Excuse Me Odisha

ଯାହା କହିବୁ ସତ କହିବୁ

ମକର ରାଶିରେ ଗୋଚର କରିବେ ମଙ୍ଗଳ,ଏହି ୫ ରାଶିଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା,ଏଥିରେ ଆପଣଙ୍କ ରାଶି ନୁହେଁ ତ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜ୍ୟୋତିଷ ମାନଙ୍କ ମତରେ ମଙ୍ଗଳ ଗ୍ରହକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଥାଏ। ଏହି ଗ୍ରହର ସମ୍ପର୍କ ଲାଲ ରଙ୍ଗ ସହିତ ଜଡିତ ଥିବାରୁ ଏହା କ୍ରୋଧ ଓ ଅଗ୍ନି ତତ୍ତ୍ୱର ପ୍ରତୀକ ବୋଲି ମାନା ଯାଇଥାଏ। ଏହି ମଙ୍ଗଳ ଗ୍ରହ ଏବେ ଧନୁ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଫେବୃଆରୀ ୨୬ ତାରିଖରେ ମଙ୍ଗଳ ନିଜ ଉଚ୍ଚ ରାଶି ମକରକୁ ଗୋଚର କରିବେ। ଏହି ଗୋଚର ସମୟରେ ୫ ଗୋଟି ରାଶିର ଲୋକଙ୍କୁ ବହୁତ ଲାଭ ମିଳିବ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଷ ରାଶି –

ଏହି ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର ଶୁଭ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ କ୍ୟାରିୟରରେ ବହୁତ ଲାଭ ମିଳିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। କାର୍ଯ୍ୟସ୍ଥଳରେ ଆପଣ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ।

ମିଥୁନ ରାଶି –

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ନିବେଶରୁ ଉତ୍ତମ ଫାଇଦା ପାଇ ପାରନ୍ତି। ଚାକିରି କରୁଥିବା ଲୋକଙ୍କ ପାଇଁ ମଙ୍ଗଳ ଗ୍ରହର ଗୋଚର ଅନୁକୂଳ ସାବ୍ୟସ୍ତ ହେବ।

ସିଂହ ରାଶି –

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ଶତ୍ରୁ ପରାସ୍ତ ହେବେ। ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଗରେ ରହିବେ । ବ୍ୟାପାରରେ ଲାଭବାନ ହେବେ।

କନ୍ୟା ରାଶି –

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ଲୋକଙ୍କୁ ଶୁଭ ଫଳ ମିଳିବ। କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ଚାକିରୀରେ ପଦୋନ୍ନତୀ ଲାଭ କରିବେ ଏବଂ ଆୟରେ ବୃଦ୍ଧି ହେବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କର କୃପାରୁ ଆର୍ଥିକ ଲାଭ ମିଳିବ।

ବିଚ୍ଛା ରାଶି –

ମଙ୍ଗଳ ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ।ଆପଣ କଠିନ ପରିଶ୍ରମ କରି ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବ୍ୟବସାୟ କାର୍ଯ୍ୟରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆର୍ଥିକ ପରିସ୍ଥିତି ସୁଦୃଢ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *