Excuse Me Odisha

ଯାହା କହିବୁ ସତ କହିବୁ

ସକାକୁ ଉଠି ଦେଖନ୍ତୁ ଏହି ୭ ଜିନିଷ,ହୋଇଯିବେ ଧନୀ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାକୁ ଉଠି ଦେଖନ୍ତୁ ଏହି ଜିନିଷ ହୋଇଯିବେ ଧନୀ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷକୁ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ ହୋଇନଥାଏ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ମନୁଷ୍ୟ ସବୁଦିନେ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ ତା ଜୀବନରେ ନକରାତ୍ମକତା ସମାପ୍ତ ହୋଇଥାଏ। ଏବଂ ତା ଜୀବନ ସକାରାତ୍ମକତାରେ ଭରି ଯାଇଥାଏ।

କାରଣ ବନ୍ଧୁଗଣ ଆମର ଘରେ କିମ୍ବା ଆମର ଘରର ଆଖପାଖରେ କିଛି ଏମିତି ଜିନିଷ ଥାଏ ଯାହା ନକରାତ୍ମକ ଶକ୍ତି ଛାଡ଼ିଥାଏ ଏବଂ କିଛି ଏମିତି ଜିନିଷ ଥାଏ ଯାହା ସକାରାତ୍ମକ ଶକ୍ତି ଛାଡିଥାଏ। କିନ୍ତୁ ଆମେ ସକାଳୁ ଉଠି ନକରାତ୍ମକ ଶକ୍ତି ଛାଡୁ ଥିବା ବସ୍ତୁକୁ ଦର୍ଶନ କରନ୍ତି ତାହା ଆମ ଜୀବବ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଯଦି ସକାରାତ୍ମକ ଶକ୍ତିର ଦର୍ଶନ କରିବା ତାହେଲେ ଆମର ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିବ।

ଏଥିପାଇଁ ଆମର ଶାସ୍ତ୍ରରେ କିଛି ଏପରି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ଉଠିବା ମାତ୍ରେ ମନୁଷ୍ୟକୁ ଦର୍ଶନ କରିବା ଉଚିତ। ନୀତିଦିନ ଏହି ଜିନିଷକୁ ଦର୍ଶନ କରିବା ବହୁତ ଶୁଭ ମାନାଯାଇଅଛି। ଏବଂ ମନୁଷ୍ୟ ଜୀବନରେ ସକାରାତ୍ମକ ଦେଖିବାକୁ ମିଳିଥାଏ। ଆପଣ ଗରିବର ସାମ୍ନା କରୁଛନ୍ତି ଆପଣଙ୍କର କମରେ ବାଧା ଆସୁଅଛି କିମ୍ବା ଆପଣଙ୍କର ଶତ୍ରୁଙ୍କର ସଂଖ୍ୟା ବଢୁଛି। ତ ଆପଣ ଏହି ଜିନିଷ ଗୁଡିକର ଦର୍ଶନ କରନ୍ତୁ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଆପଣଙ୍କର ଜୀବନରୁ ସବୁ ସମସ୍ୟା ଦୂର ହୋଇଯିବ। ତ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଜିନିଷ ଗୁଡିକ କଣ। ଯାହାକୁ ସକାଳୁ ଉଠୁ ଉଠୁ ଦେଖିବା ଉଚିତ ହୋଇଥାଏ। ଆଉ ଏମିତି କଣ ଜିନିଷ ଅଛି ଯାହାକୁ ଦର୍ଶନ କରିବା ଅନୁଚିତ।

ଆଇନା। ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ପ୍ରାତଃ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଅର୍ଥାତ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ସର୍ବତମ ସମୟ ମାନାଯାଇଛି। କିନ୍ତୁ ଆଜିକାଲିର ଅନିୟମିତ ଦିନଚର୍ଯ୍ୟାର ଏହା ଅସମ୍ଭବ ହୋଇଥାଏ। କିନ୍ତୁ ଆମକୁ ସକାଳୁ ଯେତେ ଶୀଘ୍ର ହୋଇପାରେ ଉଠିବା ଉଚିତ। ଆଉ ଆଖି ଖୋଲିବା ମାତ୍ରେ ସର୍ବପ୍ରଥମେ ଭଗବାନଙ୍କ ନାମ ନେବା ଉଚିତ। ନିତ୍ୟକର୍ମ ସାରି ଭଗବାନଙ୍କ ପୂଜା ଆରୋଧନା କରିବା ଉଚିତ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟକ ମନୁଷ୍ୟକୁ ସ୍ନାନ କରିବା ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଉଚିତ। ଆଉ ଭଗବାନ ସୂର୍ଯ୍ୟଦେବଙ୍କୁ ନମସ୍କାର କରିବା ଉଚିତ। ଏହା ଦ୍ବାରା ଜୀବନରେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ। ଆଉ ସକାରାତ୍ମକ ଉର୍ଜାର ସହିତ ଉନ୍ନତି ହୋଇଥାଏ।

ସକାଳୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ପରେ ତୁଳସୀ ମାଙ୍କୁ ପୂଜା କରିବା ଉଚିତ ଅର୍ଥାତ ତୁଳସୀ ଗଛକୁ ଜଳ ଅର୍ପଣ କରିବା ଉଚିତ। ତୁଳସୀ ଗଛକୁ ଆମ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାନାଯାଇଛି। ଯେଉଁ ମନୁଷ୍ୟ ପ୍ରତିଦିନ ତୁଳସୀର ପୂଜା କରିଥାଏ ସେହି ମନୁଷ୍ୟର ଜୀବନ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ଭରି ରହିଥାଏ। କାରଣ ଏହି ଗଛରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ।

ଆଧୁନିକ ଜୀବନ ଶୈଳୀରେ ଲୋକେ ଡେରିରେ ଶୋଇ ଡେରିରେ ଉଠିଥାନ୍ତି କିନ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଭଲ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବା ଉଚିତ। କାରଣ ଏହା ମାନାଯାଏ ଯେ ଭଗବାନ ବିଷ୍ଣୁ ହିଁ ହେଉଛନ୍ତି ସୂର୍ଯ୍ୟଦେବ। ଯେଉଁ ଲୋକ ସୂର୍ଯ୍ୟ ଉଦୟର ସ୍ୱାଗତ କରିନଥାଏ ତାଙ୍କ ଉପରେ ଭଗବାନ ସୂର୍ଯ୍ୟଦେବ ନାରାଜ ହୋଇଯାନ୍ତି। ସୂର୍ଯ୍ୟଦେବ ନାରାଜ ହେଲେ ଲୋକେ ଅନେକ ରୋଗରେ ପୀଡ଼ିତ ହୋଇଥାନ୍ତି। ଆଉ ଯେଉଁଠି ରୋଗ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ।

ଘରର ମହିଳା ଭୋଜନ ପ୍ରସ୍ତୁତ କରିବା ସମୟରେ କିମ୍ବା ଖାଇବା ଦେବା ସମୟରେ ଖାଇଥାଏ ତ ମା ଲକ୍ଷ୍ମୀ ନାରାଜ ହୋଇଯାନ୍ତି। ଏହାର କାରଣ ଏହା ଅଟେ ଯେ ଖାଦ୍ୟ ଅଇଁଠା ହୋଇଯାଇଥାଏ। ଯେଉଁ ଘରେ ଖାଦ୍ୟ ଅଇଁଠା ହୋଇଥାଏ ସେହି ଘର ଉପରେ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଇଥାନ୍ତି। ଏଥିପାଇଁ ମହିଳା ମାନଙ୍କୁ ଭୋଜନ ପ୍ରସ୍ତୁତ କରିବା ସମୟରେ ଭୋଜନ ଅଇଁଠା କରିବା ଉଚିତ ନୁହେଁ। କୁହାଯାଏ ଯେଉଁ ଭାବନାରେ ଭୋଜନ ପ୍ରସ୍ତୁତ ହୋଇଥାଏ ସେହି ଅନୁସାରେ ଭୋଜନ କରିବା ଲୋକ ଉପରେ ବିକଶିତ ହୋଇଥାଏ।

ଧନକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ବହୁତ ଲୋକ ଟଙ୍କାଙ୍କୁ ଛିପ ଲଗେଇ ଲଗେଇ ଗଣି ଥାନ୍ତି। ଏମିତି କଲେ ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଟଙ୍କା କାରବାର କରିବା ସମୟରେ ଟଙ୍କାକୁ ପ୍ରଣାମ କରିନେବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଅଧିକାଂଶ ଲୋକ ଅଇଁଠା ବାସନ ରାତିରେ ରଖିଦିଅନ୍ତି ଆଉ ସକାଳେ ଉଠି ଧୋଇଥାନ୍ତି। ଯାହାକି ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ। ଘରେ ଅଇଁଠା ବାସନ ପକେଇ ରଖିବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଆଉ ଅଧିକ ଦିନ ପାଇଁ ମା ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ। ଏଥିପାଇଁ ଘରେ ସର୍ବଦା ସଫା ସୁତରା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ। ଯାହା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିବ।

ଯଦି ଜୀବନକୁ ସୁଖରେ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହାନ୍ତି ତ ଭୋଜନ ସମ୍ବଦ୍ଧିତ କଥା ଉପରେ ବି ଧ୍ୟାନ ନିଶ୍ଚୟ ଦେବା ଉଚିତ। ଭୋଜନ କରିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ କି କେଉଁ ଦିଗକୁ ମୁଖ କରି ଭୋଜନ କରିବା ଉଚିତ।

ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଯଦି ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବେ ତ ସେହି ଖାଦ୍ୟ ପ୍ରେତକୁ ପ୍ରାପ୍ତ ହୋଇଥାଏ ଏବଂ ଏହା ବ୍ୟତିତ ଯଦି ଆପଣ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରନ୍ତି ତ ଏହା ଦ୍ବାରା ଆପଣଙ୍କର ରୋଗ ବୃଦ୍ଧି ହୋଇଥାଏ।

ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କେଉଁ ଜିନିଷ ଅଛି ଯାହାର ଦର୍ଶନ କରିବା ଦ୍ୱାରା ସବୁ ପାପ କର୍ମ ନଷ୍ଟ ହୋଇଯାଏ।

ଗୋମୂତ୍ର। ହିନ୍ଦୁ ଧର୍ମରେ ଗୋମୂତ୍ରକୁ ବହୁତ ପବିତ୍ର ମାନାଯାଏ। ଶାସ୍ତ୍ର ଅନୁସାରେ ଗୋମୂତ୍ରରେ ଗଙ୍ଗାଙ୍କର ବାସ ହୋଇଥାଏ। ଗୋମୂତ୍ରକୁ ଔଷଧୀୟ ରୂପରେ ବ୍ୟବହାର କରାଯାଏ। ଏହାକୁ ପିଇଲେ ଅନେକ ରୋଗ ଦୂର ହୋଇଥାଏ। ଏହାକୁ ପିଇବା ମାତ୍ରେ ମନୁଷ୍ୟଙ୍କ ମନସ୍କାମନା ପୂରଣ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ପ୍ରାତଃ ସମୟରେ ଗୋମୂତ୍ରର ଦର୍ଶନ କରିବା ମାତ୍ରେ ହିଁ ବ୍ୟକ୍ତିକୁ ପୁଣ୍ୟ ଏବଂ ଲାଭ ପ୍ରାପ୍ତ ହୋଇଥାଏ।

ଗୋବର। ଗାଈ ହିନ୍ଦୁ ଧର୍ମରେ ପୂଜନୀୟ ଅଟେ। ଶାସ୍ତ୍ରରେ ଗାଈକୁ ଭଗବାନଙ୍କ ସ୍ୱରୂପ ମାନାଯାଏ। ଗାଈର ଗୋବରରେ ବି ଅତ୍ୟଧିକ ମହତ୍ୱ ରହିଛି। କୌଣସି ବି ସ୍ଥାନକୁ ପବିତ୍ର କରିବା ପାଇଁ ଗାଈର ଗୋବରର ପ୍ରୟୋଗ କରାଯାଏ। ଯଦି ବ୍ୟକ୍ତି ପବିତ୍ର ମନରେ ଗାଈର ଗୋବରକୁ ଦର୍ଶନ କରିନିଏ ତ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

କ୍ଷୀର। ଗାଈର କ୍ଷୀରରେ ବହୁତ ଲାଭ ଅଛି। ଏହା ଅନେକ ରୋଗର ଉପଚାର କରିଥାଏ। କଳିଯୁଗରେ ଗାଈର କ୍ଷୀରକୁ ଅମୃତ ସମାନ ମାନା ଯାଏ। ଯେଉଁ ବ୍ୟକ୍ତି ଗାଈର କ୍ଷୀରକୁ ବାଛୁରୀ ଖାଉଥିବାର ଦେଖେ ତାକୁ ନିଶ୍ଚିତ ଭାବରେ ଶୁଭ ଫଳ ଏବଂ ପୁଣ୍ୟର ପ୍ରାପ୍ତ ହୋଇଥାଏ

ଗୋଧୂଳି। କେତେ ଥର ଦେଖିଥିବେ ଗାଈ ନିଜ ଖୁରାରେ ମାଟି ତାଡି ଥାଏ। ଏମିତି କଲେ ଭୂମିରେ ଯେଉଁ ଧୂଳି ବାହାରି ଥାଏ ତାକୁ ଗୋଧୂଳି କୁହାଯାଏ। କୁହାଯାଏ ଏହି ଧୂଳି ଦେଖିବା ଦ୍ୱାରା ପବିତ୍ର ହୋଇଥାନ୍ତି। ବ୍ୟକ୍ତିକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ଗୋଶାଳା। ଯେଉଁ ଜାଗାରେ ଗାଈକୁ ରଖାଯାଏ ତାହାକୁ ଗୋଶାଳା କୁହାଯାଏ। ଏହା ମନ୍ଦିର ଭଳି ପବିତ୍ର ଏବଂ ପୂଜନୀୟ ଅଟେ। ଯେଉଁ ମନୁଷ୍ୟ ନିତ୍ୟ ଗୋଶାଳା ଯାଇ ଗାଈର ସେବା କରିଥାଏ ତାକୁ ନିଶ୍ଚୟ ଭଗବାନ ଶ୍ରୀକୃଷ୍ଣଙ୍କ ଧାମ ଗୋଲକର ପ୍ରାପ୍ତ ହୋଇଥାଏ। ଏଥିପାଇଁ ମନୁଷ୍ୟଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ ଥରେ ଗୋମାତାଙ୍କ ସେବା କରିବା ଉଚିତ।

ସକାଳୁ ଉଠିବା ପରେ ଆଇନା କେବେ ମଧ୍ୟ ଦେଖିବା ଉଚିତ ନୁହେଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଅଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ।

ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରାକୁ ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖା ଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ।

ସକାଳୁ ଉଠି ଆପଣ ନିଜର ହାତ ପାପୁଲି ଦେଖନ୍ତୁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ମନୁଷ୍ୟକୁ ନିଜ ହାତ ପାପୁଲି ଦର୍ଶନ କରିବା ଉଚିତ। କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି,ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ। ଏଥିପାଇଁ ଆପଣ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରନ୍ତୁ।

ଏଥିଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ବିଦ୍ୟା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। କାରଣ ହାତର ଦର୍ଶନ କରିବା ଦ୍ୱାରା ମା ଲକ୍ଷ୍ମୀ, ମା ସ୍ୱରସ୍ୱତୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପ୍ରାପ୍ତି ହୋଇଥାଏ। ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ପାଇବା ପାଇଁ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରି ପାଠ ପଢା ଆରମ୍ଭ କରିବା ଉଚିତ।

ଗୋମାତାଙ୍କର ଦର୍ଶନ। ସକାଳୁ ଉଠିବା ପରେ ହଠାତ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମାନାଯାଇଛି। ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କର ଦ୍ୱାର ପାଖକୁ ଗାଈ ଆସେ ତ ତାକୁ ମାଡ଼ ମାରି ଓଡାନ୍ତୁ ନାହିଁ ତାକୁ ରୁଟି ଖାଇବାକୁ ଦେଇ କାନରେ ମନସ୍କାମନା କୁହନ୍ତୁ ଗୋମାତାଙ୍କର କାନରେ ଆପଣ ମନସ୍କାମନା କହିବା ଦ୍ୱାରା ଗୋମାତା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରନ୍ତି। ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ।

ସକାଳୁ ଉଠି ତୁଳସୀ ଗଛର ଦର୍ଶନ କରିବା ଉଚିତ। କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି। ମନୁଷ୍ୟ ଜୀବନରେ ଆସିବାକୁ ଥିବା ଅଘଟଣକୁ ଆଗୁଆ ଜଣାଇ ଦେଇଥାନ୍ତି। ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତ ଜାଣନ୍ତୁ କି ଘରର କୌଣସି ଦୁର୍ଘଟଣା ଆସିବାକୁ ଯାଉଅଛି। କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି। ଏଥିପାଇଁ ନୀତି ତୁଳସୀ ମାଙ୍କର ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ।

ମାତା ପିତାଙ୍କର ପାଦ ଛୁଇଁବା ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି କି ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି କାମରେ ଯିବା ପୂର୍ବରୁ ମାତା ପିତାଙ୍କର ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ। କାରଣ ମାତା ପିତାଙ୍କର ଚରଣରେ ହିଁ ସ୍ୱର୍ଗ ଲୋକ ବିରାଜମାନ ଅଟେ। ଏଥିପାଇଁ ଯେଉଁ ବ୍ୟକ୍ତି ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରି ଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ପ୍ରାପ୍ତି ହୋଇଥାଏ। ଏଥିପାଇଁ ମାତା ପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ଚରଣ ଛୁଇଁ ବାହାରକୁ ଯାଆନ୍ତୁ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ୱପୂର୍ଣ୍ଣ ଏବଂ ଧାର୍ମିକ କାମ ଅଟେ। ମଣିଷକୁ ସକାଳୁ ଉଠିବା ପରେ ନୀତି ସ୍ଵର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ସୁର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ଦ୍ୱାରା ମଣିଷକୁ ତାର ପର ଜନ୍ମର ଫଳ ପ୍ରାପ୍ତି ହୋଇଥାଏ। ଏଥ ସକାଳୁ ଉଠିବା ପରେ ସ୍ନାନ କରି ସୁର୍ଯ୍ୟ ଦେବଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ। ଏବଂ ଏହି ମନ୍ତ୍ରକୁ ଅବଶ୍ୟ ଜପ କରନ୍ତୁ। ଓଃ ସୂର୍ଯ୍ୟାୟ ନମଃ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନର ନକରାତ୍ମକତା ସମାପ୍ତ ହୋଇଥାଏ। ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *