Excuse Me Odisha

ଯାହା କହିବୁ ସତ କହିବୁ

୧୬ ଫେବୃଆରୀ ମାଘ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ : ଏହି ୩ଟି ଜାଗାରେ ରଖିଦିଅନ୍ତୁ ଧନିଆ,ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ ଆପଣଙ୍କ ଘରକୁ !

ସେୟାର୍ କରନ୍ତୁ

ମାଘ ମାସର ଅନ୍ତିମ ତିଥିକୁ କୁହାଯାଏ ମାଘ ପୂର୍ଣ୍ଣିମା। ଆଉ ଧାର୍ମିକ ଦୃଷ୍ଟିକୋଣରେ ଏହି ତିଥି ବହୁତ ଅଧିକ ମହତ୍ତ୍ୱପୂର୍ଣ୍ଣ ମାନାଯାଏ। ଏହି ବର୍ଷ ମାଘ ପୂର୍ଣ୍ଣିମା ୧୬ ଫେବୃଆରୀ ବୁଧବାର ଦିନ ପାଳନ କରାଯିବ। ଏହି ଦିନ ମା ଲକ୍ଷ୍ମୀ ଭଗବାନ ଶ୍ରୀହରି ବିଷ୍ଣୁ ମହାଦେବଙ୍କ ସହିତ ଚନ୍ଦ୍ର ଦେବଙ୍କର ବି ପୂଜା କରିବାର ନିୟମ ଅଛି। ମାଘ ପୂର୍ଣ୍ଣିମା ଦିନ ଭଲରେ ରହିବା ସକାଳୁ ଉଠି ସ୍ନାନ କରିବା ବ୍ରତ କରିବା ଦାନ କରିବା ଏସବୁର ନିୟମ କରିବାର ଖାସ ମହତ୍ୱ ରହିଥାଏ।

ପୌରାଣିକ ମାନ୍ୟତା ଅନୁସାରେ ଦେବ ଲୋକରୁ ଦେବତା ଗଣ ପୃଥିବୀକୁ ଆସିଥାନ୍ତି। ଏଥିପାଇଁ ମାଘ ପୂର୍ଣ୍ଣିମା ଦିନ ପୂଜାପାଠର ବିଶେଷ ମହତ୍ୱ ରହିଛି। ଏହି ଦିନ ବହୁତ କିଛି ଉପାୟ କରାଯାଏ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ। ପୁରାଣ ଅନୁସାରେ ପୂର୍ଣ୍ଣିମା ଦିନ ଦାନ କଲେ ଅନେକ ଫଳ ପ୍ରାପ୍ତି ହୋଇଥାଏ। ଏଥିପାଇଁ ଏହି ଦିନ ଯେତେକି ପାରିବେ ଦାନ ନିଶ୍ଚୟ କରନ୍ତୁ।

ଏହି ଦିନ ପୂଜା କରିବା ସମୟରେ ମା ଲକ୍ଷ୍ମୀ ସାମ୍ନାରେ ୧୧ ଟି କଉଡ଼ି ନିଶ୍ଚୟ ରଖିବେ ଯଦି ୧୧ ଟି କଉଡ଼ି ସମ୍ଭବ ନୁହେଁ ତେବେ ୧ ଟି ମଧ୍ୟ ରଖିପାରିବେ। ଲାଲ କପଡା ଉପରେ ରଖିବେ। ହଳଦୀରେ ତିଳକ ଲଗେଇ ଦିଅନ୍ତୁ ଏବଂ ଏହାପରେ ମା ଲକ୍ଷ୍ମୀଙ୍କୁ ତିଳକ ଲଗାନ୍ତୁ। ଏହାର ପର ଦିନ ସନ୍ଧ୍ୟାରେ ସେହି ଲାଲ କପଡ଼ାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହା ଦ୍ବାରା ଧନ ବୃଦ୍ଧି ହୋଇଥାଏ। ଆଉ ପୂର୍ଣ୍ଣିମା ତିଥି ଦିନ ପବିତ୍ର ନଦୀରେ କିମ୍ବା ପୋଖରୀରେ ଡୁବାତ ଲଗା ଯାଇଥାଏ

ଏହା ସହିତ ଏହି ଦିନ ନିଜର ପିତୃଦେବଙ୍କ ନିମିତ୍ତ ପାଇଁ କଳା ତିଳ ବି ପ୍ରବାହିତ କରାଯାଏ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ। ଏହି ଦିନ ସତ୍ୟନାରାୟଣ ଭଗବାନଙ୍କର କଥା ଶୁଣିବାର ବିଧି ଅଛି। ବ୍ୟକ୍ତିର ଦୁଃଖକୁ ସମାପ୍ତ କରିଥାଏ। ଘରେ ସୁଖ ସମୃଦ୍ଧି ସମୃଦ୍ଧି ହୋଇଥାଏ। ଏହିଦିନ କିଛି ଖାସ ପ୍ରୟୋଗ କରାଯାଏ। ଶାସ୍ତ୍ରରେ ପୂର୍ଣ୍ଣିମା ତିଥି ଦିନ ସବୁ ପ୍ରୟୋଗ କରିବା ଉଚିତ। ଖାସ କରି ତୁଳସୀ ପୂଜା କରିବା ଉଚିତ।

କାରଣ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ସହିତ ତୁଳସୀଙ୍କର ପୂଜା ବି ନିଶ୍ଚୟ କରିବା ଉଚିତ। ଏବଂ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ। ଏହିଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟେ ଛୋଟ ମନ୍ତ୍ର ନିଶ୍ଚୟ ଜପ କରିବେ ରାତିରେ ଶୋଇବା ପୂର୍ବରୁ। ଓଁ ଇରିଂ ଶ୍ରୀଙ୍ଗ କିଲିଂ କିଲିଂ ଶ୍ରୀ ଲକ୍ଷ୍ମୀ ମନ ଗୃହେ ଧନ ପୁରେ ଧନ ପୁରେ ଚିନ୍ତାୟ ଦୂରେ ଦୂରେ ସୁହା। ତ ଏହି ମନ୍ତ୍ର ମା ଲକ୍ଷ୍ମୀଙ୍କୁ ଡାକିବା ପାଇଁ ଏହି ମନ୍ତ୍ରକୁ ୫ ଥର କିମ୍ବା ୧୩ ଥର ନିଶ୍ଚୟ କରିବେ।

ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିନ୍ହ ଏବଂ ଆମ୍ବ ପତ୍ରର ମାଳା ନିଶ୍ଚୟ ଟାଙ୍ଗି ଦିଅନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ। ଆଉ ନେଗେଟିଭ ଉର୍ଜା ଦୂର ହୋଇଥାଏ।

ଶୁଖିଲା ଧନିଆ ଏବଂ ମିଶ୍ରି କିମ୍ବା ଚିନିର ଦାନାର ଭୋଗ ଲଗାନ୍ତୁ। ଏହାପରେ ଏହାକୁ ପ୍ରସାଦ ଭାବେ ପୁରା ପରିବାର ଲୋକଙ୍କୁ ଖାଇବାକୁ ଦିଅନ୍ତୁ। ବାକି ବଞ୍ଚି ଗଲେ ବୁଣି ଦେବେ। ଗଛ ଉଠିଲେ ବି ଖାଇ ପାରିବେ କୌଣସି ଅସୁବିଧା ନାହିଁ।

ଆପଣଙ୍କ ଘରେ ଯଦି ଧନିଆ ଗଛ ନଥିବ ତାହେଲେ ଆଜି ହିଁ ଧନିଆ ବୀଜକୁ ବତାରି ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ଠିଆ ହୋଇ ମାଟିରେ ବୁଣି ଦିଅନ୍ତୁ। ମାଟିକୁ ବୁଜି ଦିଅନ୍ତୁ ପ୍ରତିଦିନ ହାଲକା ହାଲକା ପାଣି ଛିଞ୍ଚି ଦିଅନ୍ତୁ ଗଛ ଉଠିଯିବ।

ଏହି ଦିନ ଧନିଆର ୩ଟି ପ୍ରୟୋଗ କରିବା ଉଚିତ। ଏହା ଦ୍ବାରା ଜୀବନର ସବୁ ସମସ୍ୟା ଦୂର କରିଥାଏ।

ପ୍ରଥମ ପ୍ରୟୋଗ। ଗୋଟେ ମାଟି ପାତ୍ର ନିଅନ୍ତୁ ସେଥିରେ ଅଳ୍ପ ଧନିଆ ଗୋଟେ ପଇସା ରଖିଦିଅନ୍ତୁ ସେଥିରେ ଅଳ୍ପ ପାଣି ଢାଳି ଦିଅନ୍ତୁ ଏବଂ ସେଥିରେ ରହିବାକୁ ଦିଅନ୍ତୁ ପୁରା ରାତି ଅର୍ଥାତ ପୂର୍ଣ୍ଣିମା ଦିନ ପୂର୍ବରୁ ଦିନରୁ ରାତି ପର୍ଯ୍ୟନ୍ତ। ଏହି ଧନିଆକୁ ଘରର ଗମ୍ବଲାରେ ରଖିଦିଅନ୍ତୁ ପଇସାକୁ ଲାଲ କପଡ଼ାରେ ବାନ୍ଧି ନିଜ ପାଖରେ ରଖିଦିଅନ୍ତୁ। ଆଉ ଯେଉଁ ଦୀପ ଜାଳି ଥିବେ ସେହି ଦୀପକୁ ଆପଣ ବ୍ୟବହାର କରି ପାରିବେ।

ଦ୍ୱିତୀୟ ଉପାୟ। ସମସ୍ୟା ବଢି ଯାଇଛି କିମ୍ବା ଚିନ୍ତା ବଢିଯାଇଛି ତ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ଅଳ୍ପ ଧନିଆ ତାଙ୍କୁ ଅର୍ପଣ କରନ୍ତୁ। ଆଉ ଯାହାବି ଯେକୌଣସି ବି ସମସ୍ୟା ଧନ ଜନିତ ହେଉ ବିବାହ ସମ୍ବଦ୍ଧିତ ହେଉ ଚିନ୍ତା ହେଉ ଯେକୌଣସି ସମସ୍ୟା ଆପଣଙ୍କର ଅଛି ତାହାକୁ ଭଗବାନ ହନୁମାନଙ୍କୁ କହିଦିଅନ୍ତୁ।

ହନୁମାନଙ୍କ ମନ୍ଦିରରେ ଧନିଆ ଅର୍ପଣ କରିବା ପରେ କୁହନ୍ତୁ କି ପ୍ରଭୁ ମୋର କଷ୍ଟ ଦୂର କରନ୍ତୁ କିଛି ଦିନରେ ଆପଣଙ୍କର ସମସ୍ୟା ଦୂର ହୋଇଯିବ। ଯେବେବି ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ ତ ସେତେବେଳେ ଯାଇ ଆଉ ଥରେ ଭଗବାନ ହନୁମାନଙ୍କୁ ଧନିଆ ଭୋଗ ଲଗେଇ ଦେବେ। ଧନିଆ ସହିତ ମିଶ୍ରି ବି ପକେଇ ପାରିବେ ଆହୁରି ଭଲ ହେବ।

ତୃତୀୟ ଉପାୟ। ଆପଣ ଚାହୁଁଛନ୍ତି କି ଆପଣଙ୍କ ଘରେ ବହୁତ ଉନ୍ନତି ହେଉ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରୁନ୍ତି ତ ତ ଏହି କଥାର ଧ୍ୟାନ ରଖନ୍ତୁ ଶୁଖିଲା ଧନିଆ ନିଜ ରୋଷେଇ ଘରେ ନିଶ୍ଚୟ ରଖନ୍ତୁ। କୌଣସି ପାତ୍ରରେ ଷ୍ଟୋର କରି ରଖନ୍ତୁ। ଏହା ସୁଖ ସମୃଦ୍ଧିକୁ ବଢାଇଥାଏ।

ସୌଭାଗ୍ୟ ପାଇଁ ଘରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଏକା ସହିତ ଥିବା ଫୋଟକୁ ଆଣନ୍ତୁ। ଆଉ ଏହି ଦିନ ଏମିତି ହିଁ ଫୋଟକୁ ପୂଜା କରିବା ଉଚିତ। ଦକ୍ଷିଣାବର୍ତୀ ଶଙ୍ଖକୁ ବି ଏହି ଦିନ ପୂଜା କରିବା ଉଚିତ। ଭଗବାନଙ୍କୁ ହଳଦିଆ ଫଳ ହଳଦିଆ ଫୁଲ ହଳଦିଆ ବସ୍ତ୍ର ଅର୍ପଣ କରିବା ଉଚିତ। ଏମିତି କଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଧନ ସମ୍ବଦ୍ଧିତ ସମସ୍ୟା ଦୂର କରିବା ପାଇଁ ଚିନ୍ତା ଦୂର କରିବା ପାଇଁ ଆପଣ ଏହି ଦିନ ତୁଳସୀ ଗଛର ପତ୍ରର ମାଳା ବନେଇ ଭଗବାନ ଶ୍ରୀହରିଙ୍କ ଗଳାରେ ପିନ୍ଧେଇ ଦିଅନ୍ତୁ। ଆପଣଙ୍କର ଧନ ସମ୍ବଦ୍ଧିତ ସମସ୍ୟା ଦୂର ହୋଇଯିବ। ଆଉ ଶଙ୍ଖରେ ହିଁ ତାଙ୍କୁ ଜଳ ଅଭିଷେକ କରିବା ଉଚିତ।

ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ବିଷ୍ଣୁଙ୍କ ବାଲ୍ୟ ସ୍ୱରୂପ ଫୋଟକୁ ପୂଜା କରିବା ଉଚିତ। ଆଉ ତାଙ୍କୁ ମାଖନ ମିଶ୍ରି ଭୋଗ ଅର୍ପଣ କରିବେ। ବୁଦ୍ଧିମାନ ନିରୋଗୀ ସନ୍ତାନର ପ୍ରାପ୍ତି ହେବ। ଆଉ ଯଦି ସନ୍ତାନ ଅଛି ତ ବୁଦ୍ଧିମାନ ହେବେ। ପ୍ରସାଦ ଭାବରେ ଗ୍ରହଣ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ସୁଖ ସୌଭାଗ୍ୟ ବୃଦ୍ଧି ପାଇବ।

ସ୍ୱାମୀ ସ୍ତ୍ରୀ ଏକା ସହିତ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବେ ତ ଦେବ ଗୁରୁ ବୃହସ୍ପତିଙ୍କ ଆଶୀର୍ବାଦରୁ ଅତୁଟ ସମ୍ପର୍କ ବନି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *