Excuse Me Odisha

ଯାହା କହିବୁ ସତ କହିବୁ

ଚାକିରି ଏବଂ ବ୍ୟାପାରରେ ସଫଳତା ମିଳିବାର ସଂକେତ ଦେଇଥାଏ ଏଭଳି ସ୍ୱପ୍ନ । ଜାଣନ୍ତୁ ସ୍ଵପ୍ନରେ ପାଣି ଦେଖିବାର ଅର୍ଥ କଣ ?

ସେୟାର୍ କରନ୍ତୁ

ମଣିଷ ଶୋଇବା ଅବସ୍ଥାରେ ଅନେକ ସ୍ବପ୍ନ ଦେଖିଥାଏ। କିଛି ସ୍ବପ୍ନ ମନେ ରହି ନଥାଏ, ତ ଆଉକିଛି ସ୍ବପ୍ନ ମନେ ରହି ଯାଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ କିଛି ସ୍ବପ୍ନ ଶୁଭ ଫଳ ପ୍ରଦାନ କରିଥାଏ, ତ ଆଉକିଛି ସ୍ବପ୍ନ ଅଶୁଭ ସଂକେତ ଦେଇଥାଏ। ସ୍ଵପ୍ନରେ ପାଣି ଦେଖିବା ଏକ ଶୁଭ ସଙ୍କେତ ଅଟେ।

– ମନସ୍କାମନା ହୋଇଥାଏ ପୂରଣ।

– ମିଳିଥାଏ ଧନଲାଭର ସଂକେତ।

– ଚାକିରି ଓ ବ୍ୟାପାରରେ ସଫଳତା ହାସଲ କରିବାର ସଂକେତ ମିଳିଥାଏ।

ମଣିଷ ଶୋଇବା ଅବସ୍ଥାରେ ଅନେକ ସ୍ବପ୍ନ ଦେଖିଥାଏ। କିଛି ସ୍ବପ୍ନ ମନେ ରହି ନଥାଏ, ତ ଆଉକିଛି ସ୍ବପ୍ନ ମନେ ରହି ଯାଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ କିଛି ସ୍ବପ୍ନ ଶୁଭ ଫଳ ପ୍ରଦାନ କରିଥାଏ, ତ ଆଉକିଛି ସ୍ବପ୍ନ ଅଶୁଭ ସଂକେତ ଦେଇଥାଏ। ସ୍ଵପ୍ନରେ ପାଣି ଦେଖିବା ଏକ ଶୁଭ ସଙ୍କେତ ଅଟେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସ୍ଵପ୍ନରେ ବର୍ଷା ହେବାର ଦେଖିବା :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ବର୍ଷା ହେବାର ଦେଖିବା ଶୁଭ ଅଟେ। ଏହି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କୁ କ୍ୟାରିୟରରେ ନିଶ୍ଚିତ ଭାବରେ ସଫଳତା ମିଳିବ।ଏହାସହିତ ଆପଣଙ୍କ ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହେବାର ସଂକେତ ଦେଇଥାଏ।

ସ୍ଵପ୍ନରେ ନଦୀ ଦେଖିବା:-

ଯଦି ଆପଣ ନିଜ ସ୍ୱାଇନରେ କୌଣସି ନଦୀକୁ ଦେଖୁଛନ୍ତି ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କ ଭବିଷ୍ୟତ ଉଜ୍ବଳ ହେବାକୁ ଯାଉଛି।ଏହାସହିତ ଯଦି ଆପଣ ସ୍ଵପ୍ନରେ ନଦୀରେ ଭାସୁ ଥିବା ଦେଖିବେ, ତାହେଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବାର ସଂକେତ ଦେଉଛି।

ସ୍ଵପ୍ନରେ ବନ୍ୟା ଜଳ ଦେଖିବା :-

ସ୍ଵପ୍ନରେ ବନ୍ୟା ଜଳ ଦେଖିବା ଶୁଭ ସଂକେତ ମାନା ଯାଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ଏଭଳି ସ୍ବପ୍ନ ଦେଖୁଛନ୍ତି, ତାହେଲେ ଆପଣଙ୍କୁ କୌଣସି ସ୍ଥାନରୁ ଶୁଭ ସମାଚାର ମିଳିପାରେ।ଏହାସହିତ ଚାକିରୀରେ ଆପଣ ସଫଳତା ଅର୍ଜନ କରିବେ ଏବଂ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ।

ସ୍ଵପ୍ନରେ କୂଅର ପାଣି ଦେଖିବା :-

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ କୂଅର ପାଣି ଦେଖିବା ଶୁଭ ଅଟେ। ଏହା ଅଚାନକ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ। ଏହାସହିତ ଯଦି ଆପଣ ନିଜ ସ୍ଵପ୍ନରେ ସଫା ପାଣି ଦେଖୁଛନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଏହା ଆପଣଙ୍କର ଚାକିରି ଓ ବ୍ୟବସାୟରେ ସଫଳତା ଅର୍ଜନ କରିବାର ଶୁଭ ସଙ୍କେତ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *