Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ପୂର୍ବରୁ ସୋରିଷ ଦାନାରେ ଚୁପଚାପ ଦବେଇ ଦିଅନ୍ତୁ ଏହି ଗୋଟେ ଜିନିଷ,ଚାକିରୀ ଏବଂ ବ୍ୟବସାୟ ଦୁଇଟି ଯାକ ଦୌଡିବ।

ସେୟାର୍ କରନ୍ତୁ

ଆଜି ଆମେ ଯେଉଁ ଉପାୟ କହିବୁ ହଳଦିଆ ରଙ୍ଗର ସୋରିଷ ବିଷୟରେ ଜଣେଇବୁ। ଧର୍ମଶାସ୍ତ୍ର ଅନୁସାରେ ଘରେ ଯଦି ସୁଗନ୍ଧିତ ବାଲା ତେଲ ରଖିବେ ତେବେ ଏହା ସବୁଠାରୁ ଅଧିକ ଶୁଭ ଏବଂ ପବିତ୍ର ମାନାଯାଏ। ନେଗେଟିଭ ଏନର୍ଜୀକୁ ଦୂର କରିଥାଏ। କିନ୍ତୁ ଘରେ ଇଷ୍ଟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଧୂପ ଦୀପ ତ ଜଳାଉଥିବେ। ସମସ୍ତେ ନିଜ ନିଜର ଅନୁସାରେ ପୂଜା କରିଥାନ୍ତି।

ଧର୍ମଶାସ୍ତ୍ର ଅନୁସାରେ ଘରର ବାତାବରଣ ସ୍ୱଚ୍ଛ ପବିତ୍ର ଏବଂ ସୁଗନ୍ଧିତ ରହିବା ବହୁତ ଆବଶ୍ୟକ ଅଟେ। ଆଜି ଆମେ ଏହି ବିଷୟରେ ଏକ ଛୋଟ ଉପାୟ ବିଷୟରେ ଜଣେଇବୁ। ଅଧିକାଂଶ ଲୋକ ଦୀପ ଯେଉଁ ଜଳେଇଥାନ୍ତି ତ ସେତେବେଳେ କର୍ପୁର ଜଳେଇଥାନ୍ତି କିମ୍ବା ସୋରିଷ ତେଲର ଦୀପରେ ଲବଙ୍ଗ ଜଳେଇ ଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ପ୍ରୟୋଗ ବତେଇବୁ ତାହା ଘରର ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଆପଣଙ୍କୁ ସୋରିଷ ଲର କେମିତି ପ୍ରୟୋଗ କରିବେ ତାହା ଜଣେଇବୁ।

ଯଦି ନକରାତ୍ମକ ଶକ୍ତି ଜୀବନରେ ପ୍ରଭାବ ପକାଇଥାଏ କିମ୍ବା ଘରର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ ତ ଜୀବନ ନର୍କ ହୋଇଯାଇଥାଏ। ଧନ କେବେବି ଅସୁବିଧା କରିଥାଏ ତ। ସବୁବେଳେ ଜୀବନରେ ଏମିତି ହୋଇଥାଏ ଯେମିତି ଆପଣଙ୍କୁ ଭାଙ୍ଗି ଦେଇଥାଏ ତ ଏମିତିରେ ଆପଣ ହଳିଦିଆ ରଙ୍ଗର ସୋରିଷର ପ୍ରୟୋଗ ଆପଣଙ୍କ ଜୀବନରେ ସବୁ ସମସ୍ୟାକୁ ଦୂର କରିବ।

ଏହି ସୋରିଷ ତାନ୍ତ୍ରିକ କ୍ରିୟାରେ ବି ପ୍ରୟୋଗ କରାଯାଏ। ଏହା ମା ବଗଲା ମୁଖୀ ଦେବୀଙ୍କ ପୂଜାରେ ବି ପ୍ରୟୋଗ କରାଯାଏ। ମା ବଗଲା ମୁଖୀ ଶତ୍ରୁଙ୍କୁ ନାଶ କଟିଥାନ୍ତି। ତାଙ୍କର ଆରୋଧନା ବିଶେଷ ରୂପରେ ଶତ୍ରୁ ସମସ୍ୟା କରୁଥିଲେ କରାଯାଏ। ଯଦି ନିୟମିତ ଭାବରେ ତାଙ୍କର ପୂଜା କରାଯାଏ ତ ଶତ୍ରୁ ଆପଣଙ୍କର ଚାହିଁଲେ ବି କିଛି କ୍ଷତି କରି ପାରିବେ ନାହିଁ।

ହଳଦିଆ କପଡା ନିଅନ୍ତୁ ସେଥିରେ ଅଳ୍ପ ହଳଦିଆ ସୋରିଷ ନେଇ ବାନ୍ଧି ଦିଅନ୍ତୁ ଲାଲି ସୂତାରେ। ଏହାକୁ ମା ବଗଲା ମୁଖୀ ଦେବୀଙ୍କୁ ଅର୍ପଣ କରନ୍ତୁ। ଆପଣଙ୍କର ସମସ୍ତ ଇଛା ଦୂର ହୋଇଯିବ। ଆପଣଙ୍କର ସମସ୍ତ ଇଛା ପୂରଣ ହୋଇଯିବ।

କେବେ କେବେ ଜୀବନରେ ସମସ୍ୟା ବହୁତ ବଢି ଯାଇଥାଏ ତ ସେତେବେଳେ ଗୋଟେ ନିୟମ ବନେଇ ନିଅନ୍ତୁ। ଯେତେବେଳେ ଆପଣ ସନ୍ଧ୍ୟାରେ ଦୀପ ଲଗାଉଛନ୍ତି ତ ଆପଣ କର୍ପୁର ଜଳାନ୍ତୁ କିମ୍ବା ସୋରିଷ ତେଲର ଦୀପ ଜଳାନ୍ତୁ ଆପଣ କିଛି ଦିନ ସେଥିରେ ଲବଙ୍ଗ ପକେଇବେ ନାହିଁ। ଲବଙ୍ଗ ବଦଳରେ ଅଳ୍ପ ହଳଦିଆ ସୋରିଷ ପକାନ୍ତୁ। ଏବଂ ଏହାକୁ ପୁରା ଘରେ ବୁଲେଇ ଦିଅନ୍ତୁ। ଏହା ଦ୍ବାରା ନେଗେଟିଭ ଉର୍ଜା ଶାନ୍ତ ହୋଇଯିବ। ଯେତେବେଳେ ସୋରିଷ ଜଳି ଥାଏ ତ ସେତେବେଳେ ଅତୃପ୍ତ ଆତ୍ମା ଶାନ୍ତ ହୋଇଯାଇଥାନ୍ତି।

ନଜର ଦୋଷ ଦୂର କରିବା ପାଇଁ ଆପଣ ଏହି ପ୍ରୟୋଗ କରନ୍ତୁ। ଗୋଟେ ପାତ୍ର ନିଅନ୍ତୁ ଏହାକୁ ନିଜର ଚୁଲି ଉପରେ ରଖି ଗରମ କରିଦିଅନ୍ତୁ। ଏଥିରେ ଗୋଟେ ଖଣ୍ଡ ଫିଟିକିରି ଆଉ ଅଳ୍ପ ହଳଦିଆ ସୋରିଷ ପକେଇ ଦିଅନ୍ତୁ ଏହାପରେ ଯେତେବେଳେ ସୋରିଷ ଫୁଟିବ ତ ଏହାର ଧୂଆଁକୁ ଘର ସାରା ବୁଲେଇ ଦିଅନ୍ତୁ। ଯେତେବେଳେ ଦେଖିବେ ଏହା ହାଲକା ହୋଇଯିବ ତ ଏହାକୁ ଆପଣ କାଢି ଦିଅନ୍ତୁ। ଥଣ୍ଡା କରି ଗୋଟେ କାଗଜରେ ରଖିଦିଅନ୍ତୁ। ଏବେ ଏହି କାଗଜକୁ ନେଇ ଯାହାକୁ ବି ନଜର ଲାଗିଛି ତା ଉପରେ ୩ ଥର କିମ୍ବା ୭ ଥର ବୁଲାଇ ଦିଅନ୍ତୁ। ଘରୁ ବାହାରକୁ ଫୋପାଡ଼ି ଦିଅନ୍ତୁ। ଦେଖିବେ ଏମିତି କଲେ ନଜର ଦୋଷ ଦୂର ହୋଇଯିବ।

ଅନେକ ଥର ଏମିତି ହୋଇଥାଏ ରାହୁ ସମସ୍ୟା କରିଥାଏ।ଆଉ ଯେତେବେଳେ ରାହୁ ସମସ୍ୟା କରିବ ନାଁ ଜୀବନରେ ହଠାତ ସମସ୍ୟା ଆସିଥାଏ ଆଉ ଏମିତି ଲାଗେ ଯେମିତି ଜୀବନରେ କିଛି ହରେଇ ଦେଉଛନ୍ତି ତ ସେତେବେଳେ ଏହି ପ୍ରୟୋଗ କରିବେ। ଏହି ପ୍ରୟୋଗ ପୂର୍ବ ଭାଦ୍ରବ ସ୍ୱାତି ଏବଂ ଅଦ୍ରା ଏହି ୩ ନକ୍ଷତ୍ର ରାହୁଙ୍କର।

ଯେତେବେଳେ ଏହି ନକ୍ଷତ୍ର ଆସିବ ଏହି ଦିନ ଏହି ପ୍ରୟୋଗ କରିବେ। ଅଳ୍ପ ହଳଦିଆ ସୋରିଷ ହାତରେ ନେଇ ନିଜ ଉପରେ ୭ ଥର ବୁଲାଇ ନିଅନ୍ତୁ। ବୁଲାଇ ସାରି ଆପଣ କେଉଁ ବି ନଦୀରେ ପ୍ରବାହିତ କରିଦିଅନ୍ତୁ। ଯଦି ନଦୀ ନଥିବ କୌଣସି ଗଛ ମୂଳରେ ପକେଇ ଦିଅନ୍ତୁ। ଏମିତି କରିବା ସମୟରେ ଯେମିତି କେହି ନଦେଖିବେ। ଏହା ଦ୍ବାରା ରାହୁ କେବେବି ସମସ୍ୟା କରିବ ନାହିଁ।

କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ସମୟରେ ଅଚାନକ ବାଧା ଆସିଥାଏ କିମ୍ବା ଲମ୍ବା ସମୟରୁ ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେଉନାହିଁ। ଆପଣଙ୍କ ଘରେ ସନ୍ତାନ ପ୍ରାପ୍ତ ହେଉନାହିଁ। କାହାର ବିବାହ ହୋଇ ପାରୁନଥିବ ଆପଣ ଚାହିଁଲେ ବି କୌଣସି ପୂଜାପାଠ କରିପାରୁନଥିବେ ଏହାର ଅର୍ଥ ଘରେ କୌଣସି ଦୋଷ ଥିବ।

ତେବେ ଉପାୟ କରନ୍ତୁ। ଏକ ଲାଲ ରଙ୍ଗର କପଡ଼ା ନିଅନ୍ତୁ। ଏବେ ଏଥିରେ ଅଳ୍ପ ହଳଦିଆ ରଙ୍ଗର ସୋରିଷ ରଖନ୍ତୁ ଏବେ ଭଗବାନ ହନୁମାନଙ୍କ ପାଦର ସିନ୍ଦୁର ଏଥିରେ ଅଳ୍ପ ଲଗେଇ ନିଅନ୍ତୁ। ଏବେ ଏହି ଲାଲ କପଡାକୁ ଲାଲି ସୂତା ସାହାର୍ଯ୍ୟରେ ପୋଟଳି ବନେଇ ନିଅନ୍ତୁ ଏବଂ ଆଣି ନିଜ ପୂଜା ସ୍ଥାନରେ ରଖିଦିଅନ୍ତୁ। ଘରେ ସମସ୍ତ କଷ୍ଟ ଦୋଷ ଦୂର ହୋଇଯିବ। ଘରେ ଶୁଭ କାର୍ଯ୍ୟ ହେବାକୁ ଲାଗିବ।

ଯଦି ଜୀବନରେ ଅଧିକ ସମସ୍ୟା ଆସେ ତେବେ କୌଣସି ଶନିବାର ଦିନ ସକାଳୁ ଉଠି ସ୍ନାନ କରି ନିଜ ପୂଜା ଘରେ ବସି ଯିବେ ଏବଂ ଅଳ୍ପ ହଳଦିଆ ସୋରିଷ ଏକ ଦୀପ ଜଳେଇ ପକେଇ ଦିଅନ୍ତୁ। ଓଁ ବଗଲାୟେ ନମଃର ଜପ କରିବେ ଶାନ୍ତି ମିଳିବ।

ଯଦି ଛୋଟ ପିଲାଙ୍କୁ ନଜର ଦୋଷ ଲାଗିଥାଏ ତ ହାତରେ ହଳଦିଆ ସୋରିଷ ନେଇ ପିଲା ଦେହରେ ୭ ଥର ବୁଲାଇ ସେହି ସୋରିଷକୁ ଜଳେଇ ଦିଅନ୍ତୁ।

ଦୀପରେ ଅଳ୍ପ ସୋରିଷ ପକେଇ ଘର ସାରା ବୁଲାଇ ଦିଅନ୍ତୁ ଏହା ଦ୍ବାରା ଅତୃପ୍ତଆତ୍ମା ନଜର ଦୋଷ ସବୁ ଦୂର ହୋଇଯିବ। ଆପଣ ଚାହିଁଲେ ସୋରିଷ ସହିତ ଏକ ଚୁଟକି ଲୁଣ ପକେଇ ପାରିବେ ଏହା ସହିତ ୩ ଟି ଶୁଖିଲା ଲାଲି ଲଙ୍କା ବି ନେଇ ପାରିବେ ଏବଂ ଏହାକୁ କୌଣସି ବାଳକୁନି କିମ୍ବା ଛାତରେ କିମ୍ବା ଘରୁ ବାହାରକୁ ଯାଇ ଜଳେଇ ଦେବେ। ଦେଖିବେ ପିଲାକୁ ଦ୍ୱିତୀୟ ଥର ନଜର ଲାଗିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *