Excuse Me Odisha

ଯାହା କହିବୁ ସତ କହିବୁ

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ। ଜାଣନ୍ତୁ କଣ ସେହି ଫୁଲ ଏବଂ ଏହାକୁ ବ୍ୟବହାର କିପରି କରିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଆଜିକାଲି ମଧୁମେହ ରୋଗ ଏକ ଗମ୍ଭୀର ସମସ୍ୟା ପାଲଟିଛି।ଏହି ରୋଗ ପ୍ରାୟତଃ ସାଧାରଣ ହୋଇ ଗଲାଣି।ଏହି ରୋଗ ଜୀବନଶୈଳୀ ବିଗିଡି ଯିବା କାରଣରୁ ହୋଇଥାଏ। ଯଦି ଲୋକମାନଙ୍କର ଜୀବନଶୈଳୀ ଥିଲା ରହିବ ନାହିଁ, ତାହେଲେ ଏଭଳି ରୋଗ ଦେଖା ଦେଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ସଦାବାହାର ଫୁଲକୁ ବ୍ୟବହାର କରି ଆପଣ କିପରି ମଧୁମେହ ରୋଗରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସଦାବାହାର ଫୁଲରେ ଅନେକ ପ୍ରକାରର ଚମତ୍କାରୀ ଗୁଣ ରହିଛି। ଏହି ଫୁଲ ବାରମାସୀ ଅଟେ।ଆମ ଦେଶରେ ଏହି ଫୁଲର ଦୁଇଟି ପ୍ରଜାତି ଦେଖିବାକୁ ମିଳିଥାଏ। ସଦାବାହାର ଫୁଲ ସାଧାରଣତଃ ବାଇଗଣୀ ଓ ଧଳା ରଙ୍ଗର ଦେଖିବାକୁ ମିଳିଥାଏ। ଏହି ଫୁଲକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରା ଯାଇଥାଏ। ଏହାସହିତ ଏହି ଫୁଲକୁ ଘରର ଅଗଣା ବା ବଗିଚାରେ ଲଗାଇଲେ ଘରର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଥାଏ।

ତେବେ ଆସନ୍ତୁ ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ ଜାଣିବା –

– ମଧୁମେହ ରୋଗ ଯୋଗୁଁ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରଭାବିତ ହୋଇଥାଏ। ଯେପରି କିଡନୀ ସମସ୍ୟା, ଆଖିର ଦ୍ରୁଷ୍ଟି ଶକ୍ତି ହ୍ରାସ ହେବା, ଶରୀରର କୌଣସି ସ୍ଥାନରେ ହୋଇଥିବା ଘାଆ ଶୀଘ୍ର ନ ଶୁଖିବା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏହିସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ସଦାବାହାର ଫୁଲ ଓ ପତ୍ରକୁ ନିଶ୍ଚିତ ଭାବରେ ସେବନ କରିବା ଉଚିତ। କହିବାକୁ ଗଲେ ସଦାବାହାର ଗଛର ପତ୍ର ମଧୁମେହ ରୋଗରେ ପୀଡିତ ଥିବା ଲୋକଙ୍କୁ ବହୁତ ଜରୁରୀ ଅଟେ।

– ଯଦି ଆପଣଙ୍କର କିଡନୀ ଜନିତ ସମସ୍ଯା ରହିଛି, ତାହେଲେ କଲରା, ବିଲାତି ଓ କାକୁଡିକୁ ନେଇ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହାପରେ ଏହି ତିନୋଟି ପରିବାକୁ ଗ୍ରାଇଣ୍ଡ କରି ରସ ପ୍ରସ୍ତୁତ କରନ୍ତୁ।ତାପରେ ସଦାବାହାର ଗଛର ୫ରୁ ୭ଟି ଫୁଲ ବା ପତ୍ର ନିଅନ୍ତୁ। ଏହାକୁ ପାଉଡର କରି ପାଣିରେ ସେବନ କରନ୍ତୁ। ଏହାକୁ ସେବନ କଲେ ଆପଣଙ୍କ ଶରୀରରୁ ଟକ୍ସିନ ବାହାରିବା ସହଜ ହୋଇ ଥାଏ।

– ଯଦି କୌଣସି ବିଷଧର ଜନ୍ତୁ ଆପଣଙ୍କୁ କାମୁଡି ଦେଇଥାଏ, ତାହେଲେ ସଦାବାହାର ଗଛର ଚେର ଓ ଫୁଲକୁ ଗରମ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତାପରେ ଏହି ପାଣିର ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ। ସଦାବାହାର ଗଛର ଚେର କ୍ୟାନସର ଭଳି ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।ସଦାବାହାର ଗଛର କିଛି ଚେର ସହିତ ମିଶ୍ରି ମିଶାଇ ପାଉଡର ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଦିନକୁ ଦୁଇଥର ସେବନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର କ୍ୟାନସର ସେଲ ବୃଦ୍ଧି ହୋଇ ନଥାଏ ଏବଂ ଚର୍ମ ଜନିତ ସମସ୍ଯା ମଧ୍ୟ ଦୂର ହୋଇ ଯାଇଥାଏ।

– ସଦାବାହାର ଗଛର ପତ୍ରକୁ ଗୁଣ୍ଡ କରି ଏହାର ସେବନ କଲେ, ଅନେକ ରୋଗରୁ ମୁକ୍ତି ମିଳିଥାଏ। ବିଶେଷକରି ମଧୁମେହ ରୋଗରେ ପୀଡ଼ିତ ଲୋକମାନେ ସଦାବାହାର ଫୁଲ, ପତ୍ର ଓ ଚେରକୁ ବ୍ୟବହାର କରନ୍ତୁ। ଏହାଦ୍ଵାରା ଆପଣଙ୍କ ଶରୀରର ସୁଗାର ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବ। ଏହି ପତ୍ର ଅଧିକ ପିତା ହେବା ଶରୀର ପାଇଁ ହିତକାରକ ହୋଇଥାଏ। ତେଣୁ ଏହାର ପ୍ରୟୋଗ ସଠିକ ରୂପରେ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *