Excuse Me Odisha

ଯାହା କହିବୁ ସତ କହିବୁ

ଏହାର ନାମ କାହିଁକି ସ୍ବର୍ଗଦ୍ୱାର ରହିଛି ଜାଣନ୍ତୁ ଏକ ରୋଚକପୂର୍ଣ୍ଣ କଥାବସ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣମାନେ ଅନେକ ଥର ପୁରୀ ଯାଇଥିବେ। ସମୁଦ୍ରରେ ସ୍ନାନ ମଧ୍ୟ କରିଥିବେ ଏବଂ ସେହି ସମୁଦ୍ର କୂଳରେ ଥିବା ସ୍ମଶାନକୁ ମଧ୍ୟ ଦେଖିଥିବେ ଯେଉଁ ସ୍ମଶାନକୁ ସ୍ୱର୍ଗଦ୍ୱାର ବୋଲି କୁହାଯାଏ। ସେହି ସ୍ୱର୍ଗଦ୍ୱାରରେ ଶବ ଦାହ କରାଯାଇଥାଏ ତାହା ମଧ୍ୟ ଦେଖିଥିବେ। କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏହି ପୁରୀ ସମୁଦ୍ର କୂଳରେ ଥିବା ସ୍ମଶାନକୁ କାହିଁକି ସ୍ୱର୍ଗଦ୍ୱାର ବୋଲି କୁହାଯାଏ।

ଅନେକ ଦିନର ତଳର କଥା ଯେତେବେଳେ ଶ୍ରୀମନ୍ଦିରରେ ସେବାୟତ ମାନେ ପ୍ରଥମ ପହଡ ଖୋଲନ୍ତି ସେତେବେଳେ ଦେଖନ୍ତି କି ଶ୍ରୀମନ୍ଦିର ଭିତରେ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ କଳା ମଲ୍ଲି ଫୁଲ ଏବଂ ଏହି ଫୁଲଟି କେବଳ ଲଙ୍କାରେ ହିଁ ମିଳିଥାଏ। ତେଣୁ ଏମାନଙ୍କର ସନ୍ଦେହ ଧୀରେ ଧୀରେ ବଢିବାକୁ ଲାଗିଲା କି ଲଙ୍କାରୁ କେହି ପ୍ରତିଦିନ ଆସି ବଡ଼ ଠାକୁରଙ୍କୁ କଳା ମଲ୍ଲି ସମର୍ପଣ କରି ଚାଲି ଯାଉଛି। ଏଣୁ ସେମାନେ ଦିନେ ରାତି ସାରା ଜଗି ରହିଥିଲେ।

ଯେହେତୁ ସେମାନେ ନିୟମ ନିଷ୍ଠାରେ ରହୁଥିଲେ ଏଣୁ ସେମାନେ ଦେବତା ଯକ୍ଷ ଗନ୍ଧର୍ପ ସମସ୍ତଙ୍କୁ ଦେଖି ପାରୁଥିଲେ। ଏଥିପାଇଁ ସେଦିନ ଲଙ୍କାର ରାଜା ବିଭୀଷଣଙ୍କୁ ମଧ୍ୟ ଦେଖି ପାରିଥିଲେ କି ବିଭୀଷଣ ଆସି ବଡ଼ ଠାକୁରଙ୍କୁ କଳା ମଲ୍ଲି ଫୁଲ ଅର୍ପଣ କରି ଚାଲି ଯାଉଛି। ସେମାନେ ବିଭୀଷଣଙ୍କୁ ଧରି ପକାଇଥିଲେ ଏବଂ ବିଭୀଷଣ ଏକ ସ୍ୱର୍ଣ୍ଣ ଖଡୁଟିଏ ସେବାୟତ ମାନଙ୍କୁ ଦେଇ ସମୁଦ୍ର କୂଳ ଆଡେ ଚାଲି ଯାଇଥିଲେ ଏବଂ ସମୁଦ୍ର କୂଳରୁ ଆକାଶ ମାର୍ଗ ଦେଇ ପୁଷ୍ପକ ବିମାନରେ ଲଙ୍କା ଫେରି ଯାଇଥିଲେ।

ଠିକ ସେହିପରି ଆଉ ଥରେ ମଧ୍ୟ ସ୍ୱର୍ଗର ରାଜା ଇନ୍ଦ୍ର ଦେବ ଜଗନ୍ନାଥଙ୍କ ଦର୍ଶନ ସାରି ସମୁଦ୍ର କୂଳର ସେହି ସ୍ଥାନରେ ହିଁ ସ୍ୱର୍ଗକୁ ଯାତ୍ରା କରୁଥିଲେ ଏହି ଘଟଣାକୁ ଏକ ପିଲାଟିଏ ଦେଖି ପାରିଥିଲା ଏବଂ ସେହି ସ୍ଥାନରେ ଏକ କାଠି ଟିଏ ପୋତି ଦେଇ ରାଜାଙ୍କୁ ଜଣାଇଥିଲା ଏବଂ ରାଜା ସେହି ସ୍ଥାନର ନାମଟିକୁ ସ୍ୱର୍ଗଦ୍ୱାର ବୋଲି ରଖିଥିଲେ।

ଆଉ ଅନେକ ଦେବତା ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସେହି ସ୍ଥାନ ଦେଇ ଯାତାୟାତ କରୁଥିଲେ। ଏଣୁ ମନୁଷ୍ୟ ମାନଙ୍କର ସ୍ୱର୍ଗ ପ୍ରାପ୍ତି ପାଇଁ ସେହି ସ୍ଥାନରେ ଦାହ ସଂସ୍କାର କରାଗଲା। ଆଜି ପର୍ଯ୍ୟନ୍ତ ତାହା ମଧ୍ୟ ପ୍ରଚଳିତ ହୋଇ ଆସୁଛି। ଏଣୁ ସେହି ସ୍ଥାନରୁ ସ୍ୱର୍ଗକୁ ଦ୍ୱାର ବୋଲି ତାହାର ନାମ ସ୍ୱର୍ଗଦ୍ୱାର ରହି ଆସିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *