Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱପ୍ନରେ ମୃତ ଲୋକ ଦେଖାଦେଲେ ମିଳିଥାଏ ଏହି ୫ ଟି ସଂକେତ,ଜାଣନ୍ତୁ କଣ କଣ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନ ମୃତ୍ୟୁ ବନ୍ଧନରେ ଆମେ ସମସ୍ତେ ବାନ୍ଧି ହୋଇଛୁ। ଜନ୍ମ ହୋଇଛି ତ ମୃତ୍ୟୁ ବି ନିଶ୍ଚିତ ଅଟେ। ଆଉ ମୃତ୍ୟୁ ପରେ ପୁନର୍ଜନ୍ମ ବି ଅବଶ୍ୟ ଅଟେ। ଜୀବନ ଏବଂ ମୃତ୍ୟୁର ଚକର ନିରନ୍ତର ଚାଲିଥାଏ। ଆଉ ମନୁଷ୍ୟ ଅଲଗା ଅଲଗା ରୂପରେ ଏହି ଧରତୀରେ ଜନ୍ମ ନେଇଥାଏ। ମୃତ୍ୟୁ ପରେ ଆମର କିଛି ପ୍ରିୟ ଲୋକ ଆମ ଠାରୁ ଏତେ ଦୂରକୁ ଚାଲିଯାନ୍ତି କି ତାଙ୍କୁ ପୁଣି ଥରେ ପାଇବାର ସମ୍ଭାବନା ଶୂନ୍ୟ ହୋଇଯାଏ। ଆଉ ଆମେ ତାଙ୍କୁ ମନେ ପକେଇ ଦୁଖୀ ହୋଇଯାଇଥାଉ କିନ୍ତୁ ସେ କେବେବି ଫେରି ଆସେନାହିଁ।

ଆମର ପୁର୍ବଜ ଯେଉଁ ମାନଙ୍କର ମୃତ୍ୟୁ ହୋଇସାରିଛି ଯଦି ଆମ ଠାରୁ ସହିତ କୌଣସି କାରଣରୁ ସମ୍ପର୍କ କରିବାକୁ ଚାହାନ୍ତି କିମ୍ବା କୌଣସି ମହତ୍ୱପୂର୍ଣ୍ଣ କଥା କିମ୍ବା ସନ୍ଦେଶ ଦେବାକୁ ଚାହାଁନ୍ତି ତ ପିତୃପୁରୁଷ ଆମ ପାଖକୁ ଆସନ୍ତି ଯମଲୋକରୁ। ଆମର ପୁର୍ବଜ ଆମକୁ କେମିତି ସଂକେତ ଦିଅନ୍ତି ଆସନ୍ତୁ ଜାଣିବା। ଏହା ପୂର୍ବରୁ ଆସନ୍ତୁ ଜାଣିବା ପିତୃପୁରୁଷ କଣ ହୋଇଥାଏ। ହିନ୍ଦୁ ପଞ୍ଚାଗ ଅନୁସାରେ ଭାଦ୍ରବ ମାସର କୃଷ୍ଣପକ୍ଷରେ ୧୫ ଦିନକୁ ପିତୃପୁରୁଷ ପକ୍ଷ କୁହାଯାଏ। ପିତୃପକ୍ଷରେ ଆମର ପୁର୍ବଜ ଯମଲୋକରୁ ଆମକୁ ସାକ୍ଷତ କରିବା ପାଇଁ ଧରତୀ ଉପରକୁ ଆସିଥାନ୍ତି।

ଏହି ୧୫ ଦିନରେ ଯେଉଁ ସ୍ଥିତିକୁ ଆମର ପୁର୍ବଜଙ୍କର ମୃତ୍ୟୁ ହୋଇଛି ସେହି ସ୍ଥିତିକୁ ତାଙ୍କର ସ୍ମରଣ କରି ତାଙ୍କର ଶ୍ରାଦ୍ଧ କରାଯାଏ ଆଉ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରାଯାଏ। ଆଉ ଜଣା ଅଜଣାତରେ ଆମ ଦ୍ୱାରା ହୋଇଥିବା ଭୁଲର ତାଙ୍କୁ କ୍ଷମା ବି ମାଗାଯାଇଥାଏ। ତ ଯେମିତିକି ଆମେ ଦେଖିଛୁ ଏହି ୧୫ ଦିନ ପର୍ଯ୍ୟନ୍ତ ଆମର ପୁର୍ବଜ ଆମ ସହିତ ରହିଥାନ୍ତି। ଆଉ ଯଦି କୌଣସି ସନ୍ଦେଶ ଦେବାକୁ ଚାହାଁନ୍ତି ତ କୌଣସି ନାଁ କୌଣସି ସଂକେତ ଦେଇଥାନ୍ତି। ତ ଏହା ପାଇଁ ଆମର ସ୍ୱପ୍ନ ସବୁଠାରୁ ବଡ଼ ମାଧ୍ୟମ ହୋଇଥାଏ।

ଆମର ସ୍ୱପ୍ନ ଗୋଟେ ଏମିତି ମାଧ୍ୟମ ଅଟେ ଯାହା ଦ୍ୱାରା ଆମକୁ ଅନେକ ସଂକେତ ମିଳିଥାଏ। ଆମର ସ୍ୱପ୍ନରେ କୌଣସି ନାଁ କୌଣସି ସନ୍ଦେଶ କିମ୍ବା ସଂକେତ ଅବଶ୍ୟ ଲୁଚି ହୋଇଥାଏ। ଏହି ସଂକେତ କିମ୍ବା ସନ୍ଦେଶ ଭଲ କିମ୍ବା ଖରାପ ହୋଇପାରେ। ଆମକୁ ଏହା ଜାଣିବା ବୁଝିବା ବହୁତ ଆବଶ୍ୟକ ଅଟେ। ଯଦି ଆମର ପୁର୍ବଜ ଆମକୁ କିଛି କହିବାକୁ ଚାହୁଁଛନ୍ତି ତେବେ ଆମର ସ୍ୱପ୍ନରେ ଆସି ଆମକୁ ସେହି ସଂକେତ ଦେଇଥାନ୍ତି। ଆମର ଗ୍ରନ୍ଥ ସ୍ୱପ୍ନ ଶାସ୍ତ୍ର ଆଉ ଗରୁଡ଼ ପୁରାଣରେ ଏହିସବୁ ସ୍ୱପ୍ନ ବିଷୟରେ ଉଲ୍ଲେଖ ଅଛି। ତେବେ ଆସନ୍ତୁ ଜାଣିନେବା। ସ୍ଵପ୍ନରେ ପୁର୍ବଜ ଆସିଲେ ଆମକୁ କେଉଁ ସଂକେତ ମିଳିଥାଏ।

ଯଦି ଏମିତି ସ୍ୱପ୍ନ ଦେଖୁଛନ୍ତି ଯେଉଁଥିରେ ଆମର ପୁର୍ବଜ ଆମକୁ ବାରମ୍ବାର ଦେଖାଦେଉଛନ୍ତି ଆଉ ଏମିତି ପ୍ରତିତ ହେଉଥାଏ କି ଆମକୁ ସେମାନେ କିଛି କହିବାକୁ ଚାହୁଁଛନ୍ତି ତ ଏହାର ଅର୍ଥ ଏହା ଅଟେ କି ମୃତ୍ୟୁ ପୂର୍ବରୁ ତାଙ୍କର କୌଣସି ଅଧୁରା ଇଛା ରହିଯାଇଛି ଯାହା କେବଳ ଆପଣ ହିଁ ପୁରା କରି ପାରିବେ। ତ ଚିନ୍ତା କରି ଦେଖନ୍ତୁ କି କିଛି ଏମିତି ତ ନାହିଁ ତ ଆପଣଙ୍କର କୌଣସି ପୁର୍ବଜଙ୍କର କୌଣସି ଅଧୁରା ଇଛା ରହିଯାଇଛି ତ ତାକୁ ଅବଶ୍ୟ ପୂରଣ କରନ୍ତୁ। ତାଙ୍କର ଆତ୍ମାକୁ ଶାନ୍ତି ମିଳିଯିବ।

ଯଦି ସ୍ୱପ୍ନରେ ପୁର୍ବଜ କାନ୍ଦିବାର ଦେଖାଦିଅନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ସେମାନେ ଯମଲୋକରେ କୌଣସି କାରଣ ବଶତଃ ଦୁଃଖୀ ଅଟନ୍ତି। ଏହାର କାରଣ ଏହା ବି ହୋଇପାରେ କି ଆପଣଙ୍କର ପୁର୍ବଜଙ୍କର ଅନ୍ତିମ ସଂସ୍କାରର ବିଧିରେ କୌଣସି ବିଧି ସମ୍ପୂର୍ଣ୍ଣ ହୋଇନାହିଁ। ହିନ୍ଦୁ ଧର୍ମ ଅନୁସାରେ ମନୁଷ୍ୟର ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ତାର ଉପରେ ୧୬ ସଂସ୍କାର କରାଯାଏ।

ମୃତ୍ୟୁ ମନୁଷ୍ୟ ଉପରେ କରାଯାଉଥିବା ଅନ୍ତିମ ସଂସ୍କାର। ଯଦି ଅନ୍ତିମ ସଂସ୍କାରକୁ ପୁରା ବିଧି ବିଧାନରେ ନକରାଯାଏ ତ ସେହି ମୃତ୍ୟୁ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇନଥାଏ। ଏଥିପାଇଁ ଯଦି ଏମିତି ହୁଏ ତ ଏହି ସଂକେତକୁ ବୁଝି ନିଜର ପୁର୍ବଜଙ୍କ ଶ୍ରାଦ୍ଧ ବିଧି ପୂର୍ବକ କରନ୍ତୁ। ଆଉ ତାଙ୍କର ନାମରେ ଦାନ କରନ୍ତୁ।

ଯଦି ଆପଣଙ୍କୁ ସ୍ୱପ୍ନରେ ନିଜର ପୁର୍ବଜ ଚିନ୍ତିତ ଦୁଖୀ କିମ୍ବା କଷ୍ଟରେ ଦେଖାଯାନ୍ତି ତ ଏହାର ଅର୍ଥ ତାଙ୍କର ଆତ୍ମା ଏବଂ ମନ ଏବେବି କୌଣସି ବ୍ୟକ୍ତିଙ୍କ ପାଖରେ ଅଟକି ରହିଛି କିମ୍ବା ସେହି ବ୍ୟକ୍ତିର ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି। ଆଉ ଆପଣଙ୍କ ଉପରେ ଆଶା ରଖି ତାଙ୍କର ଦେଖା ଶୁଣା କରିବାକୁ କହୁଛନ୍ତି। ଯଦି ଏମିତି ସମ୍ଭବ ହେବ ତ ଆପଣ ନିଜ ତରଫରୁ ନିଶ୍ଚୟ କରନ୍ତୁ। ଏହା ଦ୍ବାରା ପୁର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିବ।

ପିତୃ ପକ୍ଷରେ ଯଦି ଆପଣଙ୍କୁ ସ୍ଵପ୍ନରେ କେହି ପୁର୍ବଜ ଆପଣଙ୍କୁ ରାଗି ଚାହୁଁଛନ୍ତି ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କୁ ସେ ଏମିତି କିଛି କାର୍ଯ୍ୟ କରୁଛନ୍ତି ଯାହା ଭୁଲ ଅଟେ। କିମ୍ବା ଏମିତି କୌଣସି ନିଷ୍ପତ୍ତି ନେଇଛନ୍ତି ଯାହା ବିଲକୁଲ ବି ଠିକ ନୁହେଁ। ଆଉ ଆପଣଙ୍କର ପୁର୍ବଜ ଆପଣଙ୍କୁ ବୁଝାଇବା ପାଇଁ ଚାହୁଁଛନ୍ତି କି ଆପଣ ଏମିତି କୌଣସି କାମ କରନ୍ତୁ ନାହିଁ। ଆଉ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବି ଚିନ୍ତି ନିଅନ୍ତୁ। ନଚେତ କୌଣସି ସମସ୍ୟାରେ ଫସି ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *