Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ବ୍ଲଡ଼ ଗ୍ରୁପର ଲୋକମାନେ ଆମିଷ ଖାଇବା ଉଚିତ ? ନଚେତ ସମସ୍ୟାରେ ପଡିଯିବେ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ସାଧାରଣତଃ ଖୁବ୍ କମ୍ ଲୋକମାନେ ନିରାମିଷ ଭୋଜନ କରିଥାନ୍ତି ଏବଂ ଅଧିକାଂଶ ଲୋକେ ଆମିଷ ଭୋଜନ କରିବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ଅଧିକ ଆମିଷ ଭୋଜନ କରିବା ମଧ୍ୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ କ୍ଷତିକାରକ ଅଟେ। ଆସନ୍ତୁ କେଉଁ ବ୍ଲଡ଼ ଗ୍ରୁପ ବିଶିଷ୍ଟ ଲୋକେ ଆମିଷ ସେବନ କରିବା ଉଚିତ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଜଣା ପଡ଼ିଛି ଯେ କିଛି ବ୍ଲଡ଼ ଗ୍ରୁପର ଲୋକମାନେ ଅଧିକ ମାତ୍ରାରେ ଆମିଷ ଭୋଜନ କରିବା ଉଚିତ ନୁହେଁ।ସାତ୍ଵିକ ଓ ପୌଷ୍ଟିକ ଆହାର ଆମ ଶରୀର ପାଇଁ ନିହାତି ଜରୁରୀ ଅଟେ।ଗବେଷକ ମାନଙ୍କ ମତରେ ଯଦି ବ୍ଲଡ଼ ଗ୍ରୁପ ଅନୁସାରେ ପୋଷଣଯୁକ୍ତ ଖାଦ୍ୟ ସେବନ କଲେ ମଣିଷ ସର୍ବଦା ସୁସ୍ଥ ରହିବା ସହିତ ଆୟୁରେ ବୃଦ୍ଧି ହେବ। କାରଣ ଖାଦ୍ୟ ସହିତ ଆମ ବ୍ଲଡ଼ ଗ୍ରୁପର ସିଧାସଳଖ ସଂଯୋଗ ରହିଛି। ବ୍ଲଡ଼ ଗ୍ରୁପ ଚାରୋଟି ଭାଗରେ ବିଭକ୍ତ ହୋଇଥାଏ। ତାହା ହେଉଛି O, A, B, AB।

ତେବେ ଚାଲନ୍ତୁ ଜାଣିବା କେଉଁ ବ୍ଲଡ଼ ଗ୍ରୁପର ଲୋକେ କଣ ଖାଦ୍ୟ ଖାଇବା ଉଚିତ।

୧/ ‘O’ ବ୍ଲଡ଼ ଗ୍ରୁପ ଥିବା ଲୋକଙ୍କୁ ସର୍ବଦା ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ।ଯେପରି ବିଭିନ୍ନ ପ୍ରକାରର ପନିପରିବା, ମାଛ, ମାଂସ ଓ ଡାଲି ଜାତୀୟ ଖାଦ୍ୟ ଇତ୍ୟାଦି। ଏହାସହିତ ୭ରୁ ୮ ଘଣ୍ଟା ଶୋଇବା ଉଚିତ। ଏହାଦ୍ଵାରା ଶରୀର ସର୍ବଦା ସୁସ୍ଥ ରହିବ।

୨/ ‘A’ ବ୍ଲଡ଼ ଗ୍ରୁପ ଥିବା ଲୋକ ମାନଙ୍କୁ ସର୍ବଦା ସବୁଜ ପନିପରିବା ଅଧିକ ଖାଇବା ଉଚିତ। ଏହାସହିତ ଶାଗ ଜାତୀୟ ଖାଦ୍ୟ ପ୍ରତ୍ୟେକଦିନ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଶରୀର ସୁସ୍ଥ ରହିଥାଏ।ଏହି ବ୍ଲଡ଼ ଗ୍ରୁପର ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏମାନେ ଅଧିକ ଆମିଷ ଖାଇବା ଉଚିତ ନୁହେଁ।

୩/ ‘B’ ବ୍ଲଡ଼ ଗ୍ରୁପ ଥିବା ଲୋକମାନେ ଆମିଷ ସେବନ କରି ପାରିବେ।ଏହାସହିତ ଫଳମୂଳ ଓ ପନିପରିବା ଆଦି ମଧ୍ୟ ସେବନ କରିବା ଉଚିତ। ଏହି ବ୍ଲଡ଼ ଗ୍ରୁପ ଥିବା ଲୋକମାନଙ୍କର ପାଚନ ତନ୍ତ୍ର ବହୁତ ସୁଦୃଢ ରହିଥାଏ। ତେଣୁ ଏମାନଙ୍କ ଶରୀରରେ କେବେବି ଚର୍ବି ଅଧିକ ହୋଇ ନଥାଏ।

୪/ ‘AB’ ବ୍ଲଡ଼ ଗ୍ରୁପ ଥିବା ଲୋକମାନଙ୍କୁ ସର୍ବଦା ନିଜ ସାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ। ଏମାନଙ୍କୁ ନିଜ ଖାଦ୍ୟପେୟ ଉପରେ ସର୍ବଦା ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ଏମାନେ ଶସ୍ୟ ଯୁକ୍ତ ଖାଦ୍ୟ ଏବଂ ସବୁଜ ପନିପରିବା ଅଧିକ ପରିମାଣରେ ସେବନ କରିବା ଉଚିତ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *