିଥାଏ ତ ବ୍ୟକ୍ତିଙ୍କ ଜୀବନରେ ଯେଉଁ ସମସ୍ୟା ଅଛି ତ ତାହା ସବୁ ନଷ୍ଟ ହୋଇଯାଇଥାଏ। ଏମିତି ମାନ୍ୟତା ଅଛି ଏହି ଗଛ ମୂଳରେ ଜଳ ଅର୍ପଣ କଲେ କମଜୋର ବୃହସ୍ପତି ମଜବୁତ ହୋଇଥାଏ।

ଶନିବାର ଦିନ ନବ ଗ୍ରହଙ୍କ ପରିବାରର ନ୍ୟାୟର ଦେବତା ମାନାଯାଉଥିବା ଶନିଦେବଙ୍କୁ ସମର୍ପିତ ଅଟେ। ଆଉ ଏହି ଗଛରେ ଶନିଦେବଙ୍କୁ ସମର୍ପିତ ଅଟେ। ଆଉ ଏହି ଗଛରେ ଶନିଦେବଙ୍କ ବାସ ହୋଇଥାଏ। ଆଉ ଶନିବାର ଦିନ ଯେଉଁ ମନୁଷ୍ୟ ଅସ୍ତ ଗଛକୁ ସ୍ପର୍ଶ କରିଥାଏ ତ ଶନିଦେବଙ୍କ ଦ୍ଵାରା ତାଙ୍କୁ କୌଣସି ପୀଡା ହୋଇନଥାଏ। ଶନିବାର ଦିନ ସକାଳୁ ସକାଳୁ ଉଠି ସ୍ନାନ ସାରି ଅସ୍ତ ଗଛକୁ ସ୍ପର୍ଶ କରି ତାଙ୍କୁ ପ୍ରଣାମ କରିବ ତାଙ୍କୁ ସବୁ ଗ୍ରହଙ୍କ ପୀଡ଼ାରୁ ମୁକ୍ତି ମିଳିବ।

ଆଉ ଭଗବାନ ହନୁମାନଙ୍କୁ ୧୧ ଟି ଅସ୍ତ ଗଛର ପତ୍ରକୁ ସଫା କରି ନେଇ ସବୁ ପତ୍ରରେ ସିନ୍ଦୁର ଏବଂ ଘିଅ ମିଶାଇ ଦ୍ୱାରା ରାମ ଲେଖନ୍ତୁ। ଆଉ ଏହାପରେ ଏହି ପତ୍ରକୁ ମାଳା ବନେଇ ଭଗବାନ ହନୁମାନଙ୍କୁ ପିନ୍ଧେଇ ଦିଅନ୍ତୁ। ତ ଜୀବନରେ ବହୁତ କଷ୍ଟ ସମାପ୍ତ ହୋଇଥାଏ। ତ ଶନିବାର ଦିନ ଅସ୍ତ ଗଛକୁ ଦୁଇଟି ହାତରେ ସ୍ପର୍ଶ କରି ଓଁ ନମଃ ଶିବାୟର ୧୦୮ ଥର ଜପ କରିଲେ ଦୁଃଖ କଷ୍ଟ ଗ୍ରହ ଦୋଷର ପ୍ରଭାବ ବି ଶାନ୍ତ ହୋଇଥାଏ ଆଉ ଏହି ଗଛକୁ ପୂଜା କରିବା ଦ୍ୱାରା ଭଗବାନ ଶିବବି ପ୍ରସନ୍ନ ହୋଇଥାନ୍ତି।

ଶନିଦେବ ଭଗବାନ ଶିବଙ୍କୁ ନିଜର ଗୁରୁ ମାନନ୍ତି। ଆଉ ଭଗବାନ ଶିବଙ୍କୁ ପ୍ରସନ୍ନ କଲେ ଶନିଦେବ ବି ଆପଣଙ୍କୁ କଷ୍ଟ ଦେବେ ନାହିଁ। ତ ପ୍ରତ୍ୟକ ଶନିବାର ଦିନ ସନ୍ଧ୍ୟାରେ ଆପଣ ଛୋଟ ଉପାୟ କରନ୍ତୁ। ସ୍ୱଚ୍ଛ ବସ୍ତ୍ର ପରିଧାନ କରି ସୂର୍ଯ୍ୟସ୍ତ ହେବା ପୂର୍ବରୁ ଅର୍ଥାତ ସନ୍ଧ୍ୟା ସମୟରେ ଅନ୍ଧାର ହେବା ପୂର୍ବରୁ ଆପଣ ଅସ୍ତ ଗଛ ମୂଳକୁ ଜଳ ନେଇ ଯାଆନ୍ତୁ ଏବଂ ତାଙ୍କୁ ଅର୍ପଣ କରନ୍ତୁ। ଆଉ ସୋରିଷ ତେଲର ଦୀପ ଜଳାନ୍ତୁ ଏମିତି କରିଲେ ଶନିଙ୍କ ଦୋଷାରୁ ମୁକ୍ତି ମିଳିଥାଏ। କଷ୍ଟରୁ ମୁକ୍ତି ମିଳିଥାଏ। ଅସ୍ତ ଗଛର ପୂଜା କରିବା ସହିତ ହନୁମାନ ଚାଳିସା ବି ପାଠ କରିବା ଉଚିତ। ଆଉ ୫ ଥର ପରିକ୍ରମା କରନ୍ତୁ।

ଶନିବାର ଦିନ ଯଦି ଆପଣ ଅସ୍ତ ଗଛରେ ଗୋଟେ ଘଟିରେ କ୍ଷୀରରେ ଗୁଡ଼ ପାଣି ନେଇ କଳା ତିଳ ପକେଇ ଅର୍ପଣ କରନ୍ତୁ ଆଉ ପାର୍ଥନା କରନ୍ତୁ ହେ ପ୍ରଭୁ ମୋର ଜୀବନରେ ଯେଉଁ ସମସ୍ୟା ଅଛି ତାହା ସବୁ ଆପଣ କୃପା କରି ଶେଷ କରିଦିଅନ୍ତୁ। ଆଉ ନିଜର ମନର କଥା କହି ଅସ୍ତ ଗଛକୁ ସ୍ପର୍ଶ କରି ୫ ଥର ପରିକ୍ରମା କରିନିଅନ୍ତୁ।

ଶନିବାର ଦିନ ଅସ୍ତ ଗଛ ପାଖକୁ ଅଳ୍ପ ହଳଦୀ ନେଇ ଯାଆନ୍ତୁ। ଆଉ ଏହି ହଳଦୀ ଗୁଣ୍ଡରେ ଅସ୍ତ ଗଛ ମୂଳରେ ନିଜର ମନ କଥା ଲେଖନ୍ତୁ ଆଉ ତାର ତଳେ କୌଣସି ମନ୍ତ୍ର ଲେଖିବେ ଯେମିତିକି ଓଁ ନମଃ ଭଗବତେ ବାସୁଦେବାୟ ନମଃ । ଏହାପରେ ନିଜର ମନ କଥା କହି ପ୍ରଣାମ କରି ଆସନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *