Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣଙ୍କର ନାମ S,R,P, B, M, N ଅକ୍ଷରରୁ ଆରମ୍ଭ ହୋଇଥାଏ, ତାହେଲେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି !

ସେୟାର୍ କରନ୍ତୁ

ଯୁଗ ପରିବର୍ତ୍ତନ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ବ୍ୟକ୍ତିର ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ଅନୁମାନ କରି ଜାଣି ହୋଇଥାଏ। କହିବାକୁ ଗଲେ ଅକ୍ଷରର ଅନେକ ମହତ୍ୱ ରହିଥାଏ।ଏହାଛଡା କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ, ଚରିତ୍ର, ଚାଲିଚଳନ, ଭବିଷ୍ୟତ ବିଷୟରେ ଜଣା ପଡ଼ିଥାଏ। ଆଜି ଆମେ କିଛି ବିଶେଷ ନାମ ଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଭାଗ୍ୟ ଏହି ୨୦୨୨ ମସିହାରେ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

S ନାମ ଥିବା ଲୋକମାନେ :-

ଯେଉଁ ଲୋକଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ, ସେମାନଙ୍କ ପାଇଁ ଏହି ୨୦୨୨ ମସିହା ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜର ମଧୁର ବାଣୀ ଦ୍ଵାରା ସମସ୍ତଙ୍କର ଅତିପ୍ରିୟ ହୋଇ ଯାଆନ୍ତି।ଏହାସହିତ ଏମାନେ ସର୍ବଦା ନିଜର ବୁଦ୍ଧି ବିବେକ ସହିତ ସବୁ କାର୍ଯ୍ୟ କରିଥାନ୍ତି।

R ନାମ ଥିବା ଲୋକମାନେ :-

ଏହି ନାମ ବିଶିଷ୍ଟ ଲୋକମାନେ ସର୍ବଦା ଅନ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି। ଏମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି ଏବଂ କାହାକୁ ଦୁଃଖ ଦେଇ ନଥାନ୍ତି।ପରିବାର ଲୋକଙ୍କ ପାଇଁ ଏମାନେ ସବୁକିଛି କରି ଥାଆନ୍ତି।

P ନାମ ଥିବା ଲୋକମାନେ :-

ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ନ୍ୟାୟ ପ୍ରିୟ ଏବଂ କ୍ରୋଧୀ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି। ଏମାନେ ନିଜ ସାଥୀ ଏବଂ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି। ଏହି ୨୦୨୨ ମସିହା ଏମାନଙ୍କ ପାଇଁ ଅତ୍ୟନ୍ତ ସୁଖମୟ ସାବ୍ୟସ୍ତ ହେବ।

B ନାମ ଥିବା ଲୋକମାନେ :-

ଏହି ନାମ ବିଶିଷ୍ଟ ଲୋକମାନେ ସର୍ବଦା ସୁଖରେ ରହିବା ପାଇଁ ଇଛା ରଖିଥାନ୍ତି। ଏମାନେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ବହୁତ ପ୍ରୟାସ କରିଥାନ୍ତି। ଖୁବ୍ ଅଳ୍ପ ସମୟ ମଧ୍ୟରେ ଏମାନେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।

M ନାମ ଥିବା ଲୋକମାନେ :-

ଯେଉଁ ଲୋକମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦର ହୋଇଥାନ୍ତି। ଏହାସହିତ ଏମାନେ ବହୁତ ଶାନ୍ତ, ଯତ୍ନଶୀଳ ଏବଂ ଧର୍ଯ୍ୟବାନ ହୋଇଥାନ୍ତି। ଏମାନଙ୍କ ପାଇଁ ୨୦୨୨ ମସିହା ଅତ୍ୟନ୍ତ ଶୁଭ ରହିବ।

N ନାମ ଥିବା ଲୋକମାନେ :-

ଏହି ନାମ ବିଶିଷ୍ଟ ଲୋକମାନଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ରହିବ। ଏମାନେ ସମସ୍ତଙ୍କ ଏହି ମିଳିମିଶି ରହିବା ପାଇଁ ପସନ୍ଦ କରିଥାନ୍ତି। ଏମାନେ ନିଜର ବୁଦ୍ଧି ବିବେକ ବଳରେ ସବୁ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏହାସହିତ ଏହି ନାମ ଥିବା ଲୋକମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ଥାଆନ୍ତି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *