Excuse Me Odisha

ଯାହା କହିବୁ ସତ କହିବୁ

ମହିଳାମାନେ ଏମିତି ପୋଛା ଲଗେଇବା ଦ୍ୱାରା କାହିଁକି ଘରକୁ ଆସିଥାଏ ଗରିବୀ,ଜାଣନ୍ତୁ …….

ସେୟାର୍ କରନ୍ତୁ

କାହିଁକି ମହିଳା ମାନଙ୍କୁ ପୋଛା ଲଗେଇବାକୁ ମନା କରାଯାଇଛି। ଆସନ୍ତୁ ଜାଣିବା।

ବନ୍ଧୁଗଣ ଘରେ ଏମିତି ଝାଡୁ କିମ୍ବା ପୋଛା ଲଗେଇବା ଦ୍ୱାରା ଆସିଥାଏ ଭୟଙ୍କର ଗରିବୀ। ମା ଲକ୍ଷ୍ମୀ କେବେବି ଏମିତି ଘରେ ବାସ କରନ୍ତି ନାହିଁ। ଏହା ସହିତ ଜାଣିବା ଝାଡୁ ଏବଂ ପୋଛା ଲଗେବାର ଶୁଭ ସମୟ କଣ। ଯାହା ଦ୍ୱାରା ଆପଣଙ୍କୁ ଶୁଭ ଫଳର ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ ମହିଳାଙ୍କୁ ଝାଡୁ କିମ୍ବା ପୋଛା ଲଗେବା ସମୟରେ ଏହି ଭୁଲ କେବେବି କରିବା ଉଚିତ ନୁହେଁ। ନଚେତ ଏମିତି ଘରକୁ ଆସିଯାଇଥାଏ ଗରିବୀ। ଆଉ ହୋଇଯାଏ ରାହୁ କେତୁଙ୍କ ବାସ। ଝାଡୁ ପୋଛା କରିଲେ ଘର ପରିଷ୍କାର ହୋଇଥାଏ।

ଯେଉଁ ଘର ପରିଷ୍କାର ରହିଥାଏ ସେଠାରେ ସୁଖ ଏବଂ ସମ୍ପର୍ଣ୍ଣତା ଆସିଥାଏ। ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କର ଏକ ସ୍ୱରୂପ ମାନାଯାଇଛି। ଝାଡୁ ଦ୍ୱାରା ଦରିଦ୍ରତା ଦୂର କରିହେବ। ଯେଉଁ ଘରେ କୋଣ ଅନୁକୋଣରେ ଝାଡୁ ପୋଛା କରାଯାଇଥାଏ ତ ସେଠାକାର ବାତାବରଣ ସକରାତ୍ମକ ଉର୍ଜାରେ ଭରି ରହିଥାଏ। ଘର ସବୁ ସଦସ୍ୟ ଉନ୍ନତି କରିଥାନ୍ତି। ଆଉ ଘରର ଅନେକ ପ୍ରକାରର ବାସ୍ତୁଦୋଷ ବି ଦୂର ହୋଇଥାଏ।

ଆଜି ଆମେ ଆପଣଙ୍କୁ ଜଣେଇବୁ ଝାଡୁ ଏବଂ ପୋଛା କରିବା ସମୟରେ କେଉଁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ। ଖାସ କରି ମହିଳାଙ୍କୁ ଏମିତି ଝାଡୁ ପୋଛା କରିବା ଉଚିତ ନୁହେଁ ନଚେତ ଘରେ ଗରିବୀ ଏବଂ ଦରିଦ୍ରତା ଆସିଥାଏ ଆଉ ଶନି ବି କ୍ରୋଧିତ ହୋଇଯାନ୍ତି। ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ସେହି ଘରେ ହୋଇଥାଏ ଯେଉଁଠି ସଫା ସୁତରା ସହିତ ପୋଛା ଲଗେଇବାର କିଛି ନିୟମ ଉପରେ ଧ୍ୟାନ ରଖିଥାନ୍ତି। ଆସନ୍ତୁ ଜାଣିବା ଏମିତି କଣ କଲେ ଯାହା ଘରେ ଧନ ଆସିବା ଲାଗିରହିବ।

ଶାସ୍ତ୍ର ଅନୁସାରେ ପୋଛା କରିବା ସମୟରେ ଲୁଣ ନିଶ୍ଚୟ ପାଣିରେ ମିଶେଇ ପୋଛା କରିବା ଉଚିତ। ଏହା ଦ୍ବାରା ଘରେ ଜୀବାଣୁର ନାଶ ହୋଇଥାଏ। ଏହା ସହିତ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ। ଆଉ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି।

ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କେବେବି ବ୍ୟକ୍ତିକୁ ଝାଡୁ ପୋଛା କରିବା ଉଚିତ ନୁହେଁ। ଏହା ପରିଷ୍କାର ପାଇଁ ଉଚିତ ସମୟ ନୁହେଁ। ଏହି ସମୟରେ ଝାଡୁ ପୋଛା ଲଗେଇବା ଦ୍ୱାରା ରାହୁ କେତୁ ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି। ଆଉ ମା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଇଥାନ୍ତି। ଆଉ ଏମିତି ଘରକୁ ଗରିବୀ ଆସିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ କେବେବି ନିଜ ଘରେ ପୋଛା ଲଗାଉଛନ୍ତି ତ ଦିପ୍ରହର ପରେ ଅର୍ଥାତ ଦିନର ୧୨ ଟା ପରେ କେବେବି ପୋଛା ଲଗାନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଲଗାନ୍ତୁ ନାହିଁ। ଝାଡୁ ପୋଛା କେବଳ ଦିନର ସକାଳ ସମୟରେ କରିବା ଉଚିତ। ଏହା ଦ୍ବାରା ଘରେ ରାତି ସାରା ଥିବା ନକରାତ୍ମକ ଉର୍ଜା ଘରୁ ବହାରକୁ ଚାଲିଯାଏ। ଆଉ ସକରାତ୍ମକ ଉର୍ଜାରେ ଭରି ରହିଥାଏ।

ଅନେକ ଲୋକ ଭଙ୍ଗା ବାଲ୍ଟିରେ ପୋଛା ମାରିଥାନ୍ତି କିନ୍ତୁ କେବେବି ଭଙ୍ଗା ବାଲ୍ଟି କିମ୍ବା ଭଙ୍ଗା ପାତ୍ରରେ ପୋଛା ଲଗେଇବା ଉଚିତ ନୁହେଁ। ଏହାକୁ ବହୁତ ଅଶୁଭ ମାନାଯାଏ। ଏହା ଦ୍ବାରା ବହୁତ କଷ୍ଟ ହୋଇଥାଏ। ଏଥିପାଇଁ ଭଙ୍ଗା ପାତ୍ରରେ କେବେବି ପୋଛା ଲଗେଇବା ଉଚିତ ନୁହେଁ।

ସପ୍ତାହରେ ଗୁରୁବାର ଦିନ ପୋଛା ମାରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଘର ଭିତରେ ପୂର୍ବ ଦିଗରେ ଐଶ୍ଵଣ୍ୟ କୋଣର ସ୍ୱାମୀ ହେଉଛନ୍ତି ଗୁରୁ। ଏହି ଦିନ ଘରର କୋଣରେ ପୋଛା ଲଗାଇବା ଦ୍ୱାରା ଗୁରୁ ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ବ୍ୟକ୍ତିକୁ ଭାଗ୍ୟର ସାଥ ମିଳିନଥାଏ। କୁହାଯାଏ ଗୁରୁ ଗ୍ରହ କମଜୋର ହୋଇଯାଏ। ଏଥିପାଇଁ ଗୁରୁବାର ଦିନ ପୋଛା ଲଗେଇବା ଉଚିତ ନୁହେଁ। ଏହି ଦିନ ପୋଛା ମାରିଲେ କପଡା ଧୋଇଲେ ମାଛ ମାଂସ ମଦ ଖାଇବା ଦ୍ୱାରା ସ୍ୱାମୀ ଏବଂ ସନ୍ତାନ ଉପରେ କଷ୍ଟ ଆସିଥାଏ। ଆଉ ଗରିବୀ ଆପଣଙ୍କ ଘରେ ବାସ କରିନେଇଥାଏ।

ଶାସ୍ତ୍ର ଅନୁସାରେ ଛୋଟ କନ୍ୟାଙ୍କୁ ଝାଡୁ ପୋଛା କେବେବି ଲଗେଇବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ପାପ ଲାଗିଥାଏ ଏବଂ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଘର ଛାଡି ଚାଲିଯାଇଥାନ୍ତି। ବେଦ ପୁରାଣ ଅନୁସାରେ ଛୋଟ କନ୍ୟା ବହୁତ ଶାନ୍ତ ହୋଇଥାନ୍ତି। ତାଙ୍କୁ ଦେବୀଙ୍କ ରୂପ ମାନାଯାଏ। ଯଦି ଆପଣ ଜାଣି ବୁଝି ଛୋଟ କନ୍ୟାଙ୍କୁ ଝାଡୁ ପୋଛା କରାଇ ଥାନ୍ତି ତ ଘରେ ଗରିବୀ ଆସିଥାଏ ଆଉ ଶନିଦେବ ବି କ୍ରୋଧିତ ହୋଇଯାଇଥାନ୍ତି

କେବେ ଝାଡୁରେ ପଶୁ କିମ୍ବା ଅନ୍ୟ କାହାକୁ ମାରିବେ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ଏମିତି କଲେ ଆମର ଦୁଃଖ ଦରିଦ୍ରତା ବଢିଥାଏ। ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଏହାକୁ ସବୁଠୁ ଅଧିକ ପାପ ମାନାଯାଏ।

ପ୍ରତିଦିନ ଘରେ ଝାଡୁ ପୋଛା କଲେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ମା ଲକ୍ଷ୍ମୀ ସର୍ବଦା ପରିଷ୍କାର ଘର ପ୍ରତି ଆକର୍ଷିତ ହୋଇଥାନ୍ତି। ଆଉ ସେହି ବ୍ୟକ୍ତି ମାଲାମାଲ ହୋଇଥାନ୍ତି।

ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ପାଣିରେ ମିଶେଇ ପୋଛା ମାରିଲେ ଲାଭ ହୋଇଥାଏ।

ଅନେକ ଲୋକ ଏହି କଥାରେ ଚିନ୍ତିତ ଥାନ୍ତି କି ତାଙ୍କ ଘରେ ଦୁଃଖ କ୍ଳେଶ ନକରାତ୍ମକ ପିଛା ଛାଡୁନାହିଁ। ଘରେ ସର୍ବଦା ନକରାତ୍ମକ ଉର୍ଜା ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ତ ଏହି ଉପାୟ ନିଶ୍ଚୟ କରିବା ଉଚିତ।

ନିମ ପତ୍ର। ବନ୍ଧୁଗଣ ଅଳ୍ପ ନିମ ପତ୍ର ନେଇ କୌଣସି ପାତ୍ରରେ ନେଇ ଫୁଟେଇ ଦିଅନ୍ତୁ। ପାଣି ଫୁଟିବା ପରେ ସେହି ପତ୍ରକୁ କାଢି ଦିଅନ୍ତୁ ଏବଂ ସେହି ପାଣିକୁ ଠାକୁର ଘରେ ଗୋଟେ ଦିନ ପାଇଁ ରଖିଦିଅନ୍ତୁ। ଏହା ପର ଦିନ ଠାରୁ ସେଥିରୁ ଅଳ୍ପ ଅଳ୍ପ ପାଣି ନେଇ ପୋଛା ଲଗାଉଥିବା ପାଣିରେ ମିଶେଇ ପୋଛା ଲଗାନ୍ତୁ। ଏମିତି ସପ୍ତାହରେ ଥରେ କରୁଛନ୍ତି ତ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଯିବ। ଏହି ପତ୍ରରେ ବହୁତ ଦିବ୍ୟ ଶକ୍ତି ଥାଏ ତା ସହିତ ଅନେକ ରୋଗ ନକରାତ୍ମକ ଖରାପ ନଜର ଯାଦୁ ମନ୍ତ୍ର ଦୂର ହୋଇଥାଏ। ଏହା ଦ୍ୱାରା କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଆଉ ସକରାତ୍ମକ ଉର୍ଜାର ବାସ ହୋଇଥାଏ।

ଯଦି ଆପଣ ନିଜ ଘରେ ସୁଖ ଶାନ୍ତି ସମୃଦ୍ଧି ବନେଇ ରଖିବା ପାଇଁ ଚାହୁଁଛନ୍ତି ତ ଏହି ଉପାୟକୁ ନିଶ୍ଚୟ କରନ୍ତୁ।

ବନ୍ଧୁଗଣ ମାନାଯାଏ କି ଧନର ଦେବୀ ମା ଲକ୍ଷ୍ମୀଙ୍କ ବାସ ଝାଡୁରେ ହୋଇଥାଏ। ଏଥିପାଇଁ ଝାଡୁରେ କେବେବି ଗୋଡ଼ ବଜେଇବା ଉଚିତ ନୁହେଁ। ଏମିତି ହେଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ଶାସ୍ତ୍ର ଅନୁସାରେ ଝାଡୁକୁ କୃଷ୍ଣ ପକ୍ଷରେ କିଣିବା ଉଚିତ। ଯଦି ଆପଣ ଝାଡୁକୁ ଶୁକ୍ଳପକ୍ଷରେ କିଣୁଛନ୍ତି ତ ଝାଡୁ ଦୁର୍ଭାଗ୍ୟର କାରଣ ହୋଇଥାଏ। ଝାଡୁକୁ ଛିଡା କରି ରଖିବା ଉଚିତ ନୁହେଁ। ଏମିତି କଲେ ଘରେ ଝଗଡା ହୋଇଥାଏ।

ଝାଡୁକୁ କେବେବି ଘରର ଉତ୍ତର କିମ୍ବା ପୂର୍ବ ଦିଗ ମଧ୍ୟରେ ରଖିବେ ନାହିଁ। ଏମିତି କଲେ ଘରେ ଦେବୀ ଦେବତାଙ୍କ ବାସ ହୋଇନଥାଏ। ଆଉ ଦୁର୍ଭାଗ୍ୟ ଘରକୁ ଆସିଥାଏ। ଝାଡୁକୁ ଘରେ କୌଣସି କୋଣରେ ଲୁଚେଇ କରି ରଖିବା ଉଚିତ। ଯେମିତି ବାହାର ଲୋକଙ୍କ ନଜର ପଡିବ ନାହିଁ।

ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିରରେ ୩ ଟି ଝାଡୁ ଗୁପ୍ତ ଦାନ କରନ୍ତୁ। କିନ୍ତୁ ଦାନ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ ମନ୍ଦିରରେ ଝାଡୁ ଦାନ କରିବା ସମୟରେ ଶୁଭ ମୁହୂର୍ତ୍ତ ନିଶ୍ଚୟ ଦେଖିନେବେ। ଯଦି ସେହି ଦିନ ଶୁଭ ଦିନ ପର୍ବ ଥିବ ତ ଏହି ଦାନ କଲେ ଲାଭ ଅନେକ ଗୁଣା ବଢିଯାଇଥାଏ। ଆଉ ଘରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଯେଉଁ ଦିନ ଏହି କାମ କରିବାକୁ ଚାହୁଁଥିବେ ତ ତାର ଗୋଟେ ଦିନ ପୂର୍ବରୁ ୩ ଟି ଝାଡୁ କିଣିବା ଉଚିତ।

ଯେବେବି କୌଣସି ନୂତନ ଘରକୁ ପ୍ରବେଶ କରିବେ ତ ନୂଆ ଝାଡୁ ନେଇ ହିଁ ଘରକୁ ପ୍ରବେଶ କରିବା ଉଚିତ। ଏହାକୁ ଶୁଭ ସଂକେତ ମାନାଯାଏ। ଏହା ଦ୍ବାରା ସୁଖ ଶାନ୍ତି ସମୃଦ୍ଧି ବନି ରହିବ।

ଯେଉଁ ବ୍ୟକ୍ତି ସ୍ୱପ୍ନରେ ନୂତନ ଝାଡୁ ନେଇକି ନିଜକୁ ଛିଡା ହୋଇଥିବାର ଦେଖନ୍ତି ତ ଏହା ସୌଭାଗ୍ୟର ପ୍ରତୀକ ମାନାଯାଏ।

ଘରର କୌଣସି ସଦସ୍ୟ ଘରୁ ବାହାରକୁ ଗଲେ ତୁରନ୍ତ ଝାଡୁ ଲଗେଇବା ଉଚିତ ନୁହେଁ। ଏହାର କିଛି ସମୟ ପରେ ଝାଡୁ କରିବେ। ନଚେତ ସେହି ବ୍ୟକ୍ତିକୁ ସେହି କାମରେ ସଫଳତା ମିଳିନଥାଏ।

ଝାଡୁ ତ ସର୍ବଦା ସକାଳେ ଲଗେଇବା ଉଚିତ ଏହା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ଝାଡୁ ଲଗେଇବା ସବୁଠାରୁ ଅଧିକ ଶୁଭ ମାନାଯାଏ। ମା ଲକ୍ଷ୍ମୀ ଏମିତି ଘର ଉପରେ ପ୍ରସନ୍ନ ରହିଥାନ୍ତି। ବ୍ରହ୍ମ ମୁହୂର୍ତ୍ତରେ ଉଠି କିମ୍ବା ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଘରର ମୁଖ୍ୟ ଦ୍ୱାର କିମ୍ବା ଆଖପାଖରେ ଝାଡୁ ଲଗେଇ ସଫା କରିବା ଦ୍ୱାରା ଶୁଭ ହୋଇଥାଏ। ଏମିତି କଲେ ଦେବୀ ଦେବତାଙ୍କର ମାର୍ଗ ସ୍ୱଛ ହୋଇଯିବ। ଆଉ ମା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *