Excuse Me Odisha

ଯାହା କହିବୁ ସତ କହିବୁ

ଗରୁଡ ପୁରାଣ ଅନୁସାରେ ଏହି ୮ ଜଣ ଲୋକଙ୍କ ଘରେ କେବେବି ଭୋଜନ କରିବା ଉଚିତ୍ ନୁହେଁ। ନଚେତ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଗରୁଡ ପୁରାଣ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ନିଜର କର୍ମ ଅନୁସାରେ ଭଲ ଓ ଖରାପ ଫଳ ପାଇଥାନ୍ତି।ଯେଉଁ ମନୁଷ୍ୟ ଖରାପ କର୍ମ କରିଥାନ୍ତି, ତାଙ୍କୁ ମୃତ୍ୟୁ ପରେ ଯମ ଦଣ୍ଡ ଭୋଗିବାକୁ ପଡିଥାଏ। ଏହାସହିତ ଯେଉଁ ମନୁଷ୍ୟ ଭଲ କର୍ମ କରିଥାନ୍ତି, ତାଙ୍କୁ ସ୍ୱର୍ଗପୁରରେ ସ୍ଥାନ ମିଳିଥାଏ। ବେଳେବେଳେ ମନୁଷ୍ୟ ନିଜ ଅଜାଣତରେ ମଧ୍ୟ ପାପର ଭାଗୀଦାର ହୋଇ ଯାଇଥାଏ। ତେଣୁ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି କେଉଁ ୮ ଜଣ ଲୋକଙ୍କ ଘରେ ଭୋଜନ କଲେ ପାପର ଭାଗୀଦାର ହେବାକୁ ପଡିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଚୋରି କରି ଥାଆନ୍ତି, ତାଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ଚୋରି ହୋଇଥିବା ଟଙ୍କାରେ ଭୋଜନ କଲେ ଅଶୁଭ ହୋଇଥାଏ ଏବଂ ପାପର ଭାଗୀଦାର ହେବାକୁ ପଡ଼ିଥାଏ।

୨/ ଯେଉଁ ବ୍ୟକ୍ତି ସୁଧ ଲଗାଇ ଲୋକଙ୍କ ଠାରୁ ଟଙ୍କା ଲୁଣ୍ଠନ କରିଥାନ୍ତି, ତାଙ୍କ ଘରେ ମଧ୍ୟ କେବେବି ଭୋଜନ କରିବା ଉଚିତ ନୁହେଁ। ତେଣୁ କେବେବି ଅନ୍ୟମାନଙ୍କର ପରିସ୍ଥିତିର ଫାଇଦା ଉଠାଇବା ଉଚିତ ନୁହେଁ। ନଚେତ ପରମୁହୁର୍ତ୍ତରେ ଏହାର ପରିଣାମ ଭୟଙ୍କର ସାବ୍ୟସ୍ତ ହେବ।

୩/ ଯେଉଁ ଲୋକଙ୍କ ଘରେ କୌଣସି ପରିବାର ସଦସ୍ୟ ରୋଗରେ ପୀଡିତ ଥିବେ, ସେହି ଘରେ କଦାପି ଭୋଜନ କରିବା ଉଚିତ ନୁହେଁ। କାରଣ ସେହି ଘରେ ଆପଣ ଭୋଜନ କଲେ ରୋଗର ଶିକାର ହୋଇ ପାରନ୍ତି।ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

୪/ ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଧିକ କ୍ରୋଧୀ ସ୍ୱଭାବର ହୋଇଥିବେ, ତାଙ୍କ ଘରେ ଭୋଜନ କଲେ ସେହି କ୍ରୋଧୀ ସ୍ୱଭାବର ପ୍ରଭାବ ପଡ଼ିଥାଏ।

୫/ ଗରୁଡ ପୁରାଣ ଅନୁସାରେ କିନ୍ନର ମାନଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ସେମାନେ ଦାନ ଧର୍ମରେ ଅର୍ଥ ଅର୍ଜନ କରିଥାନ୍ତି। କିଛି ଲୋକେ ତାଙ୍କୁ ସ୍ୱଚ୍ଛ ମନରେ ଦାନ ଦେଇଥାନ୍ତି ତ ଆଉକିଛି ଲୋକେ ଖରାପ ମନରେ ଦାନ ଦେଇଥାନ୍ତି। ତେଣୁ ତାଙ୍କ ଘରେ ଭୋଜନ କରିବା ଉଚିତ ନୁହେଁ।

୬/ ଯେଉଁ ବ୍ୟକ୍ତି ଅଧିକ ନିର୍ଦ୍ଦୟୀ ହୋଇଥାନ୍ତି ବା ସେ କାହା ଉପରେ ଦୟା ଭାବନା ପ୍ରକାଶ କରନ୍ତି ନାହିଁ ଅର୍ଥାତ ନିରୀହ ପଶୁ ମାନଙ୍କର ମଧ୍ୟ ହତ୍ୟା କରୁଥିବେ, ସେହି ବ୍ୟକ୍ତିଙ୍କ ଘରେ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ଏଭଳି ଲୋକ ସର୍ବଦା ନିଜର ସୁଖ ପାଇଁ ଅନ୍ୟ ମାନଙ୍କୁ କଷ୍ଟ ଦେଇଥାନ୍ତି। ତେଣୁ ଏମାନଙ୍କ ଘରେ ଭୋଜନ କଲେ ବ୍ୟକ୍ତି ପାପର ଭାଗୀଦାର ହୋଇଯାଏ।

୭/ ଯେଉଁ ବ୍ୟକ୍ତି ନିଶା ଦ୍ରବ୍ୟ ବିକ୍ରି କରୁଥିବେ, ଟଙ୍କା ଘରେ ମଧ୍ୟ କେବେବି ଭୋଜନ କରିବା ଉଚିତ ନୁହେଁ। କାରଣ ନିଶା କରିବା ପାପ ଅଟେ ଏବଂ ଏଭଳି ଲୋକେ ନିଶା ଜିନିଷ ବିକ୍ରି କରି ଲୋକଙ୍କର ଜୀବନକୁ ନଷ୍ଟ କରି ଦେଇଥାନ୍ତି।

୮/ ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ନିଜ ଘରକୁ ପର କରି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ, ସେଭଳି ଘରେ ଭୋଜନ କରିବା କଦାପି ଉଚିତ ନୁହେଁ। କାରଣ ଏଭଳି ଘରେ ଘରେ ଭୋଜନ କଲେ, ବ୍ୟକ୍ତି ପାପର ଭାଗୀଦାର ହୋଇଥାଏ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *