Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ଗୋଟି ରାଶିର ଲୋକେ କେବେବି ମୋତି ଧାରଣ କରନ୍ତୁ ନାହିଁ, ନଚେତ ହୋଇଯିବେ ବର୍ବାଦ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୋତିର ସମ୍ବନ୍ଧ ଚନ୍ଦ୍ର ଗ୍ରହ ସହିତ ରହିଛି ବୋଲି କୁହାଯାଏ। ଚନ୍ଦ୍ରଙ୍କୁ ମନର କାରକ ଗ୍ରହ ବୋଲି କୁହାଯାଏ।ଅନେକ ସମୟରେ ଆପଣ ମାନେ ଶୁଣି ଥିବେ କି, ଚନ୍ଦ୍ର ଗ୍ରହର ଖରାପ ପ୍ରଭାବ ଯୋଗୁଁ ମାନସିକ ସମସ୍ୟା ସୃଷ୍ଟି ହେଉଛି।

ସେଥିପାଇଁ ଜ୍ୟୋତିଷ ମାନେ ଚନ୍ଦ୍ର ଗ୍ରହକୁ ସୁଦୃଢ କରିବା ପାଇଁ ମୋତି ଧାରଣ କରିବାକୁ ପରାମର୍ଶ ଦେଇଥାନ୍ତି। ମନୁଷ୍ୟର ଜାତକର ଲଗ୍ନରେ ଯେଉଁ ଗ୍ରହ ରହିଥାନ୍ତି, ସେହି ହିସାବରେ ମୋତି ଧାରଣ କଲେ, ଶୁଭ ଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଜ୍ୟୋତିଷ ମାନଙ୍କ ଗଣନା ଅନୁସାରେ କିଛି ଏଭଳି ରାଶି ରହିଛି, ଯେଉଁ ରାଶିର ଲୋକେ ମୋତି ଧାରଣ କରିବା ଉଚିତ ନୁହେଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଅଧିପତି ଶୁକ୍ର ଗ୍ରହ ଅଟନ୍ତି। ଏହି ରାଶିର ଲୋକେ ମୋତି ଧାରଣ କରିବା ଉଚିତ୍ ନୁହେଁ।ଯଦି ଏହି ରାଶିର ଲୋକେ ମୋତି ପରିଧାନ କରନ୍ତି, ତାହେଲେ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୁଖୀନ ହେବାକୁ ପଡିପାରେ।ଏହାସହିତ ଅଯଥା ଖର୍ଚ୍ଚ ବଢ଼ିବାକୁ ଲାଗେ। ପରିବାର ଲୋକଙ୍କ ସହିତ ବିବାଦ ହେବାର ସମ୍ଭାବନା ରହିଥାଏ।କାର୍ଯ୍ୟସ୍ଥଳରେ ଆଶାନୁରୂପ ସଫଳତା ମିଳିପାରେ ନାହିଁ।

ମିଥୁନ ରାଶି :-

ବୁଧ ଗ୍ରହ, ଏହି ରାଶିର ଅଧିପତି ଅଟନ୍ତି। ଏହି ରାଶିର ଲୋକଙ୍କୁ ମଧ୍ୟ ମୋତି ଧାରଣ କରିବା ଉଚିତ ନୁହେଁ। କାରଣ ମୋତି ଧାରଣ କରିବା ଦ୍ୱାରା ଏମାନଙ୍କ ଜୀବନରେ ଅନେକ ବିପଦ ଆସିଥାଏ।ଏହାର ପ୍ରଭାବ ଏମାନଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ। ଏମାନେ ମାନସିକ ଏବଂ ଶାରୀରିକ ରୂପରେ ଅସୁସ୍ଥ ହୋଇ ଯାଇଥାନ୍ତି। ଚାକିରି କ୍ଷେତ୍ରରେ ମଧ୍ୟ ପଦୋନ୍ନତୀ ମିଳିବାରେ ବାଧା ଉତ୍ପନ୍ନ ହୋଇଥାଏ।

ସିଂହ ରାଶି :-

ସୂର୍ଯ୍ୟ ଗ୍ରହ, ଏହି ରାଶିର ଅଧିପତି ଅଟନ୍ତି। ଏହି ରାଶିର ଲୋକଙ୍କୁ କେବେବି ମୋତି ପିନ୍ଧିବା ଉଚିତ ନୁହେଁ। ଅନେକ ସ୍ଥିତିରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ସମ୍ବନ୍ଧ ଭଲ ରହିନଥାଏ। ତେଣୁ ଯଦି ଏହି ରାଶିର ଲୋକେ ମୋତି ଧାରଣ କରନ୍ତି, ତାହେଲେ ଅଚାନକ ଖର୍ଚ୍ଚ ବଢ଼ିବାକୁ ଲାଗିଥାଏ। ଜୀବନରେ ଅନେକ କଠିନ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାହିତ ଏହି ରାଶିର ଲୋକେ ଅଯଥା ଚିନ୍ତାଗ୍ରସ୍ତ ରହିଥାନ୍ତି।

ଧନୁ ରାଶି :-

ଏହି ରାଶିର ଅଧିପତି ହେଉଛନ୍ତି ଗୁରୁ ବୃହସ୍ପତି। ବୃହସ୍ପତି ଏବଂ ଚନ୍ଦ୍ର ଗ୍ରହ ମଧ୍ୟରେ ସର୍ବଦା ଶତୃତା ଭାବ ରହିଥାଏ।ତେଣୁ ଏହି ରାଶିର ଲୋକଙ୍କୁ କେବେବି ମୋତି ପିନ୍ଧିବା ଉଚିତ ନୁହେଁ। କାରଣ ଯଦି ଏହି ରାଶିର ଲୋକେ ମୋତି ଧାରଣ କରନ୍ତି, ତାହେଲେ ବହୁତ ଅନିଷ୍ଟ ହୋଇଥାଏ। ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ।ଜୀବନରେ ଅନେକ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କାର୍ଯ୍ୟକ୍ଷେତ୍ରରେ ଅନେକ ନିନ୍ଦା ସହିବାକୁ ପଡ଼ିଥାଏ।

କୁମ୍ଭ ରାଶି :-

ଭଗବାନ ଶନିଦେବ ଏହି ରାଶିର ଅଧିପତି ଅଟନ୍ତି।ଚନ୍ଦ୍ର ଗ୍ରହ ଏବଂ ଶନି ଗ୍ରହ ମଧ୍ୟରେ ସମ୍ବନ୍ଧ କେବେବି ଭଲ ରହେ ନାହିଁ। ତେଣୁ ଏହି ରାଶିର ଲୋକେ ମୋତି ପିନ୍ଧିବା ଉଚିତ ନୁହେଁ। କୁହାଯାଏ କି କୌଣସି ଲୋକର ଜାତକରେ ଶନି ଏବଂ ଚନ୍ଦ୍ରଙ୍କର ଏକାଠି ମିଳନ ହେଲେ ବିଷ ଯୋଗ ସୃଷ୍ଟି ହୋଇଥାଏ।ଯଦି ଏହି ରାଶିର ଲୋକେ ମୋତି ଧାରଣ କରନ୍ତି, ତାହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପଡ଼ିଥାଏ। ଏହାସହିତ ସେମାନେ ମାନସିକ ଏବଂ ଶାରୀରିକ ରୂପରେ ଅସୁସ୍ଥ ହୋଇ ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *