Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କା ଗଣିବା ସମୟରେ ଭୁଲରେ ବି ଏଭଳି କାର୍ଯ୍ୟ କରନ୍ତୁ ନାହିଁ । ନଚେତ ସବୁଦିନ ପାଇଁ ଦୂର ହୋଇଯିବେ ଦେବୀ ଲକ୍ଷ୍ମୀ।

ସେୟାର୍ କରନ୍ତୁ

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁଙ୍କର ପତ୍ନୀ ଦେବୀ ଲକ୍ଷ୍ମୀ ଅଟନ୍ତି। ଦେବୀ ଲକ୍ଷ୍ମୀଙ୍କର କୃପା ଯାହା ଉପରେ ପଡ଼ିଥାଏ, ତାଙ୍କୁ ଧନ ଏବଂ ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଯେଉଁ ଘରୁ ଦେବୀ ଲକ୍ଷ୍ମୀ ଚାଲି ଯାଇଥାନ୍ତି, ସେହି ଘରେ ବହୁତ ଅଭାବ ଅନଟନ ଦେଖା ଦେଇଥାଏ।

– ଦେବୀ ଲକ୍ଷ୍ମୀଙ୍କର ଆଦର ସମ୍ମାନ ହୋଇ ନଥାଏ।

– ଘରୁ ଚାଲି ଯାଇଥାନ୍ତି ଦେବୀ ଲକ୍ଷ୍ମୀ।

– ଘରେ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁଙ୍କର ପତ୍ନୀ ଦେବୀ ଲକ୍ଷ୍ମୀ ଧନର ଦେବୀ ଅଟନ୍ତି। ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଯାହା ଉପରେ ପଡ଼ିଥାଏ, ତାଙ୍କର କେବେବି ଧନ ସମ୍ପତ୍ତିର ଅଭାବ ହୁଏ ନାହିଁ।କିନ୍ତୁ ଯେଉଁ ଘରୁ ଦେବୀ ଲକ୍ଷ୍ମୀ ଚାଲି ଯାଇଥାନ୍ତି, ସେଠାରେ ଦାରିଦ୍ର୍ୟତା ବାସ କରିଥାଏ। କହିବାକୁ ଗଲେ ଦେବୀ ଲକ୍ଷ୍ମୀ ଖୁବ୍ ଶୀଘ୍ର ପ୍ରସନ୍ନ ହେବା ସହିତ ଅଧିକ ଭୁଲ ହେବା ଦ୍ଵାରା କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି।ଅଧିକାଂଶ ଲୋକେ ଟଙ୍କା ଗଣିବା ସମୟରେ ଅନେକ ଭୁଲ କରିଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଟଙ୍କା ଗଣିବା ସମୟରେ ଛେପର ବ୍ୟବହାର କରନ୍ତୁ ନାହିଁ –

ଅନେକ ଲୋକେ ଟଙ୍କା ଗଣିବା ସମୟରେ ଛେପର ବ୍ୟବହାର କରିଥାନ୍ତି। ଅର୍ଥରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତେଣୁ କେବେବି ଏଭଳି ଭୂଲ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ଟଙ୍କାକୁ ଉଚିତ ସ୍ଥାନରେ ରଖନ୍ତୁ –

ଅଧିକାଂଶ ଲୋକେ ଟଙ୍କାକୁ ଅବ୍ୟବସ୍ଥିତ କରି ରଖିଥାନ୍ତି। ଏଭଳି ଭାବରେ ଟଙ୍କା ରହିବା ଉଚିତ ନୁହେଁ। ଏଭଳି ହେଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ଟଙ୍କାକୁ ସର୍ବଦା ଆଲମାରୀ ବା କୌଣସି ସୁରକ୍ଷିତ ସ୍ଥାନରେ ରଖନ୍ତୁ।

ଟଙ୍କା ଫିଙ୍ଗି କରି ଦିଅନ୍ତୁ ନାହିଁ –

ଅଧିକାଂଶ ଲୋକେ ଟଙ୍କା ଦେବା ସମୟରେ ଫିଙ୍ଗି କରି ଦେଇଥାନ୍ତି। ଟଙ୍କାର ଆଦାନ ପ୍ରଦାନ ଏଭଳି ଭାବରେ ହେବା ଉଚିତ ନୁହେଁ। ଏଭଳି କରିବାର ଅର୍ଥ ଦେବୀ ଲକ୍ଷ୍ମୀଙ୍କୁ ଅପମାନିତ କରିବା ସହିତ ସମାନ ହୋଇଥାଏ।

ତଳେ ପଡିଥିବା ଟଙ୍କା –

ଯଦି କୌଣସି କାରଣ ଯୋଗୁଁ ଟଙ୍କା ତଳେ ପଡିଯାଏ, ତାହେଲେ ଏହାକୁ ଉଠାଇ ମଥାରେ ମୁଣ୍ଡିଆ ମାରନ୍ତୁ। କାରଣ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆମକୁ ଧନସମ୍ପତ୍ତି ପ୍ରାପ୍ତ ହେଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *