Excuse Me Odisha

ଯାହା କହିବୁ ସତ କହିବୁ

ଘରେ ବସି ଭାଗ୍ୟବାନ ହେବାକୁ ଯାଉଛନ୍ତି ଏହି ୪ ଗୋଟି ରାଶିର ଲୋକେ। ଫେବୃଆରୀ ୨୭ ଠାରୁ ଭାଗ୍ୟ ବଦଳିବାକୁ ଯାଉଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଯୋଗୁଁ ଏହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ଏହି ଫେବୃଆରୀ ମାସ ୨୭ ତାରିଖ ଠାରୁ ଶୁକ୍ର ଗ୍ରହ ନିଜ ମିତ୍ର ରାଶି ମକରରେ ପ୍ରବେଶ କରିବାକୁ ଯାଉଛନ୍ତି। ଶୁକ୍ରର ଗୋଚର ଯୋଗୁଁ କିଛି ବିଶେଷ ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି। ଶୁକ୍ର ଗ୍ରହକୁ ସମ୍ପଦ, ଧନସମ୍ପତ୍ତି, ସୁଖଦ ସମୃଦ୍ଧି ଆଦିର କାରକ ବୋଲି ମାନା ଯାଇଥାଏ।

ମେଷ ରାଶି :-

ଶୁକ୍ରର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି।ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆୟରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯୋଗ ରହିଛି।କୌଣସି ଶୁଭ କାର୍ଯ୍ୟ ପାଇଁ ଯାତ୍ରା କରି ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ନିବେଶ ପାଇଁ ଏହି ସମୟ ଅନୁକୂଳ ରହିଛି।

ବୃଷ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁକ୍ରର ରାଶି ପରିବର୍ତ୍ତନ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଏବଂ ବ୍ୟବସାୟରେ ଲାଭ ପ୍ରାପ୍ତ କରିବେ। ବ୍ୟାପାରରେ ବିସ୍ତାର ହେବାର ସମ୍ଭାବନା ରହିଛି।ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।ବୈବାହିକ ଜୀବନରେ ସଂପର୍କ ସୁଦୃଢ଼ ରହିବ।

ଧନୁ ରାଶି :-

ଶୁକ୍ର ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ।ଅଧିକ ଉପାର୍ଜନ ପାଇଁ ନୂତନ ସ୍ରୋତ ଲାଭ ହେବ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ଅର୍ଜନ କରିବେ।ପରୀକ୍ଷାର୍ଥୀ ମାନେ ଉତ୍ତମ ପରିଣାମ ପାଇବେ।

ମୀନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ନୂଆ ଚାକିରି ମିଳିପାରେ। ଅଚାନକ ସୁଖଦ ସମାଚାର ମିଳିପାରେ। ପରିବାରରେ ଚାଲିଥିବା ଆର୍ଥିକ ସଙ୍କଟ ସବୁ ଦୂର ହୋଇଯିବ। ସନ୍ତାନ ନଥିବା ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *